ରାଜଧାନୀରେ ଖୋଲିପାରିବନି ସାଧାରଣ ଦୋକାନ
Advertisement
Article Detail0/zeeodisha/odisha673557

ରାଜଧାନୀରେ ଖୋଲିପାରିବନି ସାଧାରଣ ଦୋକାନ

ସୋମବାର ଅନୁମତିପ୍ରାପ୍ତ ଜରୁରୀ ଦୋକାନ ବ୍ୟତୀତ ଅନ୍ୟ ସାଧାରଣ ଦୋକାନ ଗୁଡିକୁ ବିଏମସି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ପକ୍ଷରୁ ଚଢ଼ାଉ କରି ବନ୍ଦ କରିଦିଆଯାଇଛି । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ରାଜଧାନୀରେ ଖୋଲିପାରିବନି ସାଧାରଣ ଦୋକାନ । ଖୋଲିଲେ ହେବ ଚଢ଼ାଉ । ସୋମବାର ଅନୁମତିପ୍ରାପ୍ତ ଜରୁରୀ ଦୋକାନ ବ୍ୟତୀତ ଅନ୍ୟ ସାଧାରଣ ଦୋକାନ ଗୁଡିକୁ ବିଏମସି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ପକ୍ଷରୁ ଚଢ଼ାଉ କରି ବନ୍ଦ କରିଦିଆଯାଇଛି । ଲକଡାଉନ୍ ସମୟରେ ବ୍ୟବସାୟ କ୍ଷେତ୍ରରେ ସାମାନ୍ୟ କୋହଳ ସ୍ୱରୂପ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି ଲେଖାଯାଇଥିବା ବେଳେ ଆବଶ୍ୟକତା ଅନୁଯାଇ ସ୍ଥାନୀୟ ପ୍ରଶାସନର ଅନୁମତି ଦ୍ୱାରା ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଏଥିରୁ ବାଦ ପଡ଼ିଛି ହଟସ୍ପଟ୍ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର  । ଯେଉଁଠି ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ସାଧାରଣ ଦୋକାନ ଖୋଲିବାକୁ ବାରଣ କରାଯାଇଥିବା ସ୍ପଷ୍ଟ କରାଯାଇଛି ।

ବିଏମସିର ଚଢ଼ାଉ । ବନ୍ଦ ହେଲା ସାଧାରଣ ଦୋକାନ । ଲକଡାଉନରେ ଭୁବନେଶ୍ୱରରେ ଖୋଲିପାରିବନି ଏହି ଦୋକାନ । ବିଏମସି ପକ୍ଷରୁ ସାଧାରଣ ଦୋକାନ ଉପରେ ଚଢାଉ କରାଯାଇ ବନ୍ଦ କରାଯାଇଛି । ବିଏମସି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ସହରର ବିଭିନ୍ନ ସ୍ଥାନକୁ ବୁଲି ବୁଲି ଜରୁରୀକାଳୀନ ଦୋକାନ ବ୍ୟତୀତ ବହି ଦୋକାନ, ମୋବାଇଲ ସପ୍, ରିପ୍ୟାରିଂ ଷ୍ଟୋର, ଗାଡି ଗ୍ୟାରେଜ ଆଦି ଦୋକାନ ଉପରେ ଚଢାଉ କରି ଲକ୍ କରିଛନ୍ତି । ଦୁଇ ଦିନ ତଳେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବ୍ୟବସାୟ କରିବା ଦିଗରେ କୋହଳ କରିଥିବା ବେଳେ ସ୍ଥାନୀୟ ପ୍ରଶାସନ ଉପରେ ଦାୟିତ୍ୱ ନ୍ୟସ୍ତ କରିଥିଲେ । ତେବେ ଭୁବନେଶ୍ୱର ହଟସ୍ପଟ ଅଞ୍ଚଳ ହେତୁ ଏହାକୁ ବାଦ୍ ଦିଆଯାଇଛି ।

ରାଜଧାନୀ କଣ୍ଟେନମେଣ୍ଟ ମୁକ୍ତ ହୋଇଥିବା ବେଳେ ଲକ୍ ଡାଉନ ବଳବତ୍ତର ରହିଛି । ତେବେ ସରକାରଙ୍କ ନିର୍ଦ୍ଦେଶବଳୀ ଅନୁଯାଇ ଦ୍ୱନ୍ଦରେ କିଛି ବ୍ୟବସାୟୀ ଦୋକାନ ଖୋଲିଦେଇଥିଲେ । ରାଜଧାନୀରୁ ହଟସ୍ପଟ୍ ହଟି ନ ଥିବା ବେଳେ ବହୁବିଧି ପଦକ୍ଷେପ ପରେ ସ୍ଥିତି ସ୍ୱାଭାବିକ ହୋଇଛି ସତ, ମାତ୍ର ପୂର୍ବସ୍ଥିତିର ପୁନରାବୃତ୍ତି ନ କରିବାକୁ ଏସବୁ ଦୋକାନ ବଜାର ବନ୍ଦ କରାଯାଇଛି । ଆଗାମୀ ଦିନରେ ଆବଶ୍ୟକତା ଅନୁଯାଇ ବ୍ୟବସ୍ଥିତ ଭାବେ କିଛି କିଛି ଦୋକାନ ଖୋଲିବା ନେଇ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ । ଯେଉଁଥିରେ ବ୍ୟବସାୟୀମାନେ ସହଯୋଗ କରିବେ ବୋଲି କହିଛନ୍ତି ।

;