ଭୁବନେଶ୍ୱର: ଓଡ଼ିଶାରେ ପିଟିହେବ ବାତ୍ୟା "ୟାସ୍"। ତାହାର ଚିତ୍ର ପ୍ରାୟ ସ୍ପଷ୍ଟ ହୋଇଗଲାଣି। ପ୍ରାକୃତିକ ବିପର୍ଯ୍ୟୟର ସମ୍ଭାବନାକୁ ଆଉ ଏଡ଼ାଇବା ମୁସ୍କିଲ। ସ୍ଥିତିକୁ ଆଗୁଆ ଆକଳନ କରି ଏହାର ମୁକାବିଲା କରିବା ପାଇଁ ସରକାର ସବୁସ୍ତରରେ ବ୍ୟାପକ ପ୍ରସ୍ତୁତି କରିଛନ୍ତି। ମିଶନ ଜିରୋ କାଜୁଆଲଟି ଲକ୍ଷ୍ୟକୁ ଆଉଥରେ ସଫଳ କରିବାକୁ ସରକାର ବାତ୍ୟା ପ୍ରଭାବିତ ହେବାକୁ ଥିବା ୫ ଜିଲ୍ଲା ପାଇଁ ୫ ବରିଷ୍ଠ ଆଇଏଏସଙ୍କୁ ଦାୟିତ୍ୱ ଦେଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ଏହା ସହ ଆସନ୍ତାକାଲି ସୁଦ୍ଧା ସମୁଦ୍ରକୂଳବର୍ତ୍ତୀ ଗାଁର ଲକ୍ଷାଧିକ ଲୋକଙ୍କୁ "ୟାସ୍" ବାତ୍ୟା (Cyclone Yass) ଆସିବା ଆଗକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷେ ଜଳ, ଶକ୍ତି, ସ୍ୱାସ୍ଥ୍ୟ ବିଭାଗ ସବୁ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହୋଇଉଠିଛନ୍ତି। ବାତ୍ୟା କେଉଁଠି ପିଟିହେବ ତାହାର ଚିତ୍ର ପ୍ରାୟ ସ୍ପଷ୍ଟ ହୋଇଗଲାଣି। ରାଜ୍ୟ ସରକାର କୌଣସି ସ୍ଥିତିରେ ବିପଦ ମୁଣ୍ଡାଇବାକୁ ଚାହୁଁନାହାଁନ୍ତି। 


Also Read: ମହାମାରୀରେ ମହାବିପତ୍ତି; ଆସୁଛି 'Yaas'


ଏହି ବାତ୍ୟାକୁ ନେଇ ସମୁଦ୍ର ଉପକୂଳବର୍ତ୍ତୀ ଲୋକଙ୍କ ମନରେ ଭାଳେଣି ପଡ଼ିଥିବା ବେଳେ ସରକାରୀ ସୂଚନା ଭିତ୍ତିରେ ଲୋକେ ମୁକାବିଲା ପାଇଁ ପ୍ରସ୍ତୁତ ହୋଇଗଲେଣି। ସରକାର ତାଙ୍କ ଜିରୋ କାଜୁଆଲଟି ମିଶନ (Zero Casualty Mission) ଲକ୍ଷ୍ୟକୁ ଗୁରୁତ୍ୱ ଦେଇ ୫ ଜିଲ୍ଲାର ଦାୟିତ୍ୱ ୫ଜଣ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ଦେଇଛନ୍ତି। ବାତ୍ୟା ମାଡ଼ ହେବା ପୂର୍ବରୁ ପ୍ରାୟ ୧ ଲକ୍ଷ ୨୦ ହଜାର ଲୋକଙ୍କୁ ଆସନ୍ତାକାଲି ସୁଦ୍ଧା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ସ୍ୱତନ୍ତ୍ର ରିଲିଫ କମିଶନର-ଏସଆରସି (Special Relief Organisation-SRC) ନିର୍ଦ୍ଦେଶ ଜାରି କରିଛନ୍ତି।


Also Read: Yaas Alert: ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ପ୍ରସ୍ତୁତି


ସେପଟେ ବାତ୍ୟାର ମୁକାବିଲା ଏବଂ ଲୋକଙ୍କୁ ଜରୁରୀ ସହାୟତା ଯୋଗାଇବାକୁ ୫୨ କମ୍ପାନୀ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ-ଏନଡିଆରଏଫ (National Disaster Response Force-NDRF) ଟିମ , ୬୦ରୁ ଅଧିକ ଓଡ଼ିଶା ତ୍ୱରିତ ବିପର୍ଯ୍ୟୟ କାର୍ଯ୍ୟାନୁଷ୍ଠାନ ବଳ-ଓଡ୍ରାଫ୍ (Odisha Disaster Rapid Action Force-ODRAF) ଟିମ୍, ୧୭୫ଟି ଅଗ୍ନିଶମ ବିଭାଗ (Fire Brigade Department) ଟିମ ମୁତୟନ କରାଯାଇଛି।


Also Read: ସତ ହେଉଛି ଆକଳନ; ସ୍ପଷ୍ଟ ହେଉଛି Landfall Sopt


ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟାକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ସରକାର ଉଭୟ କୋଭିଡ୍ ସହ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି। ଜନସାଧାରଣଙ୍କ ସହଯୋଗ ପ୍ରସ୍ତୁତିକୁ ଆହୁରି ମଜବୁତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଏହା ସହ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। 


Also Read: Cyclone Yass: ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଜାରି ରଖିଛି Puri Admin


"ୟାସ" ପ୍ରଭାବରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ କ୍ଷୟକ୍ଷତିର ସମ୍ଭାବନା ରହିଛି। ବିଶେଷ କରି ଜଳ ସମ୍ପଦ, ବିଦ୍ୟୁତ୍ ସେବା ଯୋଗାଇବା ବ୍ୟାହତ ହୋଇପାରେ। ବାତ୍ୟା ଯିବା ପରେ ବନ୍ୟା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସରକାର ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିବା ସହ ଉତ୍ତର ଓଡ଼ିଶାରେ ରହିଥିବା ଡ୍ୟାମ ଉପରେ ନଜର ରଖିଛନ୍ତି। ଜିଲ୍ଲାର ଠିକାଦାରଙ୍କ ସହ ଆଲୋଚନା ହୋଇଥିବା ବେଳେ ଆବଶ୍ୟକ ସରଞ୍ଜାମ ମହଜୁଦ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଳ ସମ୍ପଦ ବିଭାଗ, ଶକ୍ତି ବିଭାଗ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ଶିବିର କରି ଜରୁରୀକାଳୀନ ସେବା ଯୋଗାଇବ ବୋଲି ବିଭାଗୀୟ ନିର୍ଦ୍ଦେଶକ କହିଛନ୍ତି।


Also Read: ବାତ୍ୟାକୁ ନେଇ ଆତଙ୍କିତ ଉପକୂଳବାସୀ; ମୁକାବିଲା ଲାଗି ପ୍ରସ୍ତୁତ ଜିଲ୍ଲା ପ୍ରଶାସନ


ପୂର୍ବରୁ ୪୪ ଏନଡିଆରଏଫ ଟିମ୍ ଓଡ଼ିଶାରେ ନିୟୋଜିତ ହୋଇଥିଲା। ଅଧିକ ଟିମ୍ ଯୋଗାଇବା ପାଇଁ କେନ୍ଦ୍ରକୁ ଅନୁରୋଧ ପରେ ଭୁବନେଶ୍ୱର ଆଉ ୮ଟି ଟିମ୍ ପହଞ୍ଚିଛି। ଏହି ବାତ୍ୟା ଦ୍ୱାରା ରାଜ୍ୟକୁ କେତେ ପରିମାଣରେ କ୍ଷତି ସହିବାକୁ ପଡି଼ବ ତାହା ଏବେ ଠାରୁ ଅନୁମାନ ଲଗାଇବା ମୁସ୍କିଲ। ହେଲେ ଏପରି ପ୍ରାକୃତିକ ବିପର୍ଯ୍ୟୟରେ ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କ ଏହି ମହାପ୍ରସ୍ତୁତି ମିଶନ ଜିରୋ କାଜୁଆଲଟି ଲକ୍ଷ୍ୟକୁ ସଫଳ କରିବ।