close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ରୋଗ ପ୍ରତିରୋଧ ଶକ୍ତି ବଢ଼ାଇବ ଆୟୁର୍ବେଦିକ ଆଣ୍ଟିବାୟୋଟିକ୍ ଔଷଧ 'ଫୋଫାଟ୍ରୋଲ୍'

'ଫୋଫାଟ୍ରୋଲ୍' ବ୍ୟାକ୍ଟେରିଆ ବିରୋଧରେ ଲଢ଼ିବାକୁ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ 

ରୋଗ ପ୍ରତିରୋଧ ଶକ୍ତି  ବଢ଼ାଇବ ଆୟୁର୍ବେଦିକ ଆଣ୍ଟିବାୟୋଟିକ୍  ଔଷଧ 'ଫୋଫାଟ୍ରୋଲ୍'
file photo

ପ୍ରଦ୍ୟୁମ୍ନ ମାଝୀ, ଭୁବନେଶ୍ୱର: ଆଣ୍ଟିବୟୋଟିକ୍ ଔଷଧର ମାତ୍ରାଧିକ ବ୍ୟବହାର  ଯୋଗୁଁ ରୋଗ ପ୍ରତିରୋଧ ଶକ୍ତି ଦେହରେ କମି କମି ଯାଉଛି ।  ଆୟୁର୍ବେଦିକ ଔଷଧ ଏହାର ବିକଳ୍ପ ସାବ୍ୟସ୍ତ ହୋଇପାରିବ ।  ଭୋପାଳ ଅଖିଳ ଭାରତୀୟ ଆର୍ୟୁରବିଜ୍ଞାନ ସଂସ୍ଥାନ (ଏମ୍ସ)  ଅଧ୍ୟୟନରୁ ଏକ ଆୟୁର୍ବେଦିକ ଆଣ୍ଟିବୟୋଟିକ୍ ଔଷଧ'ଫୋଫାଟ୍ରୋଲ୍' ପ୍ରମୁଖ ବ୍ୟାକ୍ଟେରିଆ ସଂକ୍ରମଣ ବିରୋଧରେ ପ୍ରଭାବ ପକାଇପାରିବ ।  ରିସର୍ଚ୍ଚ ଟିମ୍ ଏବଂ ଭୋପାଳ ଏମ୍ସ ନିର୍ଦ୍ଦେଶକ ଡାକ୍ଟର ସମରଣ ସିଂହଙ୍କ କହିବା ଅନୁଯାୟୀ ସାଧାରଣତଃ ଆଣ୍ଟିବୟୋଟିକ୍ ଔଷଧ ରୋଗ ପ୍ରତିରୋଧକ କ୍ଷମତା କମାଇଦେଇଥାଏ । ହେଲେ 'ଫୋଫାଟ୍ରୋଲ୍' ବ୍ୟାକ୍ଟେରିଆ ବିରୋଧରେ ଲଢ଼ିବାକୁ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ  ।  'ଫୋଫାଟ୍ରୋଲ୍'ର ପରୀକ୍ଷା ଉତ୍ସାହ ଜନକ ରହିଛି ।

ଭୋପାଳ ଏମ୍ସର ନିଜ ରିସର୍ଚ୍ଚରେ ଜଣାପଡ଼ିଛି ଏହି ଔଷଧ ସ୍ଟେଫିକୋକୋକସ୍ ପ୍ରଜାତିର ବ୍ୟାକ୍ଟେରିଆ ବିରୋଧରେ ଲଢ଼ିବାକୁ ଅତ୍ୟନ୍ତ ଶକ୍ତିଶାଳୀ ଅଟେ । ଏହି ପ୍ରଜାତିର ବ୍ୟାକ୍ଟେରିଆ ସକ୍ରିୟ ଅଛନ୍ତି ଯେଉଁଥିରେ ଆରିୟମ୍ ଅପିଜର୍ମିସ୍, ସ୍ପୋଫିଟିକସ୍ ସାମିଲ ଅଛନ୍ତି । ଏହି ୩ ବ୍ୟାକ୍ଟେରିଆ ବିରୋଧରେ ଏହି ଔଷଧ ଅତ୍ୟନ୍ତ ଶକ୍ତିଶାଳୀ ପ୍ରଭାବ ପକାଉଥିବା ଏକ ପରୀକ୍ଷାରୁ ଜଣାପଡ଼ିଛି ।  

ଆଉ ଏକ ବ୍ୟାକ୍ଟେରିଆ ପି. ରୁଜିନୋସ୍ ବିରୋଧରେ ମଧ୍ୟ ଭଲ ରେଜଲ୍ଟ ଦେଇଥାଏ ।  ଏହାସହ  ଇକୋଲାଇ, ନିମୋନିଆ ଓ ଏରୋଜେନ୍ ଆଦି ବ୍ୟାକ୍ଟେରିଆ ପ୍ରତି ମଧ୍ୟ ସମ୍ୱେଦନଶୀଳ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।  

ଷ୍ଟେଫିକୋକୋକସ୍ ବ୍ୟାକ୍ଟେରିଆ ମୁହଁ , ଶ୍ୱାସନଳୀ ତଥା ପେଟରେ ସଂକ୍ରମଣ କରିଥାଏ ।  ଯେଉଁ ଲୋକମାନଙ୍କ ରୋଗ ପ୍ରତିରୋଧ ତନ୍ତ୍ର ଦୁର୍ବଳ, ସେମାନଙ୍କ ପାଇଁ ମଧ୍ୟ ଘାତକ ସାବ୍ୟସ୍ତ
ହୋଇପାରେ ।

ଆଣ୍ଟିବୟୋଟିକ୍ ଔଷଧ 'ଫୋଫାଟ୍ରୋଲ୍'ରେ ୧୩ ଟି ଜଡ଼ିବୁଟିରେ ଏକ ଆଣ୍ଟି ମାଇକ୍ରୋବିୟଲ ଓ  ୫ ଜଡ଼ିବୁଟିର ସମିଶ୍ରଣ ତଥା ୮ଟି ପଦାର୍ଥ  ମିଶାଯାଇ ପ୍ରସ୍ତୁତ କରାଯାଇଛି ।  ଏମିଲ୍ ଫାର୍ମାସ୍ୟୁଟିକାଲ୍ସ ଦ୍ୱାରା ନିର୍ମିତ 'ଫୋଫାଟ୍ରୋଲ୍'ରେ ସୁଦର୍ଶନ ବଟି, ସଂଜିବନୀ ବଟି, ଗୌଦାନ୍ତି ଭଷ୍ମ, ତ୍ରିଭୁବନ କୀର୍ତ୍ତି ରସ ତଥା ମୃତ୍ୟୁଞ୍ଜୟ ରସ ମିଶ୍ରଣ ରହିଛି ।  ଯାହାକି ୮ଟି ଅନ୍ୟ ଔଷଧ ମଧ୍ୟରେ ତୁଳସୀ, କୁଟକୀ,ଚିରଯାତ୍ରା, ମୋଥା,ଗିଲୋୟ, ଦାରୁହଳଦୀ, କରଞ୍ଜ ତଥା ଉପମାର୍ଗ ସାମିଲ କରାଯାଇଛି ।    

ଆୟୁର୍ବେଦିକ ବିଶେଷଜ୍ଞ ଡାକ୍ତର ରାମନିବାସ ପରାସରଙ୍କ କହିବା ଅନୁଯାୟୀ ଏହି ରିସର୍ଚ୍ଚ ପ୍ରମାଣ କରୁଛି କି ଆୟୁର୍ବେଦରେ ଆଣ୍ଟିବାୟୋଟିକ୍ ଔଷଧର ବିକଳ୍ପ ରହିଛି ଯାହା ପୁରାପୁରୀ ଭାବେ ଜଡ଼ିବୁଟିରେ ତିଆରି ହୋଇଛି । ସେଥିପାଇଁ ସରକାରଙ୍କୁ ଏହା ଉପରେ ଦୃଷ୍ଟିଦେବାର  
ଆବଶ୍ୟକତା ରହିଛି ।