ଚିନ୍ତାରେ ଚାଷୀ...
Advertisement
Article Detail0/zeeodisha/odisha678638

ଚିନ୍ତାରେ ଚାଷୀ...

କିଛି ଦିନ ଯାତାୟାତ ଓ ଗମନାଗମନ କଟକଣା ଲାଗି ବିଲରେ ନଷ୍ଟ ହୋଇଗଲା ପନିପରିବା । ଜମିରୁ ଉଠୁନି ପରିବା । କିଣିବାକୁ ବେପାରି ଆସୁନାହାଁନ୍ତି ।

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ସୌମ୍ୟ ରଞ୍ଜନ ନାୟକ, ନୂଆଦିଲ୍ଲୀ: ଲକଡାଉନ୍ ଯୋଗୁ ସବୁ ଠପ୍ ହୋଇଯାଇଛି । ଚାଷୀ ମୁଣ୍ଡରେ ହାତ ଦେଲାଣି । ଏବେ ଫସଲ ଉତ୍ପାଦନର ସମୟ ହୋଇ ଥିବାରୁ ଦୁଇ ପଇସା ଲାଭ କରିବ ବୋଲି ଭାବିଥିଲେ ଚାଷୀକୂଳ । ହେଲେ ଦାଉ ସାଧିଲା କୋରୋନା । କିଏ ମହାଜନ ଠାରୁ ତ ଆଉ କିଏ ସାହୁକାର ଠାରୁ ଋଣ ଆଣି ଚାଷ କରିଥିଲେ । କିଛି ଚାଷୀ ବ୍ୟାଙ୍କରୁ ଋଣ ଆଣି ଚାଷ କରୁଥିଲେ । ହେଲେ କୋରୋନା ଦାଉ ଯୋଗୁଁ ଏସବୁ ସୁଝିବା ଏବେ ମୁସକିଲ ହୋଇପଡ଼ିଛି । 

କିଛି ଦିନ ଯାତାୟାତ ଓ ଗମନାଗମନ କଟକଣା ଲାଗି ବିଲରେ ନଷ୍ଟ ହୋଇଗଲା ପନିପରିବା । ଜମିରୁ ଉଠୁନି ପରିବା । କିଣିବାକୁ ବେପାରି ଆସୁନାହାଁନ୍ତି । ତେଣୁ ପରିବାର ଚଳିବ କେମିତି ତାକୁ ନେଇ ଏବେ ଚିନ୍ତାରେ ଚାଷୀ । ସେପଟେ ସରକାର ଏବର୍ଷ ରାଜ୍ୟ ରାଜକୋଷର ଆର୍ଥିକ କ୍ଷତିକୁ ଭରଣା କରିବାକୁ ଯାଇ କୁଆଡ଼େ ଚାଷୀଙ୍କୁ ଦିଆଯାଉଥିବା 'କାଳିଆ ଯୋଜନା' ରୁ ୬୦ପ୍ରତିଶତ ଅର୍ଥ କାଟ କରିବାକୁ ଯାଉଛନ୍ତି । ସରକାରୀ ସ୍ତରରେ ଏଭଳି କିଛି ଯୋଜନା ପ୍ରସ୍ତୁତ ହେଉଥିବା ବିଶ୍ଵସ୍ତ ସୂତ୍ରରୁ ଜଣାପଡ଼ିଛି । ଏପଟେ ଚାଷୀମାନଙ୍କୁ ସରକାର ସହାୟତା ଯୋଗାଇଦେବାକୁ ଚାଷୀ ସଂଗଠନ ଦାବି ରଖିବ । ଲକଡାଉନ୍ ଯୋଗୁ କିଛି ଆର୍ଥିକ ସାହାଯ୍ୟ ଲୋଡ଼ିବେ ରାଜ୍ୟର ଚାଷୀ । 

;