close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ନମ୍ବର ଗୋଟିଏ ହେଲେ ଗାଡି ଅନେକ

 ଗୋଟିଏ ନମ୍ବରରେ ଦୁଇଟି କାର। ଏଭଳି ଜାଲ କରୁଥିବା ୧୩ଟି କାରକୁ ଜବତ କରିଛି ଭୁବନେଶ୍ୱର ଟ୍ରାଫିକ ଥାନା ପୋଲିସ। ସବୁ ଗାଡି ଟାଟା ଏସି ହୋଇଥିବା ବେଳେ ଗୋଟାଏ ମାଲିକଙ୍କ ନିକଟରେ ସବୁ ଗାଡି ରହିଛି। ଖବର ପାଇବା ପରେ ପୋଲିସ ଜାଲ ବିଛାଇ ସବୁ ଗାଡିକୁ ସିଜ କରିଛି । କାହିଁକି ଗାଡି ମାଲିକ ଏ ସବୁ କାରକୁ ଗୋଟାଏ ନମ୍ବରରେ ଚଲାଉଥିବା ସେ ନେଇ ଅଧିକ ଖୋଳତାଡ କରୁଛି ପୋଲିସ।

ନମ୍ବର ଗୋଟିଏ ହେଲେ ଗାଡି ଅନେକ

ଭୁବନେଶ୍ୱର,ସରୋଜ ବେହେରା: ଗୋଟିଏ ନମ୍ବରରେ ଦୁଇଟି କାର। ଏଭଳି ଜାଲ କରୁଥିବା ୧୩ଟି କାରକୁ ଜବତ କରିଛି ଭୁବନେଶ୍ୱର ଟ୍ରାଫିକ ଥାନା ପୋଲିସ। ସବୁ ଗାଡି ଟାଟା ଏସି ହୋଇଥିବା ବେଳେ ଗୋଟାଏ ମାଲିକଙ୍କ ନିକଟରେ ସବୁ ଗାଡି ରହିଛି। ଖବର ପାଇବା ପରେ ପୋଲିସ ଜାଲ ବିଛାଇ ସବୁ ଗାଡିକୁ ସିଜ କରିଛି । କାହିଁକି ଗାଡି ମାଲିକ ଏ ସବୁ କାରକୁ ଗୋଟାଏ ନମ୍ବରରେ ଚଲାଉଥିବା ସେ ନେଇ ଅଧିକ ଖୋଳତାଡ କରୁଛି ପୋଲିସ। ଏ ସଂକ୍ରାନ୍ତରେ ଆଞ୍ଚଳିକ ପରିବହନ ବିଭାଗକୁ ଅବଗତ କରିବା ପରେ ବିଭାଗୀୟ ଅଧିକାରୀ ଟ୍ରାଫିକ ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। 

