ଏନେଇ ହିନ୍ଦୁ ମନ୍ଦିର ପରିଚାଳନା କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି ଦେବୋତ୍ତର କମିଶନର ।
Trending Photos
ଶାନ୍ତ ସ୍ୱରୂପ ରାଉତ, ଭୁବନେଶ୍ୱର: ମନ୍ଦିରରେ ମିଳିବ ପ୍ରବାସୀଙ୍କୁ ଖାଦ୍ୟ । ଏନେଇ ହିନ୍ଦୁ ମନ୍ଦିର ପରିଚାଳନା କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି ଦେବୋତ୍ତର କମିଶନର । ମହାମାରୀ କୋରୋନା ଭାଇରସ ହେତୁ ବାହାର ରାଜ୍ୟରୁ ଅନେକ ପ୍ରବାସୀ ଶ୍ରମିକ ଚାଲି ଚାଲି ତ କେହି ସାଇକେଲରେ ଓଡିଶା ଫେରୁଛନ୍ତି । ତେବେ ସେମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଉଲ୍ଲେଖ କରିଛନ୍ତି ଦେବୋତ୍ତର କମିଶନର ।
ବାହାର ରାଜ୍ୟ ଓ ଜିଲ୍ଲାରୁ ଚାଲି ଚାଲି ଓ ସାଇକେଲରେ ଆସୁଥିବା ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟରେ ଥିବା ମନ୍ଦିରରେ ମାଗଣା ଖାଦ୍ୟ ପୁଡ଼ିଆ ଦିଆଯିବାକୁ ନିବେଦନ କରାଯାଇଛି । ତୁରନ୍ତ ଜିଲ୍ଲା ପ୍ରଶାସନ ସହଯୋଗରେ ଏହି କାର୍ଯ୍ୟ ଆରମ୍ଭ କରିବାକୁ ୩୫ ମନ୍ଦିର ପ୍ରଶାସନକୁ ଚିଠି ଲେଖି ଅବଗତ କରିଛନ୍ତି କମିଶନର ।