ପୁଣି ରାଜଧାନୀରୁ ଜବତ ହେଲା ଧଳା ଜହର
Advertisement

ପୁଣି ରାଜଧାନୀରୁ ଜବତ ହେଲା ଧଳା ଜହର

 ଭୁବନେଶ୍ୱର ଅବକାରୀ ବିଭାଗ ଅଧିକାରୀ ଚଢ଼ାଉ କରି ଖଣ୍ଡଗିରି କୋଳଥିଆ ଛକରେ ୩୦ ଗ୍ରାମ ବ୍ରାଉନ ସୁଗର ଜବତ କରିଛନ୍ତି । 

ପୁଣି ରାଜଧାନୀରୁ ଜବତ ହେଲା ଧଳା ଜହର

ସରୋଜ ବେହେରା, ଭୁବନେଶ୍ୱର: ଭୁବନେଶ୍ୱର ଅବକାରୀ ବିଭାଗ ଅଧିକାରୀ ଚଢ଼ାଉ କରି ଖଣ୍ଡଗିରି କୋଳଥିଆ ଛକରେ ୩୦ ଗ୍ରାମ ବ୍ରାଉନ ସୁଗର ଜବତ କରିଛନ୍ତି । ଏଥିରେ ସମ୍ପୃକ୍ତ ଜଣେ ଅଟୋ ଡ୍ରାଇଭରକୁ ଗିରଫ କରାଯାଇଛି। ସେ ହେଉଛି ସୁମନ୍ତ ସୁନ୍ଦରରାୟ।

ଦୀର୍ଘଦିନରୁ ସେ ଖୋର୍ଦ୍ଧା ରୁ ବ୍ରାଉନ ସୁଗାର ଆଣି ଏଠାରେ ବିକ୍ରି କରୁଥିଲା । ଏଠାରେ ସେ ଏକାଧିକ ଶିକ୍ଷାନୁଷ୍ଠାନକୁ ଟାର୍ଗେଟ କରି ଛାତ୍ର ମାନଙ୍କୁ ଯୋଗାଉଥିଲା । ଫୋନରେ ଛାତ୍ରମାନେ ଅର୍ଡର କରୁଥିଲେ। ଅର୍ଡର ମୁତାବକ ସୁମନ୍ତ ଛାତ୍ରଙ୍କ ପାଖରେ  ପହଞ୍ଚି ଯାଉଥିଲା । ଅବକାରୀ ବିଭାଗ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ବେଆଇନ ବେପାରରେ ବ୍ୟବହୃତ ଅଟୋ ମଧ୍ୟ ଜବତ କରାଯାଇଛି ।