Advertisement
Article Detail0/zeeodisha/odisha774094
Zee OdishaBhubneshwarରାଜଧାନୀରୁ ବିଲୁପ୍ତ ହେବ ଜଙ୍ଗଲ, କଂକ୍ରିଟ ଜଙ୍ଗଲ ତିଆରି ପାଇଁ ଚାଲିଛି ମସୁଧା

ରାଜଧାନୀରୁ ବିଲୁପ୍ତ ହେବ ଜଙ୍ଗଲ, କଂକ୍ରିଟ ଜଙ୍ଗଲ ତିଆରି ପାଇଁ ଚାଲିଛି ମସୁଧା

ପ୍ରତ୍ୟେକ ସହରରେ ନଗର ଜଙ୍ଗଲ ତିଆରି କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ଏଭଳି ପରିସ୍ଥିତିରେ ଓଡିଶାରେ ଜଙ୍ଗଲ କରିବା ବଦଳରେ ଏହାକୁ ଉଜାଡି କଂକ୍ରିଟ ଜଙ୍ଗଲ ତିଆରିକୁ ଯୋଜନା ଚାଲିଛି। 

ରାଜଧାନୀରୁ ବିଲୁପ୍ତ ହେବ ଜଙ୍ଗଲ, କଂକ୍ରିଟ ଜଙ୍ଗଲ ତିଆରି ପାଇଁ ଚାଲିଛି ମସୁଧା

ସରୋଜ ବେହେରା, ଭୁବନେଶ୍ୱର: ଓଡିଶାରେ ଜଙ୍ଗଲ ୩୩ ପ୍ରତିଶତ ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର (Bhubaneswar) ସମେତ ଖୋର୍ଦ୍ଧା ଜିଲ୍ଲାରେ ଜଙ୍ଗଲ ଜମି ରହିଛି ମାତ୍ର ୧୪ ପ୍ରତିଶତ। ଏଭଳି ପରିସ୍ଥିତିରେ ସାଧାରଣ ପ୍ରଶାସନ ବିଭାଗ (General Adminstration Dept) ଛୋଟ ଜଙ୍ଗଲ ଜମିରୁ ୨୦ ଏକର ନେଇ କଂକ୍ରିଟ ଜଙ୍ଗଲ (Concrete Jungle) ତିଆରି କରିବାକୁ ଯୋଜନା କରିଛି।

ଭୁବନେଶ୍ୱର ନୟାପଲ୍ଲୀରେ ରହିଥିବା ଉଦ୍ୟାନ ପ୍ରୟୋଗ କେନ୍ଦ୍ରର ୨୫ ଏକର ଜମିରୁ ୨୦ ଏକର ଜମିକୁ ସାଧରଣ ପ୍ରଶାସନ ବିଭାଗକୁ ଫେରାଇ ଦେବାକୁ ମସୁଧା ଚାଲିଛି। ଏହି ଛୋଟ ଜଙ୍ଗଲ ଜମିରୁ ସମସ୍ତ ଗଛ କାଟି ଏଠାରେ କୋଠା ତିଆରି କରିବାକୁ ଯୋଜନା କରାଯାଉଥିବା ଅଭିଯୋଗ ହୋଉଛି। ପ୍ରତ୍ୟେକ ବଡ ସହରରେ ନଗର ଜଙ୍ଗଲ (Forest) ତିଆରି କରିବାକୁ କେନ୍ଦ୍ର ସରକାର ଯୋଜନା କରୁଥିବା ବେଳେ ଓଡିଶାରେ ଜଙ୍ଗଲ କରିବା ବଦଳରେ କଂକ୍ରିଟ ଜଙ୍ଗଲ ନିର୍ମାଣକୁ ପରିବେଶବିଦ (Ecologist) ନିନ୍ଦା କରିଛନ୍ତି। ଏ ପ୍ରସଙ୍ଗରେ ଉଦ୍ୟାନ ବିଭାଗ (Horticulture Dept) କିଛି କହିବାକୁ ମନା କରିଦେଇଛି।

ଦିନ ଗଡିବା ସହ ବଢୁଛି ରାଜଧାନୀ ଭୁବନେଶ୍ୱରର ପରିସୀମା। ଜଙ୍ଗଲ ଜମି (Forest Land) କୁ ଉଠାଇ ସେଠାରେ ତିଆରି ହେଉଛି କଂକ୍ରିଟ ଜଙ୍ଗଲ। ଆଉ ଏଥିରେ ସରକାରୀ କଳର ସମ୍ପୃକ୍ତି ରହିଛି। ଫଳରେ ରାଜଧାନୀ ଭୁବନେଶ୍ୱରରେ ଯେତିକି ଜଙ୍ଗଲ ଜମି ରହିବା କଥା ତାଠାରୁ ଯଥେଷ୍ଟ କମ ସ୍ଥାନରେ ଜଙ୍ଗଲ ରହିଛି। ଏହା ପରେ ମଧ୍ୟ ସରକାରଙ୍କ ନିଦ ଭାଙ୍ଗୁନି ସହର ମଝିରେ ଥିବା ଜଙ୍ଗଲ ଜମିକୁ ହଟାଇ ଏଠାରେ କଂକ୍ରିଟ ଜଙ୍ଗଲ ତିଆରି କରିବାକୁ ଚାଲିଛି ଯୋଜନା।

Add Zee News as a Preferred Source

ଆଜ୍ଞା ହଁ ଆମେ କହୁଛୁ ରାଜଧାନୀ ଭୁବନେଶ୍ୱର ହାର୍ଟ ଉପରେ ଥିବା ନୟାପଲ୍ଲୀ ଆଇଆରସି ଭିଲେଜର ଉଦ୍ୟାନ ପ୍ରୟୋଗ କେନ୍ଦ୍ର କଥା। ଯାହାର ୨୫ ଏକର ଜମିରୁ ୨୦ ଏକର ଜମିକୁ ସାଧାରଣ ପ୍ରଶାସନ ବିଭାଗକୁ ଫେରାଇ ସେଠାରେ ଉଚ୍ଚ ଅଟ୍ଟାଳିକା ତିଆରି କରିବାକୁ ଚାଲିଛି ଯୋଜନା। ଏକଥା ଆମେ କହୁନୁ। ଉଦ୍ୟାନ ବିଭାଗ ନିର୍ଦେଶକ ଦେଇଥିବା ଏହି ଚିଠିରୁ ଏକଥା ସ୍ପଷ୍ଟ ବାରି ହେଉଛି। ଚାରିଆଡେ କରୋନା ମହାମାରୀ (Corona Pandemic) କୁ ନେଇ ଲୋକେ ଭୟତ୍ରସ୍ତ ଅବସ୍ଥାରେ ରହିଥିବା ବେଳେ ଏହି ଜାଗାକୁ ହେତାଇବାକୁ କିଭଳି ଚାଲିଥିଲା ମସୁଧା।

ଗତ ଅଗଷ୍ଟ ମାସରେ ଉଦ୍ୟାନ ବିଭାଗ ନିର୍ଦେଶକ ସହ ନିର୍ଦେଶକଙ୍କୁ ଚିଠି କରି ଜମି ସାଧାରଣ ପ୍ରଶାସନକୁ ହସ୍ତାନ୍ତର କରିବାକୁ କହିଛନ୍ତି। ଏହି ଘଟଣା ପଦାକୁ ଆସିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ବିରୋଧ। ପ୍ରତ୍ୟେକ ସହରରେ ନଗର ଜଙ୍ଗଲ (City forest) ତିଆରି କରିବାକୁ କେନ୍ଦ୍ର ସରକାର (Central Govt) ଯୋଜନା କରୁଛନ୍ତି। ଏଭଳି ପରିସ୍ଥିତିରେ ଓଡିଶାରେ ଜଙ୍ଗଲ କରିବା ବଦଳରେ ଏହାକୁ ଉଜାଡି କଂକ୍ରିଟ ଜଙ୍ଗଲ ତିଆରିକୁ ଯୋଜନା ଚାଲିଛି। ଏହା ସହର ତିଆରି ଯୋଜନାର ସମ୍ପୂର୍ଣ୍ଣ ବିପରୀତ ବୋଲି କହିଛନ୍ତି ଟାଉନ ପ୍ଲାନର।   

ଜଙ୍ଗଲ ବିଭାଗ ଅନୁଯାୟୀ ସାରା ରାଜ୍ୟରେ ୩୧ ପ୍ରତିଶତ ଜଙ୍ଗଲ ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ରହିଛି ମାତ୍ର ୧୪ ପ୍ରତିଶତ। ଏଭଳି ପରିସ୍ଥିତିରେ ଜଙ୍ଗଲ ତିଆରି କରିବା ବଦଳରେ ସେଠାରେ ବିଲ୍ଡିଂ (Building) ତିଆରି କରିବାକୁ ଯୋଜନା କରାଯାଉଛି। ନୟାପଲ୍ଲୀ ଉଦ୍ୟାନ ପ୍ରୟୋଗ କେନ୍ଦ୍ରରେ ରହିଛି ଅନେକ ପୁରୁଣା ବୃକ୍ଷ। ଏଠାରେ ଅନେକ ବୃକ୍ଷରେ ପ୍ରୟୋଗ କରି ରାଜ୍ୟର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରାଯାଏ। ଏଠାରୁ ଜମି ହସ୍ତାନ୍ତର କରାଗଲେ ପାଖପାଖି ୧୦ ହଜାର ବୃକ୍ଷ ନଷ୍ଟ ହୋଇଯିବ। ଏଭଳି ପରିସ୍ଥିତିରେ ଉଦ୍ୟାନ ବିଭାଗ ଚୁପ ହୋଇ ବସିଛି। ଯାହାକୁ ନା ପସନ୍ଦ କରିଛନ୍ତି ପରିବେଶବିତ୍। 

୧୯୮୫ ମସିହାରେ ଏହି ଏକାମ୍ର ଫାର୍ମ ଅର୍ଚିଡ ଫାର୍ମ ଉଦ୍ୟାନ ବିଭାଗ ଅନ୍ତର୍ଗତ ତିଆରି ହୋଇଥିଲା। ପ୍ରତିବର୍ଷ ମୁଖ୍ୟମନ୍ତ୍ରୀ ଏଠାରେ ହେଉଥିବା ରାଜ୍ୟସ୍ତରୀୟ ମ୍ୟାଙ୍ଗୋ ଫେଷ୍ଟିଭାଲକୁ ଆସି ଉପଭୋଗ କରିଥାନ୍ତି। ୨୦୧୨ରେ ଏହି ଉଦ୍ୟାନ ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିଲା । ଏହାର ପରିସର ବାହାରେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସରକାରୀ ବାସଭବନ ରହିଥିବାରୁ ଏଠାରେ ମଧ୍ୟ ସରକାରୀ କ୍ୱାର୍ଟର ତିଆରି କରାଯାଇପାରେ ବୋଲି ଆଶା କରାଯାଉଛି।    ଏଭଳି କରାଯିବା ପଛରେ କଣ କାରଣ ରହିଛି ତାହାକୁ ନେଇ ନିର୍ଦେଶକଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।    

About the Author