• ଆଜି ରାଜ୍ୟରେ ହେବନି କୋରୋନା ଟିକାକରଣ
  • ରାଜ୍ୟର ୮୫% କୋଭିଡ ଯୋଦ୍ଧା ନେଲେ କୋରୋନା ଟିକା
  • ଚିଲିକା, ଗହୀରମଥା ଓ ଭିତରକନିକାରେ ଆଜିଠାରୁ ଡଲଫିନ ଗଣନା
  • ଭୁବନେଶ୍ୱରସ୍ଥିତ ୫ଟି ସ୍କୁଲ ବୁଲିଲେ 5T ସଚିବ ଭି.କେ.ପାଣ୍ଡିଆନ
  • ସୁନ୍ଦରଗଡ଼ ବାହିୟାମ ଗାଁରେ ମାଆର ତଣ୍ଟି କାଟିଲା ପୁଅ
  • ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୦.୨୯ ଲକ୍ଷକୁ ବୃଦ୍ଧି
  • ଜାମ୍ମୁ ଓ କାଶ୍ମୀରର କାଟ୍ରାରେ ୪.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ
  • ଆସନ୍ତାକାଲି ଖୋଲିବ ଘଟଗାଁ ତାରିଣୀ ମନ୍ଦିର
  • ସମ୍ବଲପୁରରେ ନକଲି ସର୍ଫ କାରଖାନା ଠାବ
  • ମନବଦଳାଇଲା ହ୍ୱାଟସଆପ୍, ମେ' ୧୫ ପର୍ଯ୍ୟନ୍ତ ପ୍ରାଇଭେସି ପଲିସିରେ ଲାଗିଲା ରୋକ୍

ଗିରି ଗୋବର୍ଦ୍ଧନ ପୂଜା; ଜାଣନ୍ତୁ କ'ଣ ରହିଛି ଏହି ପର୍ବର ମହତ୍ତ୍ୱ

ଦୀପାବଳି ପରେ ଆଜି ସାରା ଦେଶରେ ଗୋବର୍ଦ୍ଧନ ପୂଜା ପାଳନ କରାଯାଉଛି। ବୃନ୍ଦାବନ ଏବଂ ମଥୁରା ସମେତ ଦେଶର ଅନେକ ଅଞ୍ଚଳରେ ଗୋର୍ବଦ୍ଧନ ପୂଜା ବେଶ ଧୁମଧାମରେ ପାଳନ କରାଯାଉଛି। ପ୍ରଭୁଙ୍କୁ ଭୋଗ ଲଗାଇ ପୂଜାର୍ଚ୍ଚନା କରାଯାଇଥାଏ। ଏହି ଦିନରେ ଲୋକେ ନିଜ ଘର ଅଗଣାରେ ଗୋବର ଲିପି ପୂଜା କରିଥାନ୍ତି।

ଗିରି ଗୋବର୍ଦ୍ଧନ ପୂଜା; ଜାଣନ୍ତୁ କ'ଣ ରହିଛି ଏହି ପର୍ବର ମହତ୍ତ୍ୱ

ଭୁବନେଶ୍ୱର: ଦୀପାବଳି ପରେ ଆଜି ସାରା ଦେଶରେ ଗୋବର୍ଦ୍ଧନ ପୂଜା ପାଳନ କରାଯାଉଛି। ବୃନ୍ଦାବନ ଏବଂ ମଥୁରା ସମେତ ଦେଶର ଅନେକ ଅଞ୍ଚଳରେ ଗୋର୍ବଦ୍ଧନ ପୂଜା ବେଶ ଧୁମଧାମରେ ପାଳନ କରାଯାଉଛି। ପ୍ରଭୁଙ୍କୁ ଭୋଗ ଲଗାଇ ପୂଜାର୍ଚ୍ଚନା କରାଯାଇଥାଏ। ଏହି ଦିନରେ ଲୋକେ ନିଜ ଘର ଅଗଣାରେ ଗୋବର ଲିପି ପୂଜା କରିଥାନ୍ତି। ଗୋବର୍ଦ୍ଧନ ପୂଜାରେ ଗାଈକୁ ମଧ୍ୟ ପୂଜା କରିଥାନ୍ତି।

gobardhan puja

ଏହି ଦିନ ଗୋବର୍ଦ୍ଧନ ପୂଜା ହିସାବରେ ଗୋବର୍ଦ୍ଧନ ପର୍ବତର ପୂଜା କରାଯାଇଥାଏ। ପୁରାଣ ଅନୁଯାୟୀ, ଗୋକୂଳର ଲୋକମାନେ ଇନ୍ଦ୍ରଙ୍କର ପୂଜା କରି ଆସୁଥିଲେ।ଯାହାଙ୍କୁ ବର୍ଷାର ଦେବତା ମଧ୍ୟ କୁହାଯାଇଥାଏ। ତେବେ ଭଗବାନ କୃଷ୍ଣ ଗୋକୂଳ ଲୋକମାନଙ୍କର ଭାବନାରେ ପରିବର୍ତ୍ତନ ଆଣି ଦେଇଥିଲେ। ଇନ୍ଦ୍ରଙ୍କ ବଦଳରେ ଗୋବର୍ଦ୍ଧନ ପର୍ବତର ପୂଜା କରିବା ପାଇଁ ସେ ଲୋକଙ୍କୁ ଆଗ୍ରହ କରିଥିଲେ। ଭଗବାନ କୃଷ୍ଣ ଲୋକଙ୍କୁ ବୁଝାଇଥିଲେ ଯେ ଏହି ଗୋବର୍ଦ୍ଧନ ପର୍ବତ ସବୁବେଳେ ସବୁ ସମୟରେ ବିଭିର୍ଣ୍ଣ କଠିନ ପରିସ୍ଥିତରେ ମଧ୍ୟ ଆପଣମାନଙ୍କୁ ଖାଦ୍ୟ ଏବଂ ଆଶ୍ରୟ ପ୍ରଦାନ କରି ଆସୁଛି। ତେଣୁ ଗୋବର୍ଦ୍ଧନ ପର୍ବତର ପୂଜା କରାଯିବ ଉଚିତ। ଏହାପରେ ଲୋକେ ଗୋବର୍ଦ୍ଧନ ପର୍ବତର ପୂଜା କରିବା ଆରମ୍ଭ କରି ଦେଇଥିଲେ। ଏଥିରେ କ୍ରୋଧିତ ହୋଇ ଇନ୍ଦ୍ର ସେଠାରେ ପ୍ରବଳ ବର୍ଷା କରାଇଲେ। ଲୋକ ମାନଙ୍କୁ ବଞ୍ଚାଇବା ପାଇଁ ଭଗବାନ କୃଷ୍ଣ ତାଙ୍କ କାଣି ଆଙ୍ଗୁଠିରେ ଗୋବର୍ଦ୍ଧନ ପର୍ବତକୁ ଟେକି ଧରିଥିଲେ। ଏବଂ ଲୋକମାନେ ସେହି ପର୍ବତ ତଳେ ଆଶ୍ରୟ ନେଇଥିଲେ।