ଘନଉଛି ଘୂର୍ଣ୍ଣିବଳୟ, ପାଞ୍ଚ ଦିନ ବର୍ଷା
Advertisement

ଘନଉଛି ଘୂର୍ଣ୍ଣିବଳୟ, ପାଞ୍ଚ ଦିନ ବର୍ଷା

ପ୍ରବଳ ଗ୍ରୀଷ୍ମ ପ୍ରବାହ ପରେ ଏଣିକି ପ୍ରବଳ ବର୍ଷିବ ।​ ରାଜ୍ୟରେ ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।​ ଝାଡଖଣ୍ଡ ଓ ଉତ୍ତର ଛତିଶଗଡରେ ସକ୍ରିୟ ଟର୍ଫ ଲାଇନ ଏବଂ ଉତ୍ତର-ପୂର୍ବ ବିଦର୍ଭ ଆଖପାଖ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ ବୋଲ

ଘନଉଛି ଘୂର୍ଣ୍ଣିବଳୟ, ପାଞ୍ଚ ଦିନ ବର୍ଷା

ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହ ପରେ ଏଣିକି ପ୍ରବଳ ବର୍ଷିବ ।​ ରାଜ୍ୟରେ ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।​ ଝାଡଖଣ୍ଡ ଓ ଉତ୍ତର ଛତିଶଗଡରେ ସକ୍ରିୟ ଟର୍ଫ ଲାଇନ ଏବଂ ଉତ୍ତର-ପୂର୍ବ ବିଦର୍ଭ ଆଖପାଖ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଆକଳନ କରାଯାଇଛି ।​ 

ଆସନ୍ତା ୨୪ ଘଣ୍ଟାରେ ସୁନ୍ଦରଗଡ, କଳାହାଣ୍ଡି, ସମ୍ବଲପୁର, କେଉଁଝର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ କୂଆପଥର ବୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।​ ଏହା ସହ ବଲାଙ୍ଗୀର, ସୋନପୁର, ବୌଦ୍ଧ, ଖୋର୍ଦ୍ଧା, କେନ୍ଦ୍ରାପଡା ଓ ଝାରସୁଗୁଡା ଜିଲ୍ଲାରେ ଘଡଘଡି ବଜ୍ରପାତ ସହ ଘଣ୍ଟାପ୍ରତି ପବନର ବେଗ ୪୦ରୁ ୫୦ କିଲୋମିଟର ବେଗରେ ବହିବା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର ।​ 

ସେହିପରି ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡା ଓ ନୂଆପଡାରେ ହାଲକା ବର୍ଷା ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ନେଇ ୟେଲୋ ୱାର୍ଣ୍ଣି ଜାରି କରଯାଇଛି ।​ ଆସନ୍ତାକାଲି ଠାରୁ ମଧ୍ୟ ୨୮ ତାରିଖ ଯାଏଁ ବିକ୍ଷିପ୍ତ ରାଜ୍ୟର ଅଦ୍ଧାର୍ଧିକ ସ୍ଥାନରେ ପ୍ରବଳ ସାଙ୍ଗରୁ ପବନ ବେଗ ବୃଦ୍ଧି ପାଇବା ନେଇ କେନ୍ଦ୍ର ସତର୍କ ସୂଚନା ଜାରି କରିଛି ।​ ଏହାସହ ତିନି ଚାରି ଦିନ ପର୍ଯ୍ୟନ୍ତ ଦିନର ସର୍ବଚ୍ଚ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମ୍ ରହିବା ନେଇ ପୂର୍ବାନୁମାନ କରିଛି ।​ ସେହିପରି ୨୬ ତାରିଖ ପର୍ଯ୍ୟନ୍ତ ମସ୍ତ୍ରଜିବୀଙ୍କୁ ସମୁଦ୍ର ପ୍ରବେଶ ବାରଣ କରାଯାଇଛି ।​