close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଚୋର ଘର ସବୁବେଳେ ଅନ୍ଧାର ରୁହେନି, ଠକୁଥିଲେ ଧରାପଡ଼ିଲେ

ଚୋର ଘର ସବୁବେଳେ ଅନ୍ଧାର ରୁହେନି

ଚୋର ଘର ସବୁବେଳେ ଅନ୍ଧାର ରୁହେନି, ଠକୁଥିଲେ ଧରାପଡ଼ିଲେ
ଚୋର ଘର ସବୁବେଳେ ଅନ୍ଧାର ରୁହେନି, ଠକୁଥିଲେ ଧରାପଡ଼ିଲେ

ଶୁଭଦ୍ରା ବେହେରା, ଭୁବନେଶ୍ୱର: ବିଭିନ୍ନ ସମୟରେ ଚତୁରତାର ସହ ଲୋକଙ୍କୁ ଠକୁଛନ୍ତି ସାଇବର ଅପରାଧୀ । ବ୍ୟାଙ୍କ ନାଁରେ ଫେକ୍ କଲ୍ ଦ୍ୱାରା ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଠକି ନେଉଛନ୍ତି  । ବିଭିନ୍ନ ପ୍ରଲୋଭନ ଦେଖାଇ ଟଙ୍କା ଠକନ୍ତି ସାଇବର ଅପରାଧୀ । ସେମାନଙ୍କ ଜାଲରେ ସବୁ ବର୍ଗର ବ୍ୟକ୍ତି ପଡି ଠକେଇର ଶିକାର ହେଉଛନ୍ତି । ରାଉରକେଲାରେ ବଡ଼ଧରଣର ସାଇବର ଠକେଇର ଖୁଲାସା କରିଛି  ରାଉରକେଲା ସାଇବର ପୋଲିସ । ଟାଓ୍ୱାର ଲଗାଇବାକୁ କହି ବିଭିନ୍ନ ଲୋକଙ୍କୁ ଚୂନ ମାରୁଥିବା ଏକ ୫ ଜଣିଆ ଗ୍ୟାଙ୍ଗକୁ  ଗିରଫ କରିଛି ସାଇବର ପୋଲିସ । କୋଲକାତାରୁ ଏହି ଗ୍ୟାଙ୍ଗଙ୍କୁ ଗିରଫ କରିଛି ପୋଲିସ । ଗତ କିଛି ଦିନ ତଳେ ରାଉରକେଲା ବାସନ୍ତି କଲୋନୀର ପୂର୍ଣ୍ଣେନ୍ଦୁ ଶେଖର ପଣ୍ଡାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକିଥିଲା ଏହି ଗ୍ୟାଙ୍ଗ । ପୂର୍ଣ୍ଣେନ୍ଦୁ ଶେଖର ପଣ୍ଡାଙ୍କୁ ଏକ ଯୁବତୀଙ୍କୁ ଫୋନ କଲ୍ ଆସିଥିଲା । ନିଜ ଜମିରେ ଟାୱାର ବସେଇବାକୁ ନେଇ ଆସିଥିଲା ଫୋନ୍ କଲ୍ । ଟାୱାର ବସେଇବା ପାଇଁ ଯୁବତୀ ଜଣଙ୍କ ପୂର୍ଣ୍ଣେନ୍ଦୁ ଶେଖରଙ୍କୁ ନାନା ପ୍ରଲୋଭନ ଦେଖାଇଥିଲେ । ଆଉ ଏଥିରେ ପୂର୍ଣ୍ଣେନ୍ଦୁ ରାଜି ହେବାରୁ ବିଭିନ୍ନ କାରଣ ଦର୍ଶାଇ ତାଙ୍କ ଠାରୁ ୫ଟି କିସ୍ତିରେ ୯ ଲକ୍ଷ ୮୪ ହଜାର ଟଙ୍କା ବ୍ୟାଙ୍କ ଡ୍ରାଫ୍ଟ ମାଧ୍ୟମରେ ନେଇଥିଲେ । ଟଙ୍କା ପରେ ଟଙ୍କା ପଠାଇ ଚାଲିଥିଲେ ସୁଦ୍ଧା ପୂର୍ଣ୍ଣେନ୍ଦୁଙ୍କ ଜମିରେ କୌଣସି ଟାୱାର ବସି ନ ଥିଲା । ତେବେ ଏନେଇ ପୂର୍ଣ୍ଣେନ୍ଦୁ ପୂର୍ବରୁ କଲ୍ ଆସିଥିବା ନମ୍ବରରେ ଯୋଗାଯୋଗ କରିଥିଲେ ମାତ୍ର ଫୋନଟି ସ୍ୱିଚ୍ ଅଫ୍ ଥିଲା । ଯେତେ ଚେଷ୍ଟା କଲେ ମଧ୍ୟ କୌଣସି ଯୋଗାଯୋଗ କରିପାରନଥିଲେ ପୂର୍ଣ୍ଣେନ୍ଦୁ ।  ଠକେଇର ଶିକାର ହୋଇଥିବା ଜାଣି ପୂର୍ଣ୍ଣେନ୍ଦୁଙ୍କ ପାଦ ତଳ ମାଟି ଖସିଯାଇଥିଲା । 

ଶେଷରେ ସେ ରାଉରକେଲା ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ । ଥାନାରେ ସେ ଠକେଇର ଶିକାର ହୋଇଥିବା ନେଇ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ମାର୍ଚ୍ଚ ୨୬ ତାରିଖରେ ପୋଲିସ ଏକ ମାମଲା ରୁଜୁ କରିଥିଲା । ଅଭିଯୁକ୍ତ ମାନଙ୍କର ଫୋନ ଟ୍ରାକ ଦ୍ୱାରା ତଦନ୍ତ କରିଥିଲା ପୋଲିସ । ଫୋନ ଟ୍ରାକିଂ ଦ୍ୱାରା କୋଲକାତାର ବିଭିନ୍ନ ଅଞ୍ଚଳରେ ଚଢାଉ କରିଥିଲା ପୋଲିସ । ଶେଷରେ ଧରାପଡ଼ିଥିଲେ ବଡ଼ଧରଣର ଠକେଇ କରିଥିବା ୫ ଜଣ ସାଇବର ଅପରାଧୀ ।  ଗିରଫ ଅପରାଧୀ ହେଲେ ବୁଢା ସରକାର, ଜୟନ୍ତ ବାନାର୍ଜୀ, ପ୍ରିୟାଂଶୁ ଦାସ, ରୋହିତ ସରକାର ଏବଂ ଶୁଭଦୀପ ରାହା । ଅଭିଯୁକ୍ତଙ୍କ ନିକଟରୁ ନଗଦ ୫୬ ହଜାର ଟଙ୍କା, ୭ଟି ଲାପଟପ୍, କମ୍ପ୍ୟୁଟର୍ ଓ ସିପିୟୁର ୧୭ଟି ହାର୍ଡଡିକ୍ସ, ୧୩ ଟିମୋବାଇଲ ଫୋନ, ୫୧ ଲ୍ୟାଣ୍ଡ ଲାଇନ ରିସିଭର, ବାୟୋମେଟ୍ରିକ ମେସିନ, ୨ଟି ଟାବଲେଟ, ବିଭିନ୍ନ ନେଟୱର୍କର ୧୪୮ଟି ସିମ୍ କାର୍ଡ, ୧୦ଟି  ମନି ରିସିପ୍ଟ ବୁକ୍, ୮୦ ଟି ବିଭିନ୍ନ ବ୍ୟାଙ୍କର ଚେକ୍, ୧୫୪ଟି କ୍ୟାନସେଲ୍ଡ ଚେକ୍, ସର୍ଭର, ୧୬ଟି କି ବୋର୍ଡ ସମେତ ଅନେକ ମୂଲ୍ୟବାନ ସାମଗ୍ରୀ ଜବତ କରିଛି ପୋଲିସ ।

ଯଦି କେହି କଲ କରି ଆପଣଙ୍କୁ ଏଟିଏମ ଓ କ୍ରେଡିଟ୍ କାର୍ଡ ସମ୍ପର୍କିତ ତଥ୍ୟ ମାଗୁଛନ୍ତି, ଆପଣ ସତର୍କ ରୁହନ୍ତୁ ଆପଣ ବି ହୋଇପାରନ୍ତି ଠକାମିର ଶିକାର । କୌଣସି ଲୋକଙ୍କୁ ନିଜର ବ୍ୟାଙ୍କ ସମ୍ବନ୍ଧୀୟ ତଥ୍ୟ ଦିଅନ୍ତୁ ନାହିଁ । କିମ୍ବା ଏପରି ଫେକ୍ କଲ ଆସୁଥିଲେ ଆପଣ ତୁରନ୍ତ ପୋଲିସ ସହ ଯୋଗାଯୋଗ କରନ୍ତୁ ।