ଭାରତୀୟ ସେନା ଗଢିବାରେ ଏନସିସିର ରହିଛି ମୁଖ୍ୟ ହାତ

ପ୍ରତି ବର୍ଷ ନଭେମ୍ବର ମାସର ଚତୁର୍ଥ ରବିବାରଟି ଏନସିସି ଡେ ଭାବରେ ପାଳନ କରାଯାଏ । ଏହି ଦିନ ସମସ୍ତ କ୍ୟାଡେଟ ମାନଙ୍କୁ ଏକତ୍ରିତ କରି ଏନସିସିର ସଂଗୀତ ସହିତ ଭାରତରେ ସମସ୍ତେ ଏକତ୍ର ରହିବା ପାଇଁ ପ୍ରୋତ୍ସାହନ ମଧ୍ୟ ଦିଆଯାଏ । 

ଭାରତୀୟ ସେନା ଗଢିବାରେ ଏନସିସିର ରହିଛି ମୁଖ୍ୟ ହାତ

ଗୌରବ ସାମଲ, ଭୁବନେଶ୍ୱର: ନ୍ୟାସନାଲ କ୍ୟାଡେଟ କର୍ପ ବା ଏନସିସି । ଏହାର ସ୍ଥାପନ ୧୬ ଏପ୍ରିଲ ୧୯୪୮ ମସିହାରେ ହୋଇଥିଲା । ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ମାନକୁଂ ଏକତା ଓ ଅନୁଶାସନ ଶିଖେଇବା ହେଉଛି ଏନସିସି ପ୍ରଥମ ଲକ୍ଷ୍ୟ । କୋଡିଏ ହଜାର ସଦସ୍ୟରୁ ଆରମ୍ଭ ହୋଇଥିବା ଏହି ସଂଗଠନରେ ଆଜି ୧୩  ଲକ୍ଷରୁ  ଅଧିକ ଛାତ୍ରଛାତ୍ରୀ ସାମିଲ ଅଛନ୍ତି ।

ପ୍ରତି ବର୍ଷ ନଭେମ୍ବର ମାସର ଚତୁର୍ଥ ରବିବାରଟି ଏନସିସି ଡେ ଭାବରେ ପାଳନ କରାଯାଏ । ଏହି ଦିନ ସମସ୍ତ କ୍ୟାଡେଟ ମାନଙ୍କୁ ଏକତ୍ରିତ କରି ଏନସିସିର ସଂଗୀତ ସହିତ ଭାରତରେ ସମସ୍ତେ ଏକତ୍ର ରହିବା ପାଇଁ ପ୍ରୋତ୍ସାହନ ମଧ୍ୟ ଦିଆଯାଏ । ଏନସିସିରେ ତିନୋଟି ଉଇଙ୍ଗ ସ୍ଥଳସେନା, ନୌସେନା ଓ ବାୟୁସେନା ଯଥାକ୍ରମେ ପ୍ରତିନିଧିତ୍ୱ କରିଥାନ୍ତି । ସ୍କୁଲ ଓ କଲେଜରେ ଦୁଇଟି ଡିଭିସନ ମଧ୍ୟ ରହିଛି । ସ୍କୁଲରେ ଜୁନିଅର ଡିଭିଜନ ଥିବାବେଳେ କଲେଜରେ ସିନିଅର ଡିଭିଜନ ଥାଏ । ଜୁନିଅର ଡିଭିଜନ ଦୁଇ ବର୍ଷ ପାଇଁ ଓ ଏଥିରେ ୧୩ ବର୍ଷ ୬ ମାସରୁ ୧୮ ବର୍ଷ ବୟସର ଛାତ୍ରଛାତ୍ରୀ ଯୋଗ ଦେଇପାରୁଥିବା ବେଳେ ସିନିଅର ଡିଭିଜନ ତିନି ବର୍ଷ ପାଇଁ ଏବଂ ଏଥିରେ ୨୪ ବର୍ଷରୁ କମ ବୟସର ଛାତ୍ରଛାତ୍ରୀ ଯୋଗ ଦେଇପାରିବେ ।

ଆଜି ଭାରତୀୟ ସେନାରେ ଏନସିସିର ଅନେକ ଭୂମିକା ରହିଛି । ଏନସିସିରେ ମଧ୍ୟ ପିଲାମାନଙ୍କୁ ଦେଶର ସେନାରେ ଯୋଗ ଦେବା ପାଇଁ ଉତ୍ସହାନା ଓ ପ୍ରଶିକ୍ଷଣ ଦିଆଯାଇଥାଏ । ଏଥିରେ ତିନି ପ୍ରକାର ସାର୍ଟିଫିକେଟ  A,B ଓ C ରହିଛି  । C ସାର୍ଟିଫିକେଟର  ମହତ୍ତ୍ୱ ସବୁଠାରୁ ଅଧିକା ।  ଜଣେ C ସାର୍ଟିଫିକେଟ କ୍ୟାଡେଟକୁ CDS ଓ NDA ପରୀକ୍ଷା ଦେବାକୁ ପଡେନାହିଁ । ତାଙ୍କୁ ସିଧାସଳକ ସାକ୍ଷାତକାର  ପାଇଁ ଡକା ଯାଏ ।  ଭାରତୀୟ ସେନାରେ ଥିବା ଅଧିକାଂଶ କର୍ମଚାରୀ  ପୂର୍ବ  ଏନସିସିର କ୍ୟାଡେଟ ଭାବେ ରହିଥାନ୍ତି । 

 

 

Tags: