୨୨ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ମିଳିବ ସ୍ୱତନ୍ତ୍ର ଛାତ୍ରବୃତ୍ତି

୨୨ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଛାତ୍ରବୃତ୍ତି ଘୋଷଣା କଲେ ରାଜ୍ୟପାଳ । 

୨୨ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ମିଳିବ ସ୍ୱତନ୍ତ୍ର ଛାତ୍ରବୃତ୍ତି
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ଭୁବନେଶ୍ୱର: ୨୨ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଛାତ୍ରବୃତ୍ତି ଘୋଷଣା କଲେ ରାଜ୍ୟପାଳ । ଅନ୍ତର୍ଜାତୀୟ ଶିଶୁ ଓ ଯୁବ ମହୋସ୍ତ୍ରବ ‘ଅଞ୍ଜଳି’ର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଘୋଷଣା କରିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ଏଥିରେ ଯୋଗଦେଇଥିବା ଶତାଧିକ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପ୍ରତିଭା