ଭୁବନେଶ୍ୱର: ଦୀପାବଳି ପାଇଁ ରାଜ୍ୟ ଅଗ୍ନିଶମ ବିଭାଗର ସ୍ୱତନ୍ତ୍ର ପ୍ରସ୍ତୁତି । ରାଜ୍ୟରେ ଥିବା ୩୩୭ ଫାୟାର ଷ୍ଚେସନକୁ ଆଲର୍ଟ ରଖାଯାଇଛି । ଏତତ ବ୍ୟତୀତ ପ୍ରମୁଖ ସହର ମାନଙ୍କରେ ଅସ୍ଥାୟୀ ଫାଏର ଷ୍ଚେସନ ମଧ୍ୟ ଖୋଲାଯାଇଛି । କଟକ-୫, ଭୂବନେଶ୍ୱର -୩, ବ୍ରହ୍ମପୁର, ସମ୍ବଲପୁର ,ବରଗଡ଼ ,ରାଉଲକେଲାରେ ୨ଟି ଅସ୍ଥାୟୀ ଫାଏର ଷ୍ଟେସନ କରାଯାଇଛି । ରାଜ୍ୟର ସମସ୍ତ ଜିଲ୍ଲାରେ ମୁଖ୍ୟ ଅଗ୍ନିଶ୍ରମ କେନ୍ଦ୍ରରେ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ସମସ୍ତ ଅଗ୍ନିଶମ ଗାଡି ସହିତ ଯନ୍ତ୍ରପାତିକୁ ମଧ୍ୟ ମହଜୁଦ ରଖାଯାଇଛି । ଏବଂ ସମସ୍ତ ଅଗ୍ନିଶମ ଗାଡି ସହିତ ଯନ୍ତ୍ରପାତିକୁ ମଧ୍ୟ ମହଜୁଦ ରଖାଯାଇଛି । ବାଣ ଫୁଟାଇବା ସମୟରେ ସର୍ତ୍ତକତା ଅବଲମ୍ବନ କରିବା ପାଇଁ ପରାମର୍ଶ ମଧ୍ୟ ଦିଆଯାଇଛି ।
ବାଣ ଫୁଟାଇବା ସମୟରେ ସାବଧନତା ଅବଲମ୍ୱନ ନ କରୁଥିବାରୁ ଅନେକ ଲୋକ ଆହାତ ମଧ୍ୟ ହୋଇଥାନ୍ତି । ତେଣୁ କଟକ ଏସ.ସି.ବି ମେଡିକାଲରେ ଏ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଖାସ କରି ଜରୁରୀକାଳୀନ ବିଭାଗରେ ସର୍ଜେରୀ, ପ୍ଲାଷ୍ଟିକ ସର୍ଜେରୀ, ଅର୍ଥୋପେଡିକ, ନ୍ୟୁରୋ ସର୍ଜେରୀ, ଟ୍ରୋମା, ଆଖି ଓ ENT ବିଭାଗର ଡାକ୍ତରଙ୍କୁ ଆଲର୍ଟ ରଖାଯିବ । ଏଥିସହିତ ପ୍ଲାଷ୍ଟିକ ସର୍ଜେରୀରେ ୫ଟି ଓ ଟ୍ରୋମା ବିଭାଗରେ ୨୦ ବେଡ୍ ମଧ୍ୟ ମହଜୁଦ ରଖାଯାଇଛି । ଅପରପଟେ ବାଣ ଫୁଟାଇବା ସମୟରେ କୌଣସି ଲାଇଲନ କପଡା ପିନ୍ଧିବା ବଦଳରେ ସୁତା ଲୁଗା ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଛି । ଛୋଟ ପିଲା ଓ ବୃଦ୍ଧ ଲୋକଙ୍କୁ ଅଧିକ ଶବ୍ଦର ବାଣରୁ ଦୂରେଇ ରଖିବା ପାଇଁ ଏସ.ସି.ବି ପକ୍ଷରୁ ପରାମର୍ଶ ଦିଆଯାଇଛି ।