ସଟଡାଉନ ବେଳେ ବାହାରିବା ପଡ଼ିଲା ମହଙ୍ଗା, ୫୦ ଜଣ ଅମାନିଆ ଗଣିଲେ ତଣ୍ଡ
Advertisement

ସଟଡାଉନ ବେଳେ ବାହାରିବା ପଡ଼ିଲା ମହଙ୍ଗା, ୫୦ ଜଣ ଅମାନିଆ ଗଣିଲେ ତଣ୍ଡ

ଏନେଇ କମିଶନରେଟ ପୋଲିସର ସିକ୍ୟୁରିଟି ଡିସିପି ନିର୍ମଳ ଶତପଥୀ ସୂଚନା ଦେଇଛନ୍ତି । 

ସଟଡାଉନ ବେଳେ ବାହାରିବା ପଡ଼ିଲା ମହଙ୍ଗା, ୫୦ ଜଣ ଅମାନିଆ ଗଣିଲେ ତଣ୍ଡ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ସଟଡାଉନ ସମୟରେ ବାହାରକୁ ବାହାରିବା ପଡ଼ିଲା ମହଙ୍ଗା । ଆଦାୟ ହେଲା ଜୋରିମାନା । ଏହି ସମୟ ମଧ୍ୟରେ ବିନା କାରଣରେ ବାହାରିଥିବା ୫୦ ଜଣ ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ କଲା ପୋଲିସ । ଏନେଇ କମିଶନରେଟ ପୋଲିସର ସିକ୍ୟୁରିଟି ଡିସିପି ନିର୍ମଳ ଶତପଥୀ ସୂଚନା ଦେଇଛନ୍ତି । ଏହା ସହ ଲୋକଙ୍କୁ ଘରେ ରହିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

କମିଶନରେଟ ପୋଲିସର ସିକ୍ୟୁରିଟି ଡିସିପି ଆହୁରି ମଧ୍ୟ କହିଛନ୍ତି, ରାଜଧାନୀ ସମେତ କଟକରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ରହିଛନ୍ତି । ଅନୁମତି ପ୍ରାପ୍ତ ସଂସ୍ଥା ଓ ବ୍ୟକ୍ତିଙ୍କୁ ଜାଞ୍ଚ କରି ଛଡ଼ା ଯାଉଛି ।  ସଟଡାଉନ ସମୟରେ ଲୋକଙ୍କୁ ଘରେ ରହିବା ପାଇଁ କହିଛନ୍ତି ସିକ୍ୟୁରିଟି ଡିସିପି ନିର୍ମଳ ଶତପଥୀ ସୂଚନା ।