ଆରମ୍ଭ ହୋଇଗଲା Lockdown; ବଢିଲା Vegetable ଦର
Advertisement

ଆରମ୍ଭ ହୋଇଗଲା Lockdown; ବଢିଲା Vegetable ଦର

ଲକ ଡାଉନ ଲାଗୁ ହେବା ପରେ ବଢିଛି ଖାଦ୍ୟ ସାମଗ୍ରୀ ଦର।

 ଆରମ୍ଭ ହୋଇଗଲା Lockdown; ବଢିଲା Vegetable ଦର

ଭୁବନେଶ୍ବର: ଲକ୍ ଡାଉନ ସମୟରେ ପରିବା ସଂକଟ ଆଉ ବଢିଲାଣି ଦର। ରାଜ୍ୟରେ କୋରୋନା ସଂକ୍ରମଣ ଉପରେ ନିୟନ୍ତ୍ରଣ ଆଣିବା ପାଇଁ ମେ ୫ ତାରିଖ ବୁଧବାର ଠାରୁ ଆରମ୍ଭ ହୋଇଛି ୧୪ ଦିନିଆ ସର୍ତ୍ତମୂଳକ ଲକ୍ ଡାଉନ। ଏହି ସମୟରେ କେବଳ ସକାଳ ୬ଟାରୁ ମଧ୍ୟାନ୍ନ ୧୨ଟା ପର୍ଯ୍ୟନ୍ତ ୬ ଘଣ୍ଟା ପାଇଁ ପନିପରିବା, ତେଜରାତି, ଆମିଷ ଦୋକାନ ଖୋଲାରହିବ। 

ଗୋଟିଏ ପଟେ ଆମଦାନୀ ଅନ୍ୟପଟେ ଲୋକଙ୍କ ମଧ୍ୟରେ ଆଗୁଆ ଗଚ୍ଛିତ କରି ରଖିବା ଏବଂ ସଠିକ ପରିଚାଳନା ଅଭାବରୁ ଆଗକୁ ପରିବା ସଂକଟ (Vegetable Crisis) ଭଳି ସ୍ଥିତି ଉପୁଜିବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ଏବେ ଠାରୁ ଆଳୁ ପିଆଜ ଆଦି ପରିବା ଦର (Vegetable Price) ଉପରମୁହାଁ ହେଲାଣି।

Also Read: Lockdown Returns: ଘର ଘର ବୁଲି ଅଭିଯୋଗ ଆଣିଲା Commissionerate Police

 

ଲୋକଙ୍କ ଜୀବନ ଜୀବିକାକୁ ପ୍ରାଧାନ୍ୟ ଦେଇ ଅନିୟନ୍ତ୍ରୀତ ଭାବେ ବଢି ଚାଲିଥିବା ସଂକ୍ରମଣରେ ବ୍ରେକ୍ ଦେବା ଲାଗି ଆରମ୍ଭ ହୋଇଛି ୧୪ ଦିନିଆ ଲକ୍ ଡାଉନ୍ (Lockdown)। ଏହି ସମୟରେ ଦିନକୁ ୬ ଘଣ୍ଟା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରିବଟା ଜାରି ରହିବ। ଏଥିରେ କୌଣସି ବାଧକ ନାହିଁ ବୋଲି ସରକାର ଆଉ ବ୍ୟବସାୟୀ କହିଥିବା ସତ୍ତ୍ୱେ ଚଢା ଦରରେ ବିକ୍ରି ହୋଇଛି ପରିବା। ଦିନକରେ ଆଳୁ ପିଆଜ ଦର କେଜି ପ୍ରତି ୫ ଟଙ୍କା ହିସାବରେ ବୃଦ୍ଧି ପାଇଛି। ଯାହାର ପ୍ରଭାବ ସିଧାସଳଖ ଖାଉଟିଙ୍କ ଉପରେ ପଡିଛି। ଅଚାନକ ଏପରି ବିନା କାରଣରେ ପରିବା ଦର ବଢିବାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Also Read: ଆସନ୍ତାକାଲି ଠାରୁ ୧୪ ଦିନିଆ ଲକ୍ ଡାଉନ୍; ଘରମୁହାଁ ଲୋକେ

 

ଖାଲି ଆଳୁ ପିଆଜ ନୁହେଁ ଅନ୍ୟ କଞ୍ଚା ପନିପରିବା ଦର ମଧ୍ୟ ଉଣା ଅଧିକେ ବୃଦ୍ଧି ପାଇଛି। ସେପଟେ ବ୍ୟବସାୟୀକ ଦୃଷ୍ଟିକୋଣରୁ ଖରା ଦିନ ଏବଂ ପୂର୍ବରୁ ଉତ୍ପାଦନ ହେବା ପରେ ଆମଦାନୀ ହୋଇଥିବା ପରିବା ଅଧିକ ଦିନ ରହୁନଥିବାରୁ ପଚି ସଢି ନଷ୍ଟ ହୋଇଯାଉଛି। ଏହା ସହ ଲକ୍ ଡାଉନ ପୂର୍ବ ଦୁଇ ଦିନରେ ଗ୍ରାହକ ଅମାନିଆ ହୋଇ ଆବଶ୍ୟକତା ଠାରୁ ଅଧିକ ସାମାଗ୍ରୀ ନେଇଯାଇଥିବାରୁ ଦର ବୃଦ୍ଧି କରାଯାଇଥିବା କହିଛନ୍ତି ବ୍ୟବସାୟୀ।

Also Read: Corona Outbreak: ହାଟ ବଜାର ବିକେନ୍ଦ୍ରୀକରଣ ବ୍ୟବସ୍ଥା ପୁନର୍ବାର ଲାଗୁ

 

କିଣାବିକା ଲାଗି ଦିଆଯାଇଥିବା ୬ ଘଣ୍ଟା ସମୟ ମଧ୍ୟରେ ବିକ୍ରି କରି କ୍ଷତି ସହିବା ଏବଂ ଲକ୍ ଡାଉନ ହେତୁ ଗ୍ରାମାଞ୍ଚଳ ଏବଂ ଅନ୍ୟ ସ୍ଥାନରୁ ସଠିକ ଭାବେ ପନିପରିବା ଆମଦାନୀ ହୋଇପାରିବ ନାହିଁ। ଫଳରେ ଦରକାର ହେଲେ ପରିବା ସଂକଟ ନଚେତ ଦୋକାନ ବନ୍ଦ କରିବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି ବ୍ୟବସାୟୀ।

କେବଳ ପନିପରିବା ନୁହେଁ ଖାଇବା ତେଲ ସାଙ୍ଗକୁ ଆମିଷ ପଦାର୍ଥର ମଧ୍ୟ ଦର ବୃଦ୍ଧି ପାଇଛି। ଏବେ ଆଗକୁ ଅପେକ୍ଷା ଦର ନିୟନ୍ତ୍ରଣ ଦିଗରେ ସରକାର କ'ଣ ପଦକ୍ଷେପ ନେଉଛନ୍ତି।