• ଆମେରିକାରେ ଆରମ୍ଭ ହେଲା ବାଇଡେନ୍ ଶାସନ
  • ୪୬ତମ ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ନେଲେ କମଲା ହାରିସ୍
  • ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବିରୋଧରେ କ୍ଷମତାର ଅପବ୍ୟବହାର ଅଭିଯୋଗ
  • ପରୀ ହତ୍ୟା ମାମଲା: ଜୁଭେନାଇଲ ଜଷ୍ଟିସ ବୋର୍ଡରୁ ମାମଲା ଗଲା ଚିଲଡ୍ରେନ କୋର୍ଟ
  • ଛତ୍ରପୁର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା; ଭୃଗୁ ବକ୍ସିପାତ୍ର, ଗୋଲକ ମହାପାତ୍ରଙ୍କୁ ଆଗୁଆ ଜାମିନ୍
  • ଗୁରୁବାରଠୁ ବିନା କଟକଣାରେ ଜଗା ଦର୍ଶନ
  • ଅଭିଭାବକଙ୍କୁ ଆଶ୍ୱସ୍ତି; ରାଜ୍ୟରେ କୋହଳ ହେଲା ଘରୋଇ ସ୍କୁଲ ଫି'
  • ୭ଟି ସ୍ଲାବରେ ଘରୋଇ ସ୍କୁଲ ଫି' ଛାଡ ନିଷ୍ପତ୍ତି
  • LICj MD ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି

ଶେଷ ହୋଇଛି ପ୍ରସ୍ତୁତି, ବିନା ଭକ୍ତରେ ଧରାବତରଣ କରିବେ ମା

ବିଶ୍ୱ ଶାନ୍ତି ପ୍ରତିଷ୍ଠା ପାଇଁ ଧରାବତରଣ କରିବେ ମା’ଜଗଜ୍ଜନନୀ। ବିନା ଭକ୍ତ ଓ ବିନା କୋଳାହଳରେ ଧରାବତରଣ କରିବେ ମା ଦୁର୍ଗା। 

ଶେଷ ହୋଇଛି ପ୍ରସ୍ତୁତି, ବିନା ଭକ୍ତରେ ଧରାବତରଣ କରିବେ ମା

ପୁରୀ: ପ୍ରସ୍ତୁତି ଶେଷ, ମା'ଙ୍କ ଧରାବତରଣକୁ ଅପେକ୍ଷା। ଆଜି ସମସ୍ତ ପୀଠରେ ସପ୍ତମୀ ପୂଜା ସମ୍ପନ୍ନ ହେଉଥିବା ବେଳେ ପୂଜା ମଣ୍ଡପରେ ଷଷ୍ଠୀ। ବିଲ୍ୱବରଣ ନୀତି ଶେଷ ହୋଇ ମା'ଙ୍କୁ ଆରାଧନା କରାଯାଇଛି। ଆସନ୍ତାକାଲି ସକାଳ ସୁଦ୍ଧା ଚକ୍ଷୁଦାନ କରାଯିବା ପରେ ଶ୍ରଦ୍ଧାଳୁଙ୍କ ପାଇଁ ଧରାବତରଣ କରିବେ ଜଗତଜ୍ଜନନୀ ମା’ଦୁର୍ଗା (Maa Durga)। ହେଲେ କୋରୋନା କାଳରେ ବିନା ଭକ୍ତରେ ପୂଜା ପାଇବେ ମା'। 

ଏଥିପାଇଁ ରାଜ୍ୟ ସରକାର ପୂର୍ବରୁ ମାର୍ଗଦର୍ଶିକା (Guidelines) ଜାରି କରିଥିବା ବେଳେ ସେହି ଅନୁସାରେ ପୂଜା କରିବାକୁ ପ୍ରସ୍ତୁତ ଶେଷ କରିଛନ୍ତି ପୂଜା କମିଟି (Puja Committee)। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜଧାନୀ ଭୁବନେଶ୍ୱରରେ ୧୭୦ରୁ ଉର୍ଦ୍ଧ୍ୱ ମଣ୍ଡପରେ ମା’ଙ୍କୁ ଆବାହାନ କରାଯାଇଛି। ଏଥିପାଇଁ କମିଶନରେଟ ପୋଲିସ (Commisionrate Police), ମଣ୍ଡପ କମିଟି ପକ୍ଷରୁ ମଣ୍ଡପ ବାହାରେ ନିର୍ଦ୍ଦେଶାବଳୀର ବିଜ୍ଞାପନ ଲଗାଯାଇଛି। ନିରାଡମ୍ବର ପୂଜା ପାଇଁ ସମସ୍ତ ପ୍ରସ୍ତୁତ ଶେଷ ହୋଇଛି।

