ହୁ ହୁ ହୋଇବଢୁଛି ତୈଳ ଦର; ଟିକସ-ଭ୍ୟାଟ୍ କମିଲେ ହ୍ରାସ ପାଇବ ଦର
X

ହୁ ହୁ ହୋଇବଢୁଛି ତୈଳ ଦର; ଟିକସ-ଭ୍ୟାଟ୍ କମିଲେ ହ୍ରାସ ପାଇବ ଦର

ନିଜର ରେକର୍ଡ କାଟୁଛି ନିଜେ। ସେଞ୍ଚୁରୀ ଟପିବା ପରେ ତଳକ ଶସୁନି ବଢିଚାଲୁଛି ଆଉ ମାଡି ଚାଲୁଛି ତୈଳଦର।

ହୁ ହୁ ହୋଇବଢୁଛି ତୈଳ ଦର; ଟିକସ-ଭ୍ୟାଟ୍ କମିଲେ ହ୍ରାସ ପାଇବ ଦର

ଭୁବନେଶ୍ୱର: ତେଲ ଦରର ରେକର୍ଡ ବ୍ରେକ୍। ରାଜ୍ୟରେ କ୍ରମାଗତ ଭାବେ ବଢିଚାଲିଛି ତୈଳଦର। ଦିନକୁ ଦିନ ଗୋଟିଏ ପରେ ଗୋଟିଏ ପୂର୍ବ ରେକର୍ଡ ଭାଙ୍ଗୁଛି ରେଟ୍। ଲଗାତାର ତୈଳ ଦର ବୃଦ୍ଧିକୁ ନେଇ ଚିନ୍ତା ଘାରିଥିବା ବେଳେ କେବଳ ଅକ୍ଟୋବର ମାସରେ ଏପର୍ଯ୍ୟନ୍ତ ପେଟ୍ରୋଲ ଲିଟର ପିଛା ୧ ଟଙ୍କା ୯୨ ପଇସା ଏବଂ ଡିଜେଲ ୨ ଟଙ୍କା ୪୭ ପଇସା ବୃଦ୍ଧି ପାଇସାରିଛି। ବର୍ତ୍ତମାନର ସ୍ଥିତିକୁ ଦେଖି ଆଗକୁ ଦର ଆହୁରି ବଢ଼ିବା ନେଇ ଆକଳନ କରିବା ସହ ଟିକସ ଛାଡ ବ୍ୟତୀତ ଆଉ କୌଣସି ଚାରାନଥିବା କହିଛି ଉତ୍କଳ ପେଟ୍ରୋଲ ପମ୍ପ ମାଲିକ ସଂଘ।  

ନିଜର ରେକର୍ଡ କାଟୁଛି ନିଜେ। ସେଞ୍ଚୁରୀ ଟପିବା ପରେ ତଳକ ଶସୁନି ବଢିଚାଲୁଛି ଆଉ ମାଡି ଚାଲୁଛି ତୈଳଦର। ଭୁବନେଶ୍ବରରେ ଗତ ୧ ତାରିଖରେ ପେଟ୍ରୋଲ ଲିଟର ପିଛା ୧୦୨ ଟଙ୍କା ୨ ପଇସା ଏବଂ ଡିଜେଲ୍ ୯୬ ଟଙ୍କା ୮ ପଇସା ରହିଥିଲା ଆଉ ଅକ୍ଟୋବର ୮ ତାରିଖ ଶୁକ୍ରବାର ପେଟ୍ରୋଲ ୧୦୪.୪୪ ଏବଂ ଡିଜେଲ୍ ୧୦୦.୪୮ ଟଙ୍କା ରହିଛି। 

ଚଳିତ ମାସ ପହିଲାରେ କଟକର ପେଟ୍ରୋଲ ଦର ୧୦୩.୧୧ ଟଙ୍କା ଏବଂ ଡିଜେଲ ୯୮.୬୬ ଟଙ୍କା, ୮ତାରିଖରେ ପେଟ୍ରୋଲ ୧୦୪.୭୯ ଟଙ୍କା ଏବଂ ଡିଜେଲ୍ ୧୦୦.୮୧ ଟଙ୍କା ରହିଛି। ସେହିପରି ଅକ୍ଟୋବର ୧ ତାରିଖରେ ପୁରୀରେ ପେଟ୍ରୋଲ୍ ୧୦୩.୦୬ ଟଙ୍କା ଏବଂ ଡିଜେଲ୍ ୯୮.୬୨ ଥିବା ବେଳେ ୮ ତାରିଖରେ ୧୦୪.୪୩ ଟଙ୍କା ଏବଂ ଡିଜେଲ୍ ୧୦୦.୩୮ ଟଙ୍କା ରହିଛି। ସେହିପରି ମାଲକାନଗିରି କାଲିମେଳା ଠାରେ ପେଟ୍ରୋଲ ଦର ସର୍ବାଧିକ ୧୧୦.୪୮ ଟଙ୍କା ରହିଥିବା ବେଳେ ଡିଜେଲ୍ ଦର ୧୦୫.୮୩ ଟଙ୍କା ରହିଛି।

Also Read: କୋରୋନା ପରେ ଅଣ୍ଟା ଭାଙ୍ଗିଦେଇଛି ତୈଳ ଦର; ସହାୟତା ପ୍ରଦାନ ପାଇଁ ବସ୍ ମାଲିକ ସଂଘ ପକ୍ଷରୁ ଦାବି

ସେହିପରି କେନ୍ଦ୍ରାପଡାରେ ପେଟ୍ରୋଲ ୧୦୪.୩୧ ଏବଂ ଡିଜେଲ୍ ୧୦୦.୩୨ ଟଙ୍କା ରହିଛି। ଗଞ୍ଜାମରେ ୧୦୫.୯୨ ଟଙ୍କା ପେଟ୍ରୋଲ ଦର ରହିଥିବା ବେଳେ ଡିଜେଲ୍ ରହିଛି ୧୦୧.୬୬ ଟଙ୍କା। ଢେଙ୍କାନାଳରେ ପେଟ୍ରୋଲ ୧୦୫.୨୩ ଏବଂ ଡିଜେଲ ୧୦୧.୨୩ ଟଙ୍କା, ବାଲେଶ୍ବରରେ ପେଟ୍ରୋଲ ୧୦୪.୩୭ ଏବଂ ଡିଜେଲ୍ ୧୦୦.୪୨ ଟଙ୍କା, ଝାରସୁଗୁଡାରେ ପେଟ୍ରୋଲ ୧୦୪.୬୪ ଏବଂ ଡିଜେଲ୍ ୧୦୦.୬୮ ଟଙ୍କା ରହିଛି। ଏହା ଥିଲା ରାଜ୍ୟର ପ୍ରମୁଖ ସହରର ତୈଳ ଦର। କ୍ରମାଗତ ଭାବେ ଦୈନକ କିଛି ନା କିଛି ପରିମାଣରେ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। କେବଳ ଅକ୍ଟୋବର ମାସରେ ଏ ପର୍ଯ୍ୟନ୍ତ ରାଜଧାନୀରେ ପେଟ୍ରୋଲ ଦର ଲିଟର ପିଛା ୧ ଟଙ୍କା ୯୨ ଏବଂ ଡିଜେଲ ୨ ଟଙ୍କା ୪୭ ପଇସା ବୃଦ୍ଧି ପାଇସାରିଲାଣି।

Also Read: ବର୍ତ୍ତମାନ LPG ସିଲିଣ୍ଡର ବୁକିଂ କଲେ ମିଳିବ ସୁନା!

ବର୍ତ୍ତମାନ ଅନ୍ତର୍ଜାତୀୟ ସ୍ତରରେ ଅଶୌଧିତ ତୈଳଦର ବୃଦ୍ଧିକୁ ଦେଖିଲେ ଆଗକୁ ଆହୁରି ତୈଳଦର ବୃଦ୍ଧି ପାଇବ ବୋଲି ପେଟ୍ରୋଲ ପମ୍ପ ମାଲକ ସଂଘ ଆକଳନ କରିଛି। ଏପରି ବୃଦ୍ଧିର କାରଣ ଉଭୟ କେନ୍ଦ୍ର-ରାଜ୍ୟ ସରକାରଙ୍କ ଟିକସ ଆଉ ଭ୍ୟାଟ୍ ଦାୟୀ ବୋଲି ସେମାନେ କହିଛନ୍ତି। ଦେଶରେ ମହାମାରୀ ଆସିବା ପୂର୍ବରୁ ସରକାର ଯେତିକି ଟିକସ ନେଉଥିଲେ କୋଭିଡ ପରେ ସ୍ବତନ୍ତ୍ର ଟିକସ ଲାଗୁ କରି ବୃଦ୍ଧି କରିଛନ୍ତି। ଯାହାର ଫଳସ୍ୱରୂପ ଅଶୌଧିତ ତୈଳଦର ବଢୁଥିବା ହେତୁ ଟିକସ ହ୍ରାସ କଲେ ୨୦ ଟଙ୍କା ପର୍ଯ୍ୟନ୍ତ ତେଲ୍ ରେଟ୍ କମିଯିବ ବୋଲି ସଂଘ କହିଛି। ଏପରି ସ୍ଥିତିରେ କେବେ ତେଳ ଦରରେ ବ୍ରେକ୍ ଲାଗୁଛି ତାହାକୁ ଅପେକ୍ଷା। 

Trending news