ଲଗାଣ ବର୍ଷାରେ ପାହଡ଼ ଧସି ୨୦ ଘର ଚୂନା
Advertisement

ଲଗାଣ ବର୍ଷାରେ ପାହଡ଼ ଧସି ୨୦ ଘର ଚୂନା

ଲଗାଣ ବର୍ଷାରେ ଧସିଲା ପାହାଡ଼

ଲଗାଣ ବର୍ଷାରେ ପାହଡ଼ ଧସି ୨୦ ଘର ଚୂନା

ଗଜପତି: ରାଜ୍ୟରେ ଜାରି ରହିଛି ବର୍ଷାର ପରିମାଣ । ଲଗାଣ ବର୍ଷାରେ ଗଜପତି ଜିଲ୍ଲା ଗୁମାଗଡ଼ କଲାକୋଟ ପଞ୍ଚାୟତର କୁସଙ୍ଗ ଗାଁରେ ଅଘଟଣା । ଦୁଇ ଦିନ ଧରି ଲଗାଣ ବର୍ଷା ଫଳରେ ଧସିଲା ପାହାଡ଼ । ପାହାଡ଼ ଧସି ୨୦ ରୁ ଅଧିକ ବାସ ଗୃହ ମାଟିରେ ମିଶିଯାଇଛି । ସୂଚନା ଅନୁସାରେ ୨୭ରୁ ଅଧିକ ପରିବାର ଘରୁ ବେଘର ହୋଇଛନ୍ତି । ୬୦ରୁ ଅଧିକ ଘର ଆଂଶିକ କ୍ଷତିଗ୍ରସ୍ତ ।

ପାହାଡ଼ରୁ ମାଟି ଖସିବା ସହ ବଡ଼ ବଡ଼ ପଥର ଖଣ୍ଡ ଧସି ରାସ୍ତା ଉପରେ ଜମା ହୋଇଛି । ସକାଳ ପ୍ରାୟ ୭ଟା ସମୟରେ ପ୍ରବଳ ଶବ୍ଦ ହେବାସାଙ୍ଗକୁ ପାହାଡରୁ ପାଣି ମାଡ଼ି ଆସିଥିଲା । ଭୟଙ୍କର ଶବ୍ଦ ଶୁଣି ଜୀବନ ବଞ୍ଚାଇ ଦୂର ଜଗାକୁ ଦୈଡ଼ି ପଳାଇଥିଲେ ଅଞ୍ଚଳବାସୀ ।  ଏହି ଦୁର୍ସଘଟଣାରେ ବହୁ ସମ୍ପତ୍ତି ନଷ୍ଟ ହେବା ସହିତ ଗୃହ ପାଳିତ ପଶୁ ଓ  ପ୍ରାୟ ୧୦ରୁ ଅଧିକ ଘର ମାଟିରେ ମିଶି ଯାଇଥିଲା ।୩୦ରୁ ଅଧିକ ପରିବାର ବହୁ ଗୋରୁ ଗାଈ, ଛେଳି ମେଣ୍ଢା ସମେତ ସମସ୍ତ ଆସବାବ ପତ୍ର ହରାଇଛନ୍ତି ।