ସ୍ମାର୍ଟ ସିଟିରେ ଗଢ଼ିବ ଇ-ବସ୍
Advertisement
Article Detail0/zeeodisha/odisha603627

ସ୍ମାର୍ଟ ସିଟିରେ ଗଢ଼ିବ ଇ-ବସ୍

ପରିବେଶ ପ୍ରଦୂଷଣ ଦାଉରୁ ରକ୍ଷା ଓ ଯାତ୍ରୀଙ୍କୁ ଆରାମ ଦାୟକ ସୁବିଧା ଯୋଗାଇଦେବ ଇଲେକ୍ଟ୍ରିକ ବସ୍ । ଏହି ଉଦ୍ଦେଶ୍ୟରେ ପରିକଳ୍ପନା କରାଯାଇଥିବା ବସ୍ ଏବେ ଭୁବନେଶ୍ୱରରେ । 

ଫାଇଲ ଫଟୋ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ସ୍ମାର୍ଟ ସିଟିରେ ସ୍ମାର୍ଟ ବସ୍ । ଭୁବନେଶ୍ୱରରେ ସ୍ମାର୍ଟ ଇ-ବସ୍ । ଦିନକୁ ଦିନକୁ ସହରରେ ବସର ଚାହିଦା ବଢୁଥିବା ବେଳେ ନୂତନ ମୋଟରଯାନ ଆଇନ ପରେ ଦୈନନ୍ଦିନ ବସ ବ୍ୟବହାରରେ ଅଭ୍ୟାସଗତ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇଛି । ଏହାସହ ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଇଲେକ୍ଟ୍ରିକ ବସ୍ ଚଲାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ହୋଇଥିବା ବେଳେ ଭୁବନେଶ୍ୱରରେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଗୋଟିଏ ପରେ ଗୋଟିଏ ସଂସ୍ଥା ନିଜର ବସ୍ ଆଣି ସହରରେ ଡେମୋ ରନ କରୁଛନ୍ତି ।

ପରିବେଶ ପ୍ରଦୂଷଣ ଦାଉରୁ ରକ୍ଷା ଓ ଯାତ୍ରୀଙ୍କୁ ଆରାମ ଦାୟକ ସୁବିଧା ଯୋଗାଇଦେବ ଇଲେକ୍ଟ୍ରିକ ବସ୍ । ଏହି ଉଦ୍ଦେଶ୍ୟରେ ପରିକଳ୍ପନା କରାଯାଇଥିବା ବସ୍ ଏବେ ଭୁବନେଶ୍ୱରରେ । ଅତ୍ୟାଧୁନିକ ସୁବିଧା ସୁଯୋଗ ଉପଲବ୍ଧି ଏହି ବସରେ ୫ଟି ସିସିଟିଭି କ୍ୟାମେରା, ଅଗ୍ନିନିର୍ବାପକ ଯନ୍ତ୍ର, ଆରାମଦାୟକ ସିଟ୍, ଜରୁରୀକାଳିନ ପ୍ରସ୍ଥାନ ବ୍ୟବସ୍ଥା, ଅଟୋ ଗିୟର, ଡାକବାଜି ଯନ୍ତ୍ର ଆଦି ଯନ୍ତ୍ରାଶକୁ ବ୍ୟବସ୍ଥିତ ଢଙ୍ଗରେ ରଖାଯାଇଛି । ଗାଡି ଚାଳକଙ୍କ ପାଖରେ ଥିବା ଡାସବୋର୍ଡ ସହାୟତାରେ ଗାଡିର ଶୀତତାପ ନିୟନ୍ତ୍ରଣ, ଗେଟ୍ ଖୋଲିବା ଓ ବନ୍ଦ କରିବା, ଟିକେଟ କାଟିବା, ବ୍ୟାଟେରୀ କ୍ଷମତା, ମ୍ୟୁଜିକ୍ ସିଷ୍ଟମ, ସମୟ ଓ ତାପମାତ୍ରା ଜଣାପଡିବା ଭଳି ସୁବିଧା ରହିଛି ।

ବସକୁ ୧ ଘଣ୍ଟା ଚାର୍ଜ କଲେ ପ୍ରାୟ ୩୦୦ କିଲୋମିଟର ଯାତ୍ରା କରିପାରିବ ବୋଲି ଟ୍ରାଏଲ ରନ କରୁଥିବା ସପୃକ୍ତ ସଂସ୍ଥାର ଜେନେରାଲ ମ୍ୟାନେଜର ଉମେଶ ଗୁପ୍ତା କହିଛନ୍ତି । ବିନା ଗିୟର ବକ୍ସ ଯୁକ୍ତ ଏହି ବସ୍ ବାୟୁ ଓ ଶବ୍ଦ ପ୍ରଦୂଷଣରୁ ମଧ୍ୟ ରକ୍ଷା କରିବ ବୋଲି କହିଛନ୍ତି ।

ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଗତ ସପ୍ତାହେ ହେବ ଦୁଇଟି ସଂସ୍ଥା ପକ୍ଷରୁ ଦୁଇଟି ଇ-ବସ୍ ର ଟ୍ରାଏଲ ରନ କରାଯାଉଛି । ଏହାର ଗତି, ଚାର୍ଜିଂ କ୍ଷମତା, ଲୋଡିଂ ଆଦିକୁ କ୍ୟାପିଟାଲ୍ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ପରୀକ୍ଷା କରାଯାଉଛି । ତେବେ ଟ୍ରାଏଲ ରନ୍ ହେତୁ ଯାତ୍ରୀଙ୍କ ବଦଳରେ ଲୋଡ ଦେବା ଲାଗି ଏଥିରେ ବାଲିବସ୍ତା ରଖାଯାଇଛି । ତେବେ ଆସନ୍ତା ୧୫ ତାରିଖ ସୁଦ୍ଧା ସଂପୂର୍ଣ୍ଣ ଟେଣ୍ଡର ପ୍ରକ୍ରିୟା ଶେଷ କରି ଏହାର ୬ମାସରୁ ବର୍ଷେ ମଧ୍ୟରେ ସମସ୍ତ ୫୦ ଏସି ଇ-ବସ ରାଜଧାନୀରେ ଚଳାଚଳ କରିବ ବୋଲି ବୋଲି କ୍ରୁଟର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର କହିଛନ୍ତି ।