Advertisement
Article Detail0/zeeodisha/odisha758526
Zee OdishaBhubneshwarଭୁବନେଶ୍ୱର ହେବ ଭିକାରୀମୁକ୍ତ

ଭୁବନେଶ୍ୱର ହେବ ଭିକାରୀମୁକ୍ତ

ରାଜଧାନୀରେ ଆରମ୍ଭ ହୋଇଛି ଭିକାରୀ ମୁକ୍ତ ଅଭିଯାନ ଽ

ଭୁବନେଶ୍ୱର ହେବ ଭିକାରୀମୁକ୍ତ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଭିକାରୀ ମୁକ୍ତ ସ୍ମାର୍ଟ ସିଟି । ରାଜଧାନୀରେ ଆରମ୍ଭ ହୋଇଛି ଭିକାରୀ ମୁକ୍ତ ଅଭିଯାନ । ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁବନେଶ୍ୱର ରାମ ମନ୍ଦିର ସାମ୍ନାକୁ ଭିକ୍ଷାବୃତ୍ତି ମୁକ୍ତ ଅଞ୍ଚଳ ଭବେ ଘୋଷଣା କରାଯିବା ପରେ ଆରମ୍ଭ ହୋଇଛି ଉଦ୍ଧାର ପ୍ରକ୍ରିୟା । ଏଠାରେ କେହି ଭିକ ମାଗିବା ଉପରେ ଅଙ୍କୁଶ ଲଗାଯାଇଥିବା ବେଳେ ନିକଟସ୍ଥ ସହରାଞ୍ଚଳ ଆଶ୍ରୟସ୍ଥଳୀରେ ଥଇଥାନ କରାଯାଇଛି । ଯାହାକୁ ନେଇ ଉଦ୍ଧାର କରୁଥିବା ସଂସ୍ଥା ପକ୍ଷରୁ ଥଇଥାନ ଓ ରକ୍ଷଣାବେକ୍ଷଣା ଆରମ୍ଭ କରାଯାଇଛି । ସେପଟେ କେବଳ ମନ୍ଦିର କାହିଁକି ବିଭିନ୍ନ ଛକ ବଜାର ଓ ଜନଗହଳି ସ୍ଥାନରୁ କେବେ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

ଭିକ୍ଷାବୃତ୍ତିକୁ ନା । ରାଜଧାନୀରେ ଏଣିକି ଭିକ ମାଗିବା ମନା । ଭିକାରୀ ମୁକ୍ତ ଅଭିଯାନ ନେଇ ପ୍ରୟାସ ଆରମ୍ଭ କରିଛି ବିଏମସି । ପାଇଲଟ୍ ପ୍ରୋଜେକ୍ଟରେ ଭୁବନେଶ୍ୱର ରାମ ମନ୍ଦିର ସାମ୍ନାକୁ ଭିକ୍ଷାବୃତ୍ତି ମୁକ୍ତ ଅଞ୍ଚଳ ଭବେ ଘୋଷଣା କରାଯାଇଛି । ଏନେଇ ମନ୍ଦିର ସାମ୍ନାରେ ପୋଷ୍ଟର ଲଗାଯିବା ସହ ଭିକ୍ଷାବୃତ୍ତିକୁ ବାରଣ କରାଯାଇଛି । ତେବେ କୋରୋନା କଟକଣାରେ ଭିକାରୀଙ୍କ ସଂଖ୍ୟା କମିଥିବା ବେଳେ ତଥାପି ଉକ୍ତ ଅଞ୍ଚଳରେ ଆଉ ଭିକାରୀମାନଙ୍କୁ ଅନୁମତି ଦିଆଯିବ ନାହିଁ ବୋଲି ବିଏମସି ପକ୍ଷରୁ ରାମ ମନ୍ଦିର କର୍ତ୍ତୃପକ୍ଷଙ୍କ କୁହାଯାଇଛି ।

ସେପଟେ ଥଇଥାନ କାର୍ଯ୍ୟରେ ନିୟୋଜିତ ଓଡିଶା ପତିତ୍ତ ଉଦ୍ଧାର ସମିତି ପକ୍ଷରୁ ଲଗାତର ଭାବେ ଆରମ୍ଭ ହୋଇଯାଇଛି ରେସକ୍ୟୁ ଅପରେସନ । ଉକ୍ତ ଅଞ୍ଚଳରେ ବର୍ଷ ବର୍ଷ ଧରି ଭିକ୍ଷାବୃତ୍ତି କରୁଥିବା ଲୋକଙ୍କୁ ଉଦ୍ଧାର କରି ସ୍ଥାନୀୟ ସହରାଞ୍ଚଳ ଆଶ୍ରୟସ୍ଥଳୀରେ ଥଇଥାନ କରାଯାଉଛି । ଯାହାକୁ ନେଇ ଭିକାରୀମାନେ ମଧ୍ୟ ପସନ୍ଦ କରିବା ସହ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି ।

Add Zee News as a Preferred Source

ତେବେ ଏହା ନୂଆ କଥା ନୁହେଁ, ପୂର୍ବରୁ ଅନେକ ବାର ଏପରି ଭିନ୍ନଭିନ୍ନ ଯୋଜନା ହାତକୁ ନିଆଯାଉଛି ଆଉ ପରେ ଫେଲ୍ ମାରୁଛି, ଏପରି ସ୍ଥଳେ କେବଳ ମନ୍ଦିର ସମେତ ବିଭିନ୍ନ ଛକ, ବଜାର, ରାସ୍ତାଘାଟ କେବେ ଭିକାରୀ ମୁକ୍ତ ହେଉଛି ତାହାକୁ ଅପେକ୍ଷା ।

About the Author