ଏଭଳି ଜାଲ କରୁଥିବା ୬ଟି ଗାଡିକୁ ଜବତ କରିଛି ଭୁବନେଶ୍ୱର ଟ୍ରାଫିକ ଥାନା ପୋଲିସ। ରାଜଧାନୀ ଭୁବନେଶ୍ୱରରେ ଏଭଳି ଜାଲ କରାଯାଉଥିବା ନେଇ ଅଭିଯୋଗ ପରେ ଟ୍ରାଫିକ ଥାନା ପୋଲିସ ଜାଲ ବିଛାଇ ଥିଲା।ଗାଡି ଗୁଡିକ କେଉଁଠି ବ୍ୟବହାର କରାଯାଉଥିଲା କିଏ ବ୍ୟବହାର କରୁଥିଲା ତାହାର ଯାଞ୍ଚ କରାଯାଇଥିଲା। ତଦନ୍ତ ବେଳେ ଯାହା ବାହାରିଲା ତାହା ଟ୍ରାଫିକ ପୋଲିସ ଅଧିକାରୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ବେଧଡକ ଗାଡି ଗୁଡିକ ଭୁବନେଶ୍ୱରର  ବିଭିନ୍ନ ଅଞ୍ଚଳରେ  ବୁଲାବୁଲି କରୁଥିଲା। ଗୋଟାଏ ଗାଡି ଖଣ୍ଡିଗିରି ଅଞ୍ଚଳ  ଥିବା ବେଳେ ଆଉ ଏକ ଗାଡି କଳ୍ପନା ଅଞ୍ଚଳରେ  ବୁଲୁଥିଲା।  ଗତ କିଛି ବର୍ଷ ହେବ ଗାଡି ମାଲିକ ଏଭଳି ଭାବେ ଗାଡି ଗୁଡିକୁ ବେଆଇନ ଭାବେ ରାଜଧାନୀର ବିଭିନ୍ନ ଦୋକାନରେ ଲଗାଇ କାମ ଆଦାୟ କରୁଥିଲା।  ଖବର ପାଇ ଟ୍ରାଫିକ ଥାନା ପୋଲିସ ସମୁଦାୟ ୧୩ ଗାଡି ଜବତ କରିଛି। 

କିଏ ସେ ଲୋକ, କାହିଁକି ଏଭଳି ଜାଲ କରି ଗାଡି ଚଲାଉଥିଲା।  ସେ ସବୁର ତଦନ୍ତ ଜାରି ରଖିଛି ପୋଲିସ। ଗାଡି ମାଲିକଙ୍କୁ ଅଚକ ରଖି ଏ ସଂକ୍ରାନ୍ତରେ ପଚରାଉଚରା କରାଯାଉଛି।  ଟ୍ୟାକ୍ସ ଫାଙ୍କିବା ପାଇଁ ଏ ବ୍ୟବସ୍ଥା ଗାଡି ମାଲିକ କରିଥିଲେ କି?  ଗାଡି ନମ୍ବର ହେରଫେର ପଛରେ କିଛି ବେଆଇନ କାର୍ଯ୍ୟକଳାପ ଚାଲିଥିଲା କି ? ଗାଡି ଚୋରାରେ କିଣା ଯାଇନଥିଲା ତ ଏ ସବୁ ଜାଣିବା ପାଇଁ କମିଶନରେଟ ପୋଲିସ ଆଂଚଳିକ ପରିବହନ ବିଭାଗକୁ ଅବଗତ କରିବା ପରେ ବିଭାଗୀୟ ଅଧିକାରୀ ଟ୍ରାଫିକ ଥାନାରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ଆଇନ ଅନୁଯାୟୀ ବିଭାଗ କାର୍ଯ୍ୟାନୁଷ୍ଠାନ କରିବ ବୋଲି ଆରଟିଓ ଅଧିକାରୀ ସୁଚନା ଦେଇଛନ୍ତି।  ହେଲେ କାହିଁକି ଗାଡି ଅଣାଯାଇଛି ସେ ସଂକ୍ରାନ୍ତରେ ତାଙ୍କ ପାଖରେ ସୁଚନା ନ ଥିବା କହିଛନ୍ତି ଗାଡି ମାଲିକ । ଏହା ପ୍ରଥମ ଥର ନୁହଁ। ଗୋଟାଏ ନମ୍ବରରେ ଦୁଇଟି ଗାଡି ଧରା ପଡିବା ନେଇ ପୂର୍ବରୁ ଆଗରୁ ମଧ୍ୟ ନଜିର ରହିଛି।  ଏଠାରେ ପ୍ରଶ୍ନ ଉଠୁଛି ଯଦି ଏଭଳି ଗାଡି କୌଣସି ସ୍ଥାନରେ ଦୁର୍ଘଟଣା ଘଟାଏ ଓ ଧନ ଜୀବନ ନଷ୍ଟ ହୁଏ ତା ପାଇଁ ଦାୟୀ କିଏ ରହିବ ।