ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ
Advertisement
Article Detail0/zeeodisha/odisha902787

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

ଗୋଟିଏ ବତ୍ୟାର ତାଣ୍ଡବ ସରିନଥିବା ବେଳେ ଆଉ ଏକ ବାତ୍ୟାର ସଙ୍କେତ ମିଳୁଛି। ବଙ୍ଗୋପସାଗରରେ ଲଘୁଚାପ ଦାନା ବାନ୍ଧୁଛି। ତେବେ ଏହା ମଧ୍ୟ ଅନ୍ୟ ଲଘୁଚାପ ଭଳି ବାତ୍ୟାର ରୂପ ନେବ ବୋଲି ଆଶଙ୍କା କରାଯାଉଛି।

 ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର: ପୁଣି ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳବାସୀଙ୍କ ଛାତିରେ ଛନକା ପିଶିଲା। କାରଣ ଗୋଟିଏ ବତ୍ୟାର ତାଣ୍ଡବ ସରିନଥିବା ବେଳେ ଆଉ ଏକ ବାତ୍ୟାର ସଙ୍କେତ ମିଳୁଛି। ବଙ୍ଗୋପସାଗରରେ ଲଘୁଚାପ ଦାନା ବାନ୍ଧୁଛି। ତେବେ ଏହା ମଧ୍ୟ ଅନ୍ୟ ଲଘୁଚାପ ଭଳି ବାତ୍ୟାର ରୂପ ନେବ ବୋଲି ଆଶଙ୍କା କରାଯାଉଛି।

କେନ୍ଦ୍ର ଭୂ-ବିଜ୍ଞାନ ମନ୍ତ୍ରାଳୟର ସଚିବ ମାଧବନ ରାଜୀବନ ଏକ ଟ୍ୱିଟ୍ କରି ଆଗାମୀ ବାତ୍ୟାର ସଙ୍କତ ଦେଇଛନ୍ତି। ମାଧବନ ତାଙ୍କ ଟ୍ୱିଟରେ ଚଳିତବର୍ଷର ପ୍ରଥମ ବତ୍ୟାର ତାଉତେ (Tauktae) ର ସ୍ଥିତି, ଲ୍ୟାଣ୍ଡଫଲ୍ ଓ କ୍ଷୟକ୍ଷତି ନେଇ ସଠିକ ଆକଳନ କରିଥିବାକୁ IMDକୁ ଧନ୍ୟବାଦ ଜଣାଇଛନ୍ତି। ଏହାସହ ବଙ୍ଗୋପସାଗର(Bay Of Bengal) ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ସଙ୍କେତ ଦେଇଛନ୍ତି। 

Also Read: ୨୩ ବର୍ଷ ପରେ ତାଣ୍ଡବ; Tauktaeରେ ଗୁଜୁରାଟର ୧୪ ଜିଲ୍ଲା ପ୍ରଭାବିତ, ୩ ରାଜ୍ୟରେ ଗଡିଲା ୧୭ ମୁଣ୍ଡ

 

ସଚିବ ମାଧବନ ରାଜୀବନ (Madhavan Rajeevan) ଙ୍କ କହିବାନୁସାରେ ଆସନ୍ତା ୨୩ ତାରିଖ ରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ (Low Pressure) ବଳୟ ସୃଷ୍ଟି ହେବ। ଏହା ବାତ୍ୟାର ରୂପ ନେବ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଆସନ୍ତା ୨୬-୨୭ ତାରିଖ ବେଳକୁ ଅଧିକ ଘନିଭୂତ ହୋଇ ଓଡିଶା ମୁହାଁ ହେବାର ସମ୍ଭାବନା ଅଛି। ତେବେ ଲଘୁଚାପ ସୃଷ୍ଟି ହେବା ପରେ ସଠିକ ଆକଳନ କରାଯାଇ ପାରିବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି।