• କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲଙ୍କ ଦେହାନ୍ତ ।
  • ବୁଧବାର ଭୋର ସମୟରେ ଦେହାନ୍ତ ସୂଚନା ।
  • ଟ୍ୱିଟ କରି ପୁଅ ଫୈଜଲ ଦେଲେ ସୂଚନା II
  • ଓଡ଼ିଶାରେ ଦ୍ୱିତୀୟ ଏମସ ପାଇଁ କେନ୍ଦ୍ରକୁ ଚିଠି ଲେଖିଲା ରାଜ୍ୟ । ସୁନ୍ଦରଗଡ଼ରେ ଦ୍ୱିତୀୟ ଏମସ ପାଇଁ ରାଜ୍ୟର ପ୍ରସ୍ତାବ II
  • କଟକ ସିଡ଼ିଏ ଗାଙ୍ଗୁଲି ବସ୍ତିରେ ଭୟାବହ ଅଗ୍ନିକାଣ୍ଡ ।
  • ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ହାତୀପଲ । ରାତିରେ ପାଚେରୀ ଭାଙ୍ଗି ପ୍ରବେଶ ସୂଚନା II

କମିଲା ବର୍ଷା, ହେଲେ ଟଳିନି ବନ୍ୟା ଭୟ

ଅନ୍ୟପକ୍ଷରେ ପୂର୍ବ ସୂଚନା ମୁତାବକ ମୁଣ୍ଡଳିରେ ୧୦ ଲକ୍ଷ କ୍ୟୁସେକରୁ ଅଧିକ ଜଳ ପ୍ରବାହିତ ହେବ ନାହିଁ ବୋଲି ଏସଆରସି କହିଛନ୍ତି । କାଲି ସକାଳ ପର୍ଯ୍ୟନ୍ତ ମୁଣ୍ଡଳିରେ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ । ଏହା ପରେ ପରେ ଧିରେ ଧିରେ ଜଳପ୍ରବାହ କମିବ । ଏପରିକି ହୀରାକୁଦ ଜଭଣ୍ଡାରକୁ ଛତିଶଗଡରୁ ପାଣି ଆସିବା କମିଯାଇଛି । ଗତକାଲି ସାଢେ ୯ ଲକ୍ଷ କ୍ୟୁସେକ ଜଳ ଆସୁଥିବାବେଳେ ଆଜି ୭ ଲକ୍ଷ କ୍ୟୁସେକ ଜଳ ଆସିଛି।

କମିଲା ବର୍ଷା, ହେଲେ ଟଳିନି ବନ୍ୟା ଭୟ

ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ବର୍ଷା କମିଲା ଓ ଉପରମୁଣ୍ଡରୁ ଜଳ ପ୍ରବାହ କମିଲା ସତ । ହେଲେ ରାଜ୍ୟବାସୀଙ୍କ ଉପରୁ ଏବେ ବନ୍ୟା ବିପଦ ଟଳିନାହିଁ । ବ୍ରାହ୍ଣଣୀ, ବୈତରଣୀ ଏବଂ ସୁବର୍ଣରେଖା ନଦୀର ବନ୍ୟ ଜଳ ରାଜ୍ୟର ବହୁ ଜିଲ୍ଲାକୁ ପ୍ରଭାବିତ କରିଥିବାବେଳେ ଏବେ ମହାନଦୀରେ ପ୍ରବାହିତ ବନ୍ୟା ଜଳ ଧିରେ ଧିରେ ଅନେକ ସ୍ଥାନକୁ କବଳିତ କରିବାରେ ଲାଗିଛି ।
 
ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ମୁତାବକ ସୁବର୍ଣରେଖା, ବୈ଼ତରଣୀ ଏବଂ ବ୍ରାହ୍ମଣୀ ନଦୀର ଜଳସ୍ତର କମିବାରେ ଲାଗିଛି । ରେଙ୍ଗାଲି ଡ୍ୟାମର ୩ଟି ଗେଟ ବନ୍ଦ କରାଯାଇଛି । ଏପରିକି ମହାନଦୀ ଉପରମୁଣ୍ଡରେ ବର୍ତ୍ତମାନ ବର୍ଷା ନଥିବାରୁ ହୀରାକୁଦକୁ ପ୍ରବେଶ କରୁଥିବା ଜଳପ୍ରବାହ ମଧ୍ୟ କମିଛି । ଏବେ ହୀରାକୁଦର ୪୩ଟି ଗେଟ ଦେଇ ଛଡାଯାଉଥିବା ବେଳେ, ୩ଟି  ଗେଟକୁ ବନ୍ଦ କରାଯାଇଛି ।

ବନ୍ୟାଜଳ ମୁଣ୍ଡଳିରେ ପହଞ୍ଚିବା ସହ ମହାନଦୀ ଏବଂ ବିଭିନ୍ନ ଶାଖା ନଦୀରେ ପ୍ରବାହିତ ହୋଇଛି । ଏହି ଜଳ ସମୁଦ୍ରକୁ ଯିବା ପାଇଁ ୧୨ରୁ ୧୫ ଘଣ୍ଟା ଦରକାର । ବର୍ତ୍ତମାନର ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ହୋଇପଡିଛି । ଏପରିକି ରାଜ୍ୟରେ ୩୨ଟି ଘାଇ ସୃଷ୍ଟି ହୋଇଥିବା ଜଳସମ୍ପଦ ସର୍ବୋଚ୍ଚ ଯ଼ନ୍ତ୍ରୀ କହିଛନ୍ତି । କେବଳ ଯାଜପୁର ଜିଲ୍ଲାରେ ସର୍ବାଧିକ ୨୪ଟି ଘାଇ ସୃଷ୍ଟି ହୋଇଥିବାବେଳେ ମହାନଦୀ ସିଷ୍ଟମରେ ମଧ୍ୟ ଘାଇ ସୃଷ୍ଟି ହୋଇଛି ।

ଏପରିକି ବିଭିନ୍ନ ନଦୀବନ୍ଧରେ ୫୦୦ ଘଳିଆକୁ ମରାମତି କରାଯାଇଛି । ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡା, ଯାଜପୁର, ନୟାଗଡ ଆଦି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି। ବନ୍ୟା ସ୍ଥିତି ଏବଂ ଏହାକୁ କିଭଳି ସମ୍ମୁଖିନ ହେବାକୁ ହେବ ସେ ନେଇ ଏସଆରସି ଏବଂ ଜଳସମ୍ପଦ ବିଭାଗ ପକ୍ଷରୁ ମିଳିତ ଭାବେ ସମୀକ୍ଷା କରାଯିବା ସହ ସ୍ଥିତି ଉପରେ ନଜର ରଖାଯାଉଛି।
 
ଅନ୍ୟପକ୍ଷରେ ପୂର୍ବ ସୂଚନା ମୁତାବକ ମୁଣ୍ଡଳିରେ ୧୦ ଲକ୍ଷ କ୍ୟୁସେକରୁ ଅଧିକ ଜଳ ପ୍ରବାହିତ ହେବ ନାହିଁ ବୋଲି ଏସଆରସି କହିଛନ୍ତି । କାଲି ସକାଳ ପର୍ଯ୍ୟନ୍ତ ମୁଣ୍ଡଳିରେ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ । ଏହା ପରେ ପରେ ଧିରେ ଧିରେ ଜଳପ୍ରବାହ କମିବ । ଏପରିକି ହୀରାକୁଦ ଜଭଣ୍ଡାରକୁ ଛତିଶଗଡରୁ ପାଣି ଆସିବା କମିଯାଇଛି । ଗତକାଲି ସାଢେ ୯ ଲକ୍ଷ କ୍ୟୁସେକ ଜଳ ଆସୁଥିବାବେଳେ ଆଜି ୭ ଲକ୍ଷ କ୍ୟୁସେକ ଜଳ ଆସିଛି।

ମୁଣ୍ଡଳିରେ ସାତ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଲେ ଦୟା ଓ ଭାର୍ଗବୀ ନଦୀରେ ଜଳସ୍ତର ବଢିଛି । ଉଭୟ ନଦୀ ଯୋଗୁ କଣାସ, ଡେଲାଙ୍ଗର ବହୁ ଅଞ୍ଚଳ ଜଳମଗ୍ନ ହୋଇଛି । ଦୟା ନଦୀରେ ୨ଟି ଓ ରାଜୁଆ ନଦୀରେ ଗୋଟିଏ ଘାଇ ହୋଇଥିବା ଏସଆରସି କହିଛନ୍ତି । ଏହା ସହିତ ଘାଇ ହୋଇଥିବା ସ୍ଥାନରେ ଜଳ ପ୍ରବାହ ସାମାନ୍ୟ କମିବା ମାତ୍ରେ ଘାଇ ମରାମତି କାର୍ଯୟ କରାଯିବ ବୋଲି ଏସଆରସି ଜଣାଇଛନ୍ତି ।

ହୀରାକୁଦର ଉପରମୁଣ୍ଡରୁ ଜଳପ୍ରବାହ ବଢୁ ନ ଥିବାରୁ ହୀରାକୁଦରେ ଅଧିକ ଗେଟ ଖୋଲାଯିବା ସମ୍ଭାବନା ପ୍ରାୟ ନାହିଁ । ହେଲେ ଗୋଟିଏ ପଟେ ତଳିଆ ଅଞ୍ଚଳରେ ପାଣି ଜମି ରହିଥିବାବେଳେ ମହାନଦୀରେ ଆସୁଥିବା ଅଧିକ ବନ୍ୟା ଜଳ ସମସ୍ୟା ସୃଷ୍ଟି କରିଛି।
ଏପରିକି ବର୍ତ୍ତମାନ ସମୟରେ ସମୁଦ୍ରକୁ ଅଧିକ ବେଗରେ ବନ୍ୟା ଜଳ ନିଷ୍କାସନ ହେଉ ନ ଥିବାରୁ ଆଉ ଏକ ସମସ୍ୟା ଦେଖାଦେଇଛି ।