ଭସାଣି ପାଇଁ ପ୍ରସ୍ତୁତି ଆରମ୍ଭ, ବିଦାୟ ନେବେ ମା'
Advertisement

ଭସାଣି ପାଇଁ ପ୍ରସ୍ତୁତି ଆରମ୍ଭ, ବିଦାୟ ନେବେ ମା'

ବିଦାୟ ନେବେ ମା । ଚଳିତ ବର୍ଷର ଲୀଳାଖେଳା ସାରି ଆସନ୍ତାକାଲି ଧରାପୃଷ୍ଠରୁ ବିଦାୟ ନେବେ ଜଗଜ୍ଜନନୀ ମା ଦୂର୍ଗା । କଟକଣା ଭିତରେ ସମସ୍ତ ପୂଜାର୍ଚ୍ଚନା ଓ ରୀତିନୀତି ସମାପ୍ତ ହୋଇଥିବା ବେଳେ ଏବେ ବାହୁଡିବା ବେଳ । ଏଥିପାଇଁ ସ୍ଥାନୀୟ ପ୍ରଶାସନ ଓ ମଣ୍ଡପ ଗୁଡିକ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । କୋଭିଡ ୧୯କୁ ଦୃଷ୍ଟିରେ ର

 ଭସାଣି ପାଇଁ ପ୍ରସ୍ତୁତି ଆରମ୍ଭ, ବିଦାୟ ନେବେ ମା'

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ବିଦାୟ ନେବେ ମା । ଚଳିତ ବର୍ଷର ଲୀଳାଖେଳା ସାରି ଆସନ୍ତାକାଲି ଧରାପୃଷ୍ଠରୁ ବିଦାୟ ନେବେ ଜଗଜ୍ଜନନୀ ମା ଦୂର୍ଗା । କଟକଣା ଭିତରେ ସମସ୍ତ ପୂଜାର୍ଚ୍ଚନା ଓ ରୀତିନୀତି ସମାପ୍ତ ହୋଇଥିବା ବେଳେ ଏବେ ବାହୁଡିବା ବେଳ । ଏଥିପାଇଁ ସ୍ଥାନୀୟ ପ୍ରଶାସନ ଓ ମଣ୍ଡପ ଗୁଡିକ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । କୋଭିଡ ୧୯କୁ ଦୃଷ୍ଟିରେ ରଖି ପୂର୍ବରୁ ସରକାର ମାର୍ଗଦର୍ଶିକା ଜାରି କରିଥିବା ବେଳେ ତଦନୁଯାୟୀ ବିନା ଶୋଭଯାତ୍ରାରେ ବିସର୍ଜନ କରାଯିବ । ତେବେ ରାଜଧାନୀ ଭୁବନେଶ୍ବରରେ ବିଏମସି ପକ୍ଷରୁ ମୋଟ ତିନୋଟି ସ୍ଥାନରେ ୪ଟି କୃତିମ ପୋଖରୀ ନିର୍ମାଣ କରାଯାଇଛି, ଯେଉଁଠି ସମସ୍ତ ମେଢ ବିସର୍ଜନ କରାଯିବ ଏବଂ ପୋଲିସ ପକ୍ଷରୁ ଏସକର୍ଟ ପାଇଁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ଭୁବନେଶ୍ବର ଡିସିପି ।

ଭସାଣୀ ପାଇଁ ପ୍ରସ୍ତୁତି । ଚଳିତ ବର୍ଷ ରାଜଧାନୀ ଭୁବନେଶ୍ବରରେ ୧୭୦ରୁ ଉର୍ଦ୍ଦ୍ବ ମଣ୍ଡପରେ ମା ଙ୍କୁ ଆବାହନ କରିଯାଇଥିବା ବେଳେ ରାତି ପାହିଲେ କଟକଣା ଯୁକ୍ତ ବିସର୍ଜନ କରାଯିବ । ସରକାରଙ୍କ ମାର୍ଗଦର୍ଶିକା ଅନୁଯାଇ ବିନା ଶୋଭାଯାତ୍ରାରେ ହେବ ବିସର୍ଜନ ।ଏଥିପାଇଁ ବିଏମସି ପକ୍ଷରୁ କୁଆଖାଇ ବିଜ୍ର ତଳେ ଦୁଇଟି, ଏବଂ ଦୟା ବ୍ରିଜ୍ ଓ ତଙ୍କପାଣି ବ୍ରିଜ୍ ନିକଟରେ ଗୋଟିଏ ଲେଖାଏଁ ମୋଟ ୪ଟି କୃତିମ ପୋଖରୀ ନିର୍ମାଣ କରାଯାଇଛି । 
କୁଆଖାଇରେ ଥିବା କୁଇଟି ପୋଖରୀ ୩୭ ମିଟର ଲମ୍ବ ୨୬ ମିଟର ଓସାର ଏବଂ ୨୫ ମିଟର ଲମ୍ବ ୨୦ ମିଟର ଓସାରରେ ନିର୍ମିତ କରାଯାଇଛି । ସେହିପରି ଦୟା ବ୍ରିଜ୍ ନିକଟରେ ୨୫ ମିଟର ଲମ୍ବ ୧୦ ମିଟର ଓସାର ଏବଂ ତଙ୍କପାଣି ବ୍ରିଜ୍ ନିକଟରେ ୨୫ ମିଟର ଲମ୍ବ ୧୫ ମିଟର ଓସାର ର ନିର୍ମାଣ କରାଯାଇଛି । ସମସ୍ତ ପୋଖରୀ ୩ ମିଟର ଗଭୀର କରାଯାଇଛି ।

ତେବେ ଚଳିତ ବର୍ଷ କମ୍ ମୂର୍ତ୍ତୀ ତଥା ଉଚ୍ଚତା କମ୍ ଏବଂ ସାଜସଜ୍ଜା ନିର୍ଦ୍ଧିଷ୍ଟ ସଂଖ୍ୟକ ଥିବାରୁ ପର୍ଯ୍ୟାୟକ୍ରମେ ବିସର୍ଜନ କରିବାକୁ କୁହାଯାଇଛି । କେଉଁ ମଣ୍ଡପ କେଉଁ ପୋଖରୀରେ ଏବଂ ନିର୍ଦ୍ଧାରିତ କେଉଁ ସମୟରେ ବିସର୍ଜନ କରିବେ ତାହା ଜଣାଇଦିଆଯାଇଛି । କଟକଣା ଅନୁଯାଇ ବିନା ବାଜାବାଣ ଶୋଭାଯାତ୍ରାରେ ୭ ଜଣ କର୍ମକର୍ତ୍ତାଙ୍କୁ ନେଇ ବିସର୍ଜନ କରାଯିବ ବୋଲି କହିଛନ୍ତି ରାଜଧାନୀ ଶାନ୍ତି କମିଟି ସଂପାଦକ । ଭିଡ ଏଡାଇବା ଏବଂ ସୁରକ୍ଷା ପାଇଁ ପୋଲିସ ପ୍ରଶାସନ, ଅଗ୍ନୀଶମ ବାହିନୀ ଓ ସ୍ଥାନୀୟ ପ୍ରଶାସନ ନିୟୋଜିତ ରହିବେ । ପୋଲିସ ପକ୍ଷରୁ ବିସର୍ଜନ ପାଇଁ ସ୍ବତନ୍ତ୍ର ଏସକର୍ଟର ବ୍ୟବସ୍ଥା କରାଯାଉଥିବା କହିଛନ୍ତି ଭୁବନେଶ୍ବର ଡିସିପି ।

 ତେବେ ଚଳିତ ବର୍ଷ ପ୍ରଥମ ଥର ପାଇଁ ବିନା ଭକ୍ତରେ ଦର୍ଶନ ଆଉ ଏବେ ବିଦାୟ ନେବେ ଜଗଜ୍ଜନନୀ ମା । ନା ହେବା ଗାଁ କି ସହର ପରିକ୍ରମା ନା ବାଜିବ ବାଜା । ଏହାରୁ ଭିତରେ ଘରେ ରହି ଭକ୍ତ ମାନେ ବିଦାୟ ଦେବେ ।