Advertisement
Article Detail0/zeeodisha/odisha666558
Zee OdishaBhubneshwarରାଜ୍ୟରେ ଆଉ ୪ କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଉ ୪ କୋରୋନା ଆକ୍ରାନ୍ତ ଚିହ୍ନଟ

ବର୍ତ୍ତମାନ ଓଡ଼ିଶାରେ ୪୧ କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: ଶନିବାର ରାଜ୍ୟରେ ଆଉ ୪ କୋରୋନା ଆକ୍ରାନ୍ତ ଚିହ୍ନଟ । ଫଳରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତେବେ ୱେବସାଇଟରେ ପୂର୍ବରୁ ପ୍ରଥମେ ଭଲ ତଥ୍ୟ ରହିଥିଲା । ଯାହାକି ପରେ ସୁଧାରି ଦିଆଯାଇଛି । 

ତେବେ ବର୍ତ୍ତମାନ ଓଡ଼ିଶାରେ ୪୧ କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଟେ ଆକ୍ରାନ୍ତଙ୍କ ମଧ୍ୟରୁ ୩୫ ଜଣଙ୍କ ପାଖରେ କୌଣସି ଲକ୍ଷଣ ନାହିଁ । ମାତ୍ର ତାଙ୍କ ରିପୋର୍ଟ ପଜିଟିଭ ରହିଥିବାରୁ ସେମାନଙ୍କୁ ମେଡିକାଲରେ ରଖାଯାଇଛି । 

About the Author