• ଗଞ୍ଜାମ ଭଞ୍ଜନଗର ବ୍ଲକ୍‌ କୁଟୁଣୁକୁମ୍ପା ଗାଁରେ ଗୁଳିମାଡ଼
  • ଗୁରୁତର ଆହତ ଶିବରାମ ନାୟକ ବ୍ରହ୍ମପୁର ବଡ଼ ମେଡିକାଲ ଭର୍ତ୍ତି
  • ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬ ,୧୧୫ଟି ନୂଆ କୋରୋନା ମାମଲା ଚିହ୍ନଟ, ୨୫୨ ମୃତ
  • ଦିନକରେ ରାଜ୍ୟରେ ଆଉ ୪୬୨ କୋରୋନା ଆକ୍ରାନ୍ତ ଚିହ୍ନଟ, ୫ ମୃତ
  • ବାଲେଶ୍ବର ମଥାନୀରେ ଜଳକା ବିପଦ ସଂକେତ ଉପରେ ପ୍ରବାହିତ
  • ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଟିମ୍‌କୁ ବୋମା ବିସ୍ଫୋରଣ ଧମକ !
  • ନ୍ୟୁଜିଲାଣ୍ଡ ଟିମ୍‌କୁ ନେଇ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡକୁ ଆସିଛି ଧମକପୂର୍ଣ୍ଣ ଇ-ମେଲ୍‌
  • ଆସନ୍ତା ୨୫ରେ ଆମେରିକାରେ ଆୟୋଜିତ ହେବ କ୍ବାଡ଼ ସମ୍ମିଳନୀ
  • କେନ୍ଦୁଝରରେ ନେସ୍କୋ ଯନ୍ତ୍ରୀ ମହେଶ୍ଵର ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି

ରାଜଧାନୀରେ ଇ-ଓ୍ବେଷ୍ଟ ସଂଗ୍ରହ ଅଭିଯାନ ଆରମ୍ଭ

ଆଗାମୀ ଦିନରେ ବିଏମସିର ସମସ୍ତ ୬୭ଟି ୱାର୍ଡରେ କାର୍ଯ୍ୟକାରୀ ହେବ ଏହି ଅଭିଯାନ।

ରାଜଧାନୀରେ ଇ-ଓ୍ବେଷ୍ଟ ସଂଗ୍ରହ ଅଭିଯାନ ଆରମ୍ଭ

ଭୁବନେଶ୍ୱର: ଘର ଘର ବୁଲି ଇ-ଓ୍ବେଷ୍ଟ ସଂଗ୍ରହ କରିଛି ବିଏମସି। ରାଜଧାନୀ ଭୁବନେଶ୍ଵରରେ ବିଏମସି ପକ୍ଷରୁ ଶନିବାର ଠାରୁ ତ୍ବରାନ୍ବିତ ହୋଇଛି ଏହି ଇ-ୱେଷ୍ଟ ସଂଗ୍ରହ ଅଭିଯାନ। ବିଏମସିର ଉତ୍ତର ମଣ୍ଡଳ ସ୍ଥିତ ଗଜପତି ନଗର ଅଞ୍ଚଳରୁ ଅତିରିକ୍ତ କମିଶନରଙ୍କ ଦ୍ଵାରା ଏହି ଅଭିଯାନର ଶୁଭାରମ୍ଭ ହୋଇଛି। ଏଣିକି ପ୍ରତି ଶନିବାର ଘର ଘର ବୁଲି ଲୋକଙ୍କ ଠାରୁ ଏପରି ଇ-ୱେଷ୍ଟ ସଂଗ୍ରହ କରିବେ ସଫେଇବାଲା।

ଆଗାମୀ ଦିନରେ ବିଏମସିର ସମସ୍ତ ୬୭ଟି ୱାର୍ଡରେ କାର୍ଯ୍ୟକାରୀ ହେବ ଏହି ଅଭିଯାନ। ଘରେ ଥିବା ଅବ୍ୟବହୃତ ଇଲେକ୍ଟ୍ରୋନିକ ସାମଗ୍ରୀକୁ ଏଣେତେଣେ ବାହାରେ ନଫୋପାଡି ଭୁବନେଶ୍ୱର ମହାନଗର ନିଗମ (Bhubaneswar Municipal Corporation) ବିଏମସି ସଫେଇ ଗାଡ଼ିରେ (BMC Cleaning Vehicle) ଦେବାକୁ ମଧ୍ୟ ସଚେତନତା କରାଯାଇଛି। ଏହାକୁ ସଂଗ୍ରହ କରି ନିକଟସ୍ଥ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରରେ (Waste Management Center) ଗଚ୍ଛିତ କରାଯିବ। ଏହାପରେ ପ୍ରଦୂଷଣ ବୋର୍ଡ (Pollution Board) ପକ୍ଷରୁ ଏହାକୁ ନେଇ ପରବର୍ତ୍ତୀ ପ୍ରକ୍ରିୟାକରଣ କରାଯିବ।