ରାଜଧାନୀ ମିନି ଫରେଷ୍ଟରେ ଲାଗିଲା ନିଆଁ
Advertisement

ରାଜଧାନୀ ମିନି ଫରେଷ୍ଟରେ ଲାଗିଲା ନିଆଁ

ରବିବାର ହୋଇଥିବା ଏହି ଅଗ୍ନିକାଣ୍ଡ ସହରର ହାର୍ଟ୍ ଅଫ୍ ଦି ସିଟି କୁହାଯାଉଥିବା ରାଜଭବନ ନିକଟରେ ଘଟିଛି।

ରାଜଧାନୀ ମିନି ଫରେଷ୍ଟରେ ଲାଗିଲା ନିଆଁ

ଶାନ୍ତସ୍ବରୂପ ରାଉତ,ଭୁବନେଶ୍ବର: ରାଜଧାନୀରେ ଲାଗିଲା ନିଆଁ। ଭୁବନେଶ୍ବରସ୍ଥିତ ରାଜଭବନ ପେଟ୍ରୋଲ ପମ୍ପ ନିକଟରେ ଥିବା ମିନି ଫରେଷ୍ଟ ଠାରେ ରବିବାର ପୂର୍ବାହ୍ନରେ ଅଚାନକ ନିଆଁ ଲାଗିଯାଇଥିଲା। ସମୟ ପୂର୍ବାହ୍ନ ୧୧ଟା ରାଜଧାନୀର ରାଜରାସ୍ତା କଡରେ ଥିବା ଛୋଟ ଜଙ୍ଗଲରେ ନିଆଁ ଲାଗିଥିଲା। 

ରବିବାର ହୋଇଥିବା ଏହି ଅଗ୍ନିକାଣ୍ଡ ସହରର ହାର୍ଟ୍ ଅଫ୍ ଦି ସିଟି (Heart of the City) କୁହାଯାଉଥିବା ରାଜଭବନ (Rajbhawan) ନିକଟରେ ଘଟିଛି। ଏଠାରେ ଥିବା ଛୋଟିଆ ଜଙ୍ଗଲ ମିନି ଫରେଷ୍ଟରେ (Mini Forest) ଗ୍ରୀଷ୍ମ ପ୍ରବାହ (Heat Wave ) ପ୍ରଭାବରୁ କୌଣସି କାରଣ ବଶତଃ ନିଆଁ ସଂଯୋଗ ହୋଇ ହଠାତ୍ ଏହା ଜଳିଉଠିଥିଲା। ଏହାକୁ ଦେଖିବା ପରେ ରାସ୍ତାରେ ଯାଉଥିବା ସୂର୍ଯ୍ୟନଗର ବାସିନ୍ଦା ପୂର୍ଣ୍ଣେନ୍ଦୁ ରାୟ ଉପସ୍ଥିତ ବୁଦ୍ଧି ଖଟାଇ ଦମକଳ ବାହିନୀକୁ ଯୋଗାଯୋଗ କରିବା ସହ ନିଜେ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ।

Also Read: ଓୟୁଏଟି ବନ ମହାବିଦ୍ୟାଳୟରେ ପଢି ଝାଲ୍ ମୁଢି ବିକିଲେ ଛାତ୍ରଛାତ୍ରୀ

 

ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏହା ଦ୍ୱାରା କୌଣସି କ୍ଷୟକ୍ଷତି ହୋଇନଥିଲେ ମଧ୍ୟ ପାଖରେ ଅବସ୍ଥିତ ରାଜ୍ୟପାଳ ଭବନ ଏବଂ ପୂର୍ବରୁ ଅଗ୍ନିକାଣ୍ଡ ଘଟିଥିବା ପେଟ୍ରୋଲ ପମ୍ପ ମଧ୍ୟ ଆବଦ୍ଧ ହୋଇ ରହିଛି। ଏହାସହ କ୍ରମାଗତ ଭାବେ ସ୍ମାର୍ଟ ସିଟିରେ ଗଛଲତା ଲୋପ ପାଉଥିବା ବେଳେ ଯେତିକି ଅଛି ତାହା  ଯଦି କୌଣସି କାରଣରୁ ନଷ୍ଟ ହୁଏ ତାହେଲେ ପରିବେଶ ପାଇଁ କ୍ଷତିକାରକ।