ଓଡ଼ିଶାରେ ଚିହ୍ନଟ ହେଲା ପଞ୍ଚମ କୋରୋନା ପଜିଟିଭ
Advertisement

ଓଡ଼ିଶାରେ ଚିହ୍ନଟ ହେଲା ପଞ୍ଚମ କୋରୋନା ପଜିଟିଭ

 ଓଡ଼ିଶାରେ ଚିହ୍ନଟ ହେଲା ପଞ୍ଚମ କୋରୋନା ପଜିଟିଭ । ବର୍ତ୍ତମାନ ଓଡ଼ିଶାରେ କୋରୋନା ପଜିଟିଭଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି । 

ଓଡ଼ିଶାରେ ଚିହ୍ନଟ ହେଲା ପଞ୍ଚମ କୋରୋନା ପଜିଟିଭ

ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର: ଓଡ଼ିଶାରେ ଚିହ୍ନଟ ହେଲା ପଞ୍ଚମ କୋରୋନା ପଜିଟିଭ । ବର୍ତ୍ତମାନ ଓଡ଼ିଶାରେ କୋରୋନା ପଜିଟିଭଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ୫ଜଣଙ୍କ ମଧ୍ୟରକୁ ଜଣେ ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହି ପଞ୍ଚମ ପଜିଟିଭ ବ୍ୟକ୍ତି ଜଣଙ୍କ ବୟସ ୬୦ବର୍ଷ ଓ ସେ ଭୁବନେଶ୍ୱର ସୂର୍ଯ୍ୟନଗରର । ସେ କୋରୋନା ସହିତ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟାରେ ମଧ୍ୟ ପୀଡିତ ଅଛନ୍ତି । ଆଜି ରାଜ୍ୟରେ ୨୯୦ଟି ସାମ୍ପୁଲ ଟେଷ୍ଟ ହୋଇଥିବାବେଳେ ଏମ୍ସରେ ୫୩ଟି ପରୀକ୍ଷା କରାଯାଇଥିଲା । ୫୩ ଜଣଙ୍କ ମଧ୍ୟରୁ ୫୨ ଜଣ ନେଗେଟିଭ ଓ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ଭୁବନେଶ୍ୱରର ସୂର୍ଯ୍ୟନଗରର ବୋଲି ଜଣା ପଡ଼ିଛି । ତେବେ ସେ କେତେ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ଓ କାହା କାହା ସହିତ ମିଶିଛନ୍ତି ସେ ନେଇ ଆସନ୍ତାକାଲି ସୁଦ୍ଧା ସମସ୍ତ ତଥ୍ୟ ଟ୍ରେସ କରାଯିବ ।

 

ଗତକାଲି ସଂନ୍ଧ୍ୟାରେ ୪୭୩ ଜଣଙ୍କର ନମୁନା ପରୀକ୍ଷୀ ପାଇଁ ପଠାଯାଇଥିବାବେଳେ ଏମ୍ସକୁ ୧୫ଟି ସାମ୍ପୁଲ ପଠାହୋଇଥିଲା । ଆଉ ସେଥିରୁ ୧୪ଟି ନେଗେଟିଭ ଥିବାବେଳେ ଗୋଟିଏ ପଜିଟିଭ ବାହାରିଥିଲା । ତେବେ ଏ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାବେଳେ ସାରା ଓଡ଼ିଶା ଲକ୍ ଡାଉନରେ ରହିଛି ।  ତେବେ ଆଜି ଓଡ଼ିଶାକୁ କୋରୋନା ନେଇ ଆଶ୍ୱସ୍ତିକର ଖବର ମଧ୍ୟ ମିଳିଛି । ଦ୍ୱିତୀୟ କୋରୋନା ପଜିଟିଭ ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତାଙ୍କର ନମୁନା ଆଜି ପୁନଃବାର ଟେଷ୍ଟ କରଯିବା ପରେ ରିପୋର୍ଟ ନେଗେଟିଭ ଆସିଥିଲା ।