ବିଶ୍ୱ ଶାନ୍ତି ପ୍ରତିଷ୍ଠା ପାଇଁ ଧରାବତରଣ କରିବେ ମା’ଜଗଜ୍ଜନନୀ। ବିନା ଭକ୍ତ ଓ ବିନା କୋଳାହଳରେ ଧରାବତରଣ କରିବେ ମା ଦୁର୍ଗା। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ରାଜଧାନୀ ଭୁବନେଶ୍ୱରରେ ଚଳିତ ବର୍ଷ ୧୭୦ରୁ ଉର୍ଦ୍ଦ୍ୱ ପୂଜା କମିଟି ପକ୍ଷରୁ ମା’ଙ୍କୁ ଆରାଧନା କରାଯାଇଛି। ଏଥିପାଇଁ ସହରର ସମସ୍ତ ମଣ୍ଡପରେ ଦେବୀଙ୍କ ମୃଣ୍ମୟୀ ମୃର୍ତ୍ତୀ ସ୍ଥାପନା ସରିଛି। ବିଭିନ୍ନ ପୂଜା କମିଟି ପକ୍ଷରୁ ବିଲ୍ୱବରଣ ନୀତି ପରେ ଷଷ୍ଠୀ ପୂଜା ଆରମ୍ଭ ହୋଇଛି। 

କୋରୋନା କଟକଣା ଭିତରେ ମା’ଙ୍କ ଘଟ ସ୍ଥାପନା ଠାରୁ ଆରମ୍ଭ କରି ଆରାଧନା କରାଯିବ। ମାସ୍କ ପିନ୍ଧି, ସାମାଜିକ ଦୂରତା ରଖି ବିଲ୍ୱବରଣ ନୀତି ହୋଇଥିବା ବେଳେ ସପ୍ତମୀ ଠାରୁ ଦଶମୀ ପର୍ଯ୍ୟନ୍ତ ନିର୍ଦ୍ଧିଷ୍ଟ ସଂଖ୍ୟକ ପୂଜକ ଓ କର୍ତ୍ତାଙ୍କ ଦ୍ୱାରା ପୂଜାର୍ଚ୍ଚନା କରିବାକୁ କହିଛି ରାଜଧାନୀ ଶାନ୍ତି କମିଟିର ସମ୍ପାଦକ। ପୂଜା କମିଟି ପକ୍ଷରୁ ସରକାରୀ ଗାଇଡ୍ ଲାଇନ ମୁତାବକ କମ୍ ଉଚ୍ଚତାର ମୂର୍ତ୍ତୀ, ବିନା ତୋରଣ, ସାଜସଜ୍ଜା ଓ ଆଲୋକମାଳାରେ ପୂଜା କରାଯିବ। ଏଥିପାଇଁ ସମସ୍ତ ପୂଜା କମିଟି ପକ୍ଷରୁ ବିନା ଭକ୍ତରେ ପୂଜା ପାଇଁ ସ୍ୱତନ୍ତ୍ର ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି।

ଏପରିକି ମଣ୍ଡପ ଆଗକୁ ଆବଦ୍ଧ କରାଯାଇଛି। କମିଟି ଓ କମିଶନରେଟ ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ଦର୍ଶନ ନକରିବା ଲାଗି ବିଜ୍ଞାପନ ଜାରି କରାଯାଇଛି। ବିଭିନ୍ନ ପୂଜା କମିଟି ପକ୍ଷରୁ ନିରଡାମ୍ବର ପୂଜା କରିବାକୁ ପ୍ରସ୍ତୁତ କରିଥିବା ବେଳେ ମାସ୍କ ବଣ୍ଟନ, ପ୍ରସାଦ ହୋମ ଡେଲିଭରୀ, ଅନଲାଇନ ଦର୍ଶନ, ବୃକ୍ଷରୋପଣ କାର୍ଯ୍ୟକ୍ରମ କରିବାକୁ କହିଛନ୍ତି। ଅକ୍ଟୋବର ୨୩ ତାରିଖରୁ ସପ୍ତମୀ ପୂଜା ପରେ ଦଶମୀ ପର୍ଯ୍ୟନ୍ତ ପୂଜା ମାହୋଲ ଚଳଚଞ୍ଚଳ ରହିବ।