ସ୍ୱାଧିନତା ସଂଗ୍ରାମୀ ପରିବାରଙ୍କୁ ମିଳବ ପରିଚୟ ପତ୍ର

ସ୍ୱାଧିନତା ସଂଗ୍ରାମୀ ପରିବାରଙ୍କୁ ମିଳବ ପରିଚୟ ପତ୍ର । ୩୩ ତମ ସର୍ବଭାରତୀୟ ସ୍ୱାଧିନତା ସଂଗ୍ରାମୀ ମହୋସ୍ତ୍ରବରେ ରଖାଯାଇଛି ଏପରି ପ୍ରସ୍ତାବ 

ସ୍ୱାଧିନତା ସଂଗ୍ରାମୀ ପରିବାରଙ୍କୁ ମିଳବ ପରିଚୟ ପତ୍ର
ସ୍ୱାଧିନତା ସଂଗ୍ରାମୀ ପରିବାରଙ୍କୁ ମିଳବ ପରିଚୟ ପତ୍ର

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର : ସ୍ୱାଧିନତା ସଂଗ୍ରାମୀ ପରିବାରଙ୍କୁ ମିଳବ ପରିଚୟ ପତ୍ର । ୩୩ ତମ ସର୍ବଭାରତୀୟ ସ୍ୱାଧିନତା ସଂଗ୍ରାମୀ ମହୋସ୍ତ୍ରବରେ ଏପରି ପ୍ରସ୍ତାବ ରଖାଯାଇଛି । ଭୁବନେଶ୍ୱର ସ୍ୱାଧିନତା ସଂଗ୍ରାମୀ ପଡିଆରେ ଆୟୋଜିତ ଏହି ଉସ୍ତ୍ରବକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରି ଉଦବୋଧନ ଦେଇଥିବା ବେଳେ ରାଜ୍ୟର ସ୍ୱାଧିନତା ସଂଗ୍ରାମୀ ଦାୟାଦଙ୍କୁ ଚିହ୍ନଟ କରାଯାଇ ସ୍ୱତନ୍ତ୍ର ପରିଚୟ ପତ୍ର ପ୍ରଦାନ କରିବାକୁ ଦାବୀ କରିଛନ୍ତି ଶହୀଦ ସ୍ୱାଧିନତା ସଂଗ୍ରାମୀ ସଦନର ଅଧ୍ୟକ୍ଷ ।

ସ୍ୱାଧିନତା ସଂଗ୍ରାମୀ ପଡିଆରେ ୩୩ତମ ହରେକୃଷ୍ଣ ମହତାବଙ୍କ ଶ୍ରାଦ୍ଧୋସ୍ତ୍ରବ ଅବସରରେ ଆୟୋଜିତ ଏହି ସ୍ୱତନ୍ତ୍ର ମହୋସ୍ତ୍ରବରେ ମୁଖ୍ୟ ଅତିଥୀ ଭବେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ କଥା, କାର୍ଯ୍ୟ ଓ ଚିନ୍ତାରେ ହିଂସା ତ୍ୟାଗ କରିବା ଲାଗି ଆୱାନ କରିଥିଲେ । ହିଂସା ମହାତ୍ମାଗାନ୍ଧୀଙ୍କ ବିଶ୍ୱକୁ ଶ୍ରେଷ୍ଠ ଦାନ ଯାହା ମାଧ୍ୟମରେ ବିଶ୍ୱରେ ବିଭିନ୍ନ ସମସ୍ୟାର ସମାଧାନ କରିହେବ ତେଣୁ ଅହିଂସାକୁ ଜୀବନର ମୂଳମନ୍ତ୍ର କରିବା ପାଇଁ ସେ ଆୱାନ ଦେଇଥିଲେ । ସେପଟେ ରାଜ୍ୟରେ ସ୍ୱାଧାନତା ସଂଗ୍ରାମୀ ମାନଙ୍କୁ ପରିଚୟ ପ୍ରଦାନ କରିବାକୁ ପ୍ରସ୍ତାବ ରଖିଥିଲେ ଶହୀଦ ସ୍ୱାଧିନତା ସଂଗ୍ରାମୀ ସଦନର ଅଧ୍ୟକ୍ଷ ତଥା ସାଂସଦ ଭର୍ତ୍ତୂହରି ମହତାବ । ତେବେ ଏହା ନୂଆ ନୁହେଁ ପୂର୍ବରୁ ଆସାମ, ଉତ୍ତରାଖଣ୍ଡ, ବିହାର, ଉତ୍ତରପ୍ରଦେଶ ଭଳି ରାଜ୍ୟରେ ମଧ୍ୟ ଉକ୍ତ ସରକାର ସ୍ୱାଧିନତା ସଂଗ୍ରାମୀ ପରିବାରଙ୍କୁ ପରିଚୟ ପତ୍ର ପ୍ରଦାନ କରିଛନ୍ତି । ଯାହାକୁ ଓଡ଼ିଶା ରାଜ୍ୟରେ ଲାଗୁ କରିବା ଲାଗି ପଦକ୍ଷେପ ନେବାକୁ ଦାବି ଉଠିଛି । ଯେଉଁମାନେ ସ୍ୱାଧାନତା ସଂଗ୍ରାମରେ ଭାଗ ନେଇଥିଲେ, ସେତେବେଳେ କୌଣସି କୋର୍ଟ ଦ୍ୱାରା ଦଣ୍ଡିତ ହୋଇଥିଲେ ବା ଜେଲ ଦଣ୍ଡ କାଟିଥିଲେ ଏବଂ ଶହୀଦ ହୋଇଛନ୍ତି ଏ ସମସ୍ତ ସଂଗ୍ରାମୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ସ୍ୱତନ୍ତ୍ର ପରିଚୟ ପତ୍ର ପ୍ରଦାନ କରାଯିବାର ପ୍ରସ୍ତାବ ଏହି ମହୋସ୍ତ୍ରବରେ ଆଗତ ହୋଇଛି । ସେପଟେ ଏହି ପ୍ରସ୍ତାବକୁ ଦଳ ବଳ ନିର୍ବିଶେଷରେ ଯୋଗ ଦେଇଥିବା ଅନ୍ୟ ରାଜନୈତିକ ଦଳର ବରିଷ୍ଠ ବ୍ୟକ୍ତିବିଶେଷ ଓ ସ୍ୱାଧୀନତା ସଂଗ୍ରାମୀ ପ୍ରମୁଖ ସ୍ୱାଗତ କରିଛନ୍ତି ।