ଜାଣନ୍ତୁ ଦୀପାବଳିରେ ବାଣ ଫୁଟାଇବାବେଳେ କେତେ ଜଣ ଆହତ ହୋଇଛନ୍ତି
Advertisement

ଜାଣନ୍ତୁ ଦୀପାବଳିରେ ବାଣ ଫୁଟାଇବାବେଳେ କେତେ ଜଣ ଆହତ ହୋଇଛନ୍ତି

ବିଭିନ୍ନ ଜାଗାରେ ବାଣ ଫୁଟାଇବାବେଳେ ଅଘଟଣ

ସୌଜନ୍ୟ: ସୋସିଆଲ ମିଡିଆ

ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର: ଶେଷ ହୋଇଛି ଆଲୋକର ପର୍ବ ଦୀପାବଳି ଉତ୍ସବ । ସାରା ରାଜ୍ୟ ସମେତ ସାରା ଦେଶରେ ବେଶ ଧୂମଧାମରେ ପାଳିତ ହୋଇଛି ଏହି ପର୍ବ । ଦୀପାବଳି ସମୟରେ ବାଣ ଫୁଟାଇବା ବେଳେ ଅନେକ ସ୍ଥାନରେ ଦୁର୍ଘଟଣା ଘଟିଛି । ତେବେ ଜାଣନ୍ତୁ କେଉଁଠି କଣ ଘଟିଛି ।

ରାଉରକେଲା ସେକ୍ଟର ୬ ତାରାତାରିଣୀ ପଲ୍ଲୀରେ ବାଣ ଫୁଟାଇବା ବେଳେ ମୁହଁ ପାଖରେ ଫୁଟିଲା ବମ୍, ଯୁବକ ଗୁରୁତର । ଗୁରୁତର ଯୁବକ ଜଣଙ୍କ ଲିପୁ ଗୋଛାୟତ । ଲିପୁଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସେପଟେ ଆନନ୍ଦପୁରରେ ମଧ୍ୟ ବାଣ ଫୁଟାଇବା ବେଳେ ହାତରେ ବାଣ ଫୁଟିବା ଯୋଗୁଁ ପଞ୍ଚୁପୁଲି ଗାଁର ବୁଲୁ ଖଟୁଆ ଗୁରୁତର ହୋଇଛନ୍ତି ତାଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । 

ରାଉରକେଲା ଓ ଆନନ୍ଦପୁର ପରି ଟାଙ୍ଗୀରେ ମଧ୍ୟ ଦୀପାବଳିରେ ବାଣ ଫୁଟାଇବା ବେଳେ ଅଘଟଣ ଘଟିଛି । ବାଣ ଫୁଟଉଥିବା ବେଳେ ହାତରେ ବାଣ ଫୁଟିବା ଯୋଗୁଁ ଜଗା ବେହେରା ନାମକ ଜଣେ ବ୍ୟକ୍ତିଙ୍କ ଆଙ୍ଗୁଠି ନଷ୍ଟ ହୋଇଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । 

ସେହିପରି ସୋରରେ ମଧ୍ୟ ବିଭିନ୍ନ ଅଞ୍ଚଳରେ ବାଣ ଫୁଟାଇବା ବେଳେ ଅଘଟଣ ଘଟିଥିବା ସୂଚନା ମିଳିଛି । ବାଣ ଫୁଟାଇବା ବେଳେ ୧୦ ଜଣ ଆହତ ହୋଇଛନ୍ତି ।  ଆହତଙ୍କ  ମଧ୍ୟରୁ ୭ ଜଣ ଶିଶୁ ଶିଶୁ ଅଛନ୍ତି ।  ସମସ୍ତ ଆହତଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।