ଦୁର୍ଘଟଣା ପରେ ଚେତା ପଶୁଛି...
Advertisement

ଦୁର୍ଘଟଣା ପରେ ଚେତା ପଶୁଛି...

କମ ଉଚ୍ଚତାରେ ଥିବା ୧୧ କେଭି ଲାଇନକୁ ତୁରନ୍ତ ମରାମତି କରିବା ପାଇଁ ସେଫଟି ଅଫିସର ନିଯୁକ୍ତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । 

ଫାଇଲ ଫଟୋ

ମଳୟ ମହାନ୍ତି, ଭୁବନେଶ୍ୱର: ଗଞ୍ଜାମ ରଂଗେଇଲୁଣ୍ଡା ବସ ଟ୍ରାଜେଡି ପରେ ଶକ୍ତି ବିଭାଗର ଚେତା ପଶିଛି । ଏହି ଘଟଣା ପାଇଁ ଶକ୍ତି ବିଭାଗ ଉପରେ ଗ୍ରାମ୍ୟ ଉନ୍ନୟନ ଏବଂ ପରିବହନ ବିଭାଗ ଦୋଷ ଲଦିବା ପରେ ସାରା ରାଜ୍ୟରେ କିଭଳି ଏ ସବୁ ସ୍ଥିତିକୁ ସଜାଡ଼ି ହେବ, ସେଥିପାଇଁ ଲୋକସେବା ଭବନରେ ଗୁରୁତ୍ୱପୂର୍ଣ ବୈଠକରେ ବିଚାରବିମର୍ଶ ହୋଇଛି । 

ଯେଉଁ ସ୍ଥାନରେ ଦୁର୍ବଳ ତାରକୁ ନେଇ ସମସ୍ୟା ରହିଛି ତାହା ଚିହ୍ନଟ ହୋଇ ସାରିଥିବା ଶକ୍ତିମନ୍ତ୍ରୀ କହିଛନ୍ତି । ରାସ୍ତା ଉପରେ ୨୨ ଫୁଟ ଉଚ୍ଚତା ଏବଂ ରାସ୍ତା ତଳେ ୧୯ ଫୁଟ ଉଚ୍ଚତାରେ ଥିବା ତାରକୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କମ ଉଚ୍ଚତାରେ ଥିବା ୧୧ କେଭି ଲାଇନକୁ ତୁରନ୍ତ ମରାମତି କରିବା ପାଇଁ ସେଫଟି ଅଫିସର ନିଯୁକ୍ତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । 

ଶକ୍ତିମନ୍ତ୍ରୀ ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ଏସପିଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ଏ ସମ୍ପର୍କରେ ଆଲୋଚନା କରିଛନ୍ତି । ଆଗକୁ ଯେଭଳି ଏମିତି ଦୁର୍ଘଟଣା ନ ହୁଏ, ତା ଉପରେ ସତର୍କ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସମେତ ଶକ୍ତି ସଚିବ ବିଷ୍ଣୁପଦ ସେଠୀ, ସେସୁ ସିଇଓ ଅରୁଣ ବୋଥ୍ରା, କୃଷି ସଚିବ ସୌରଭ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ ।