ଅର୍ଜୁନ ପୁରସ୍କାର ଗ୍ରହଣ କଲେ ଦୂତୀ
Advertisement

ଅର୍ଜୁନ ପୁରସ୍କାର ଗ୍ରହଣ କଲେ ଦୂତୀ

ରାଷ୍ଟ୍ରପତି (President) ରାମନାଥ କୋବିନ୍ଦ (Ramnath Kobind) ଦୂତୀଙ୍କୁ ଅର୍ଜୁନ ପୁରସ୍କାର (Arjun Purskar) ରେ ସମ୍ମାନୀତ କରିଛନ୍ତି।

ଅର୍ଜୁନ ପୁରସ୍କାର ଗ୍ରହଣ କଲେ ଦୂତୀ

ନୂଆଦିଲ୍ଲୀ: ଅର୍ଜୁନ ପୁରସ୍କାର (Arjun Purskar) ଗ୍ରହଣ କଲେ ଦୌଡ଼ରାଣୀ ଦୂତୀ ଚାନ୍ଦ (Dutee Chand)। ଏକ ସମାରୋହରେ ରାଷ୍ଟ୍ରପତି (President) ରାମନାଥ କୋବିନ୍ଦ (Ramnath Kobind) ଦୂତୀଙ୍କୁ ଅର୍ଜୁନ ପୁରସ୍କାର (Arjun Purskar) ରେ ସମ୍ମାନୀତ କରିଛନ୍ତି। ଦୂତୀଙ୍କ ସହିତ ମୋଟ ୨୭ ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନୀତ କରିଛନ୍ତି। 

ସେପଟେ ଦେଶରେ କୋରୋନା (Corona) ସଂକଟମୟ ପରିସ୍ଥିତି ସୃଷ୍ଟି କରିଥିବାରୁ ତମାମ ଦେଶରେ ସଭାସମିତି ତଥା ସାର୍ବଜନୀନ କାର୍ଯ୍ୟ ବନ୍ଦ ରହିଛି। ଫଳରେ ଏକ ଭର୍ଚୁଆଲ ମିଟିଂ (Virtual Meeting) ରେ ରାଷ୍ଟ୍ରପତି ଦୂତୀଙ୍କୁ ସମ୍ମାନୀତ କରିଛନ୍ତି। ଦୂତୀଙ୍କ ସହିତ ବନ୍ଧୁକ ଚାଳକ ମନୁ ଭାକର (Mannu Bhakar), ମହିଳା କ୍ରିକେଟର ଦିପ୍ତୀ ଶର୍ମା (Dipti Sharma), ତୀରନ୍ଦାଜ ଅତନୂ ଦାସଙ୍କୁ ଏହି ସମ୍ମାନରେ ସମ୍ମାନୀତ କରିଛନ୍ତି ରାଷ୍ଟ୍ରପତି। ସେହିପରି ନଗଦ ୧୫ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି।

ସେହିପରି ପାରା ଆଥଲେଟ ମରିୟାପ୍ପାନ, ଟେବୁଲ ଟେନିସ ତାରକା ମନିକା ବାତ୍ରା, ହକି ଖେଳାଳି ରାଣୀ ରାମପାଲଙ୍କୁ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ୮ ଜଣଙ୍କୁ ଜୀବନବ୍ୟାପୀ ଉତ୍କୃଷ୍ଟ କୋଚିଂ ପାଇଁ ଦ୍ରୋଣାଚାର୍ଯ୍ୟ ପୁରସ୍କାର (Dronacharjya) ମଧ୍ୟ ପ୍ରଦାନ କରାଯାଇଛି। ଆଇପିଏଲ ପାଇଁ ୟୁଏଇ ଯାଇଥିବା ରୋହିତ ଶର୍ମା ଓ ଗତଦୁଇ ଦିନ ତଳୁ କ୍ୱାରେଣ୍ଟାଇନରେ ଥିବା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ଏହି ପୁରସ୍କାର ବିତରଣ ଉତ୍ସବରେ ଅନୁପସ୍ଥିତ ଥିଲେ। ଏହି ଦୁଇ ତାରକାଙ୍କ ସହିତ ଇଶାନ୍ତ ଶର୍ମା ମଧ୍ୟ ଅନୁପସ୍ଥିତ ରହିଥିଲେ। 

ଜୀବନବ୍ୟାପୀ ସାଧନ ପାଇଁ ଦ୍ରୋଣାଚାର୍ଯ୍ୟ ପୁରସ୍କାରପ୍ରାପ୍ତ କୋଚ
ଧର୍ମେନ୍ଦ୍ର ତିଓ୍ୱାରୀ(ତୀରନ୍ଦାଜ), ପୁରୁଷୋତ୍ତମ ରାୟ(ଆଥଲେଟିକସ), ଶିବ ସିଂହ(ବକ୍ସିଂ), ରମେଶ ପଠାନୀୟା(ହକି), କ୍ରିଷ୍ଣା କୁମାର ହୁଡ଼ା(କବାଡ଼ି), ବିଜୟ ବାଲଚନ୍ଦ୍ର ମୁନିଶ୍ୱର(ପାରା ପାଓ୍ୱାରଲିଫ୍ଟିଂ), ନରେଶ କୁମାର(ଟେନିସ) ଓ ଓମପ୍ରକାଶ ଦହିଆ(ରେସଲିଂ)

ଧ୍ୟାନଚାନ୍ଦ ପୁରସ୍କାରପ୍ରାପ୍ତ ଖେଳାଳି
କୁଲଦୀପ ସିଂହ ଭୁଲ୍ଲାର(ଆଥଲେଟିକସ), ଜିନ୍ସି ଫିଲିପ୍ସ(ଆଥଲେଟିକସ) ପ୍ରଦିପ ଶ୍ରୀକ୍ରିଷ୍ଣା ଗାନ୍ଧେ(ବ୍ୟାଡ଼ମିଣ୍ଟନ), ତୃପ୍ତି ମୁର୍ଗୁଣ୍ଡେ(ବ୍ୟାଡ଼ମିଣ୍ଟନ), ଏନ ଉଷା(ବକ୍ସିଂ), ଲାଖା ସିଂ(ବକ୍ସିଂ), ସୁଖବିନ୍ଦର ସିଂହ ସାନ୍ଧୁ(ଫୁଟବଲ), ଅଜିତ ସିଂହ(ହକି) ମନପ୍ରିତ ସିଂ(କବାଡ଼ୀ), ଜେ। ରଞ୍ଜିଥ କୁମାର (ପାରା ଅଲମ୍ପିକ୍ସ), ସତ୍ୟପ୍ରକାଶ ତିଓ୍ୱାରୀ(ପାରା ବ୍ୟାଡ଼ମିଣ୍ଟନ), ମନଜିତ ସିଂ(ରୋଇଂ) ଶ୍ରୀସଚିନ ନାଗ(ସନ୍ତରଣ), ନନ୍ଦନ ପି ବାଲ(ଟେନିସ), ନେତ୍ରପାଲ ହୁଡ୍ଡା(ରେସଲିଂ)।