close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

କେରଳ, କର୍ଣ୍ଣାଟକ ଓ ତାମିଲନାଡୁରେ ଅଦିନିଆ ବର୍ଷା ଯୋଗୁଁ ବନ୍ୟା ସ୍ଥିତି

କେରଳରେ ୭ ଜିଲ୍ଲାରେ ରେଡ ଆଲର୍ଟ , ତୀରୁବନନ୍ତପୁରମ ଓ କୋଚିରେ ସ୍କୁଲ କଲେଜ ବନ୍ଦ

କେରଳ, କର୍ଣ୍ଣାଟକ ଓ ତାମିଲନାଡୁରେ ଅଦିନିଆ ବର୍ଷା ଯୋଗୁଁ ବନ୍ୟା ସ୍ଥିତି
file photo

ପ୍ରକାଶ ରଂଜନ ପରିଡ଼ା, ଭୁବନେଶ୍ୱର:  କେରଳ, କର୍ଣ୍ଣାଟକ ଓ ତାମିଲନାଡୁର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିରହିଥିବାରୁ ପୁଣି ଥରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଲଗାଣ ବର୍ଷା ଯୋଗୁଁ ଅନେକ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । କୋଚିରେ ଲୋକମାନେ ଜଳ ବନ୍ଦୀ ହୋଇ ରହିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ରାସ୍ତା ଉପରେ ପାଣି ଭରି ରହିଥିବାରୁ ଯାତାୟତରେ ସମସ୍ୟାକୁ ସାମ୍ନା କରୁଛନ୍ତି ଲୋକେ । ପାଣିର ପ୍ରଚଣ୍ଡ ଲହରୀରେ ଅନେକ ସ୍ଥାନରେ  ଗାଡ଼ି ଫସି ରହିଥିବା ଦେଖିବାକୁ ମିଳିଛି ।

କେରଳ ବ୍ୟତୀତ କର୍ଣ୍ଣାଟକ ଓ ତାମିଲନାଡୁରେ ମଧ୍ୟ ପ୍ରବଳ ବର୍ଷା କାରଣରୁ ଆତଙ୍କ ସୃଷ୍ଚି ହୋଇଛି । କର୍ଣ୍ଣାଟକର ବେଲଗାୱୀରେ ଘର, ଦୋକାନ ସହ ସରକାରୀ ସ୍କୁଲ ମଧ୍ୟ ଅଧାରୁ ଅଧିକ ବୁଡ଼ି ରହିଛି ।  ସେପଟେ ବର୍ଷା ଯୋଗୁଁ ରାସ୍ତା ଧୋଇ ଯାଇ ଥିବାରୁ ଲୋକମାନେ ପାଣି ଘେରରେ ଫସି ରହିଛନ୍ତି । ପ୍ରବଳ ବର୍ଷାରେ କର୍ଣ୍ଣାଟକର କିଛି ଜିଲ୍ଲାରେ ପାଣିର ବିନାଶ ଳୀଳା ଜାରି ରହିଛି । ହୁବଲୀରେ ଘରଠାରୁ ଆରମ୍ଭ କରି ସ୍କୁଲ ଓ ଦୋକାନ ଘରଠାରୁ ସରକାରୀ ବିଲ୍ଡ୍ଂ ସବୁଠି ପାଣି ପଶି ଯାଇଛି ।  ଧାରୱାଡ଼ ଜିଲ୍ଲାର ଟୋଲ ଗେଟ ନିକଟରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ରାସ୍ତା ବୁଡ଼ି ଯାଇଛି । ରାସ୍ତାରେ ଯାଉଥିବା ଗାଡି ଗୁଡ଼ିକ ମଧ୍ୟ ଅଟକି ରହିଛି । ପ୍ରବଳ ବର୍ଷା ନେଇ  ପାଣିପାଗ ବିଭାଗ ପକ୍ଷରୁ କେରଳର ୭ ଜିଲ୍ଲାରେ ରେଡ ଓ ୪ ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି । ମତ୍ସ୍ୟଜୀବୀଙ୍କ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି ।