Advertisement
Article Detail0/zeeodisha/odisha867203

ହେଉନି ସମାଧାନ: ଚାଷୀଙ୍କୁ ନେଇ ରାଜନୈତିକ ଦଳ ମଧ୍ୟରେ ଟଣାଓଟରା

ସରକାରଙ୍କ ଜିଦ୍ ଭିତରେ ନା ଚାଷୀଙ୍କୁ ମିଳୁଛି ନ୍ୟାୟ ନା ବାହାରି ପାରୁଛି ସମାଧାନ । ତେଣେ କିନ୍ତୁ ବିଚରା ଚାଷୀ ଧାନ ବିକି ନପାରି ଡହଳବିକଳ ହେଉଛି। ଏହି ପରିପ୍ରେକ୍ଷୀରେ ଚାଷୀଙ୍କ ଧାନ ଓ ମଣ୍ଡି ସମସ୍ୟାକୁ ନେଇ ଲଗାତାର ଭାବେ ବିଧାନସଭାରେ ହଲ୍ଲାବୋଲ ଦେଖିବାକୁ ମିଳୁଛି। 

ହେଉନି ସମାଧାନ: ଚାଷୀଙ୍କୁ ନେଇ ରାଜନୈତିକ ଦଳ ମଧ୍ୟରେ ଟଣାଓଟରା

ଭୁବନେଶ୍ବର: ଗୋଟେପଟେ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଦୀର୍ଘ ଶହେ ଦିନରୁ ଅଧିକ ଧରି ଆନ୍ଦୋଳନ କରୁଛନ୍ତି । ସରକାରଙ୍କ ଜିଦ୍ ଭିତରେ ନା ଚାଷୀଙ୍କୁ ମିଳୁଛି ନ୍ୟାୟ ନା ବାହାରି ପାରୁଛି ସମାଧାନ । ତେଣେ କିନ୍ତୁ ବିଚରା ଚାଷୀ ଧାନ ବିକି ନପାରି ଡହଳବିକଳ ହେଉଛି। ଏହି ପରିପ୍ରେକ୍ଷୀରେ ଚାଷୀଙ୍କ ଧାନ ଓ ମଣ୍ଡି ସମସ୍ୟାକୁ ନେଇ ଲଗାତାର ଭାବେ ବିଧାନସଭାରେ ହଲ୍ଲାବୋଲ ଦେଖିବାକୁ ମିଳୁଛି। ବିରୋଧୀଙ୍କ ବିରୋଧ ଓ ସରକାରଙ୍କ ସଫେଇ ମଧ୍ୟରେ ଗୃହ ବାରମ୍ୱାର ମୁଲତବୀ ହେଉଛି ।

ଗୃହକୁ ସ୍ବାଭାବିକ ଭାବେ କେମିତି ଚଳାଇବେ ତାକୁ ନେଇ ବାଚସ୍ପତି (Speaker) ଙ୍କ ସର୍ବଦଳୀୟ ବୈଠକ ଫଣ୍ଡା ମଧ୍ୟ ଫେଲ ମାରୁଛି । ରାଜ୍ୟରେ ସୁବାସଙ୍କ କ୍ଷମା ଝଡ଼ ଓ ମଣ୍ଡି ସମସ୍ୟା ସରଗରମ୍ ହେଉଥିବାବେଳେ ଦିଲ୍ଲୀ ଦରବାରରେ ଦେଖିବାକୁ ମିଳିଛି ବିଜେଡି (BJD) ଓ ବିଜେପି (BJP) ମଧ୍ୟରେ ମଣ୍ଡି ଲଢ଼େଇ । ଉଭୟ ଦଳର ସାଂସଦ (Member of Parliament) ମାନେ ହାଇ ଜୋଶ୍ ରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟି ମଣ୍ଡି ସମସ୍ୟା ନେଇ ହସ୍ତକ୍ଷେପ ଲୋଡ଼ିବାକୁ ଦାବି କରିଛନ୍ତି ।

Also Read: ବୈତରଣୀ ଗର୍ଭରେ ବିରାଟ ଶିବ ଲିଙ୍ଗ

Add Zee News as a Preferred Source

ସେପଟେ ଦିଲ୍ଲୀ ଦରବାରରେ ମଣ୍ଡି ସମସ୍ୟାକୁ ନେଇ ବିଜେଡି ଓ ବିଜେପି ଖେଳିଛନ୍ତି କନଫିଡେଣ୍ଟ କାର୍ଡ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan)ଙ୍କ ସମେତ ବିଜେପି ସଂସଦୀୟ ଦଳ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟି ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି । ଏହାସହ ଧାନବିକ୍ରିକୁ ନେଇ ସିଧାସଳଖ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅପରପଟେ ବିଜେପି ସଂସଦୀୟ ଦଳ ଭେଟିବାର ଦିନକ ପୂର୍ବରୁ ଆଗୁଆ ଚାଲାକି ହୋଇ ବିଜେଡି ସଂସଦୀୟ ଦଳ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିଥିଲେ। 

Also Read: ବେକାବୁ ନିଆଁ: ଡ଼େଇଁ ଚାଲିଛି ଜଙ୍ଗଲ ପରେ ଜଙ୍ଗଲ

ଓଡ଼ିଶାର ମଣ୍ଡି (Mandi Problem) ଓ ଚାଷ ସମସ୍ୟାକୁ ନେଇ ସଂସଦରେ ଆଲୋଚନା କରିବାକୁ ବିଜେଡି ସାଂସଦମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଦାବି କରିଥିଲେ । ପଲିଟିକାଲ ଟେବୁଲରେ ମୋହରା ହୋଇ ସାରିଥିବା ଦେଶର ଅନ୍ନଦାତା ଏବେ ନିଜର ହକ୍ ପାଇଁ ଗ୍ରାଉଣ୍ଡରେ ଲଢ଼ୁଥିବାବେଳେ ବିଧାନସଭା (Odisha Assembly)ରୁ ଦିଲ୍ଲୀ ଦରବାର, ସବୁଠି ସେକା ହେଉଛି ରାଜନୈତିକ ରୁଟି। 

Edited: Zee Odisha Desk 

About the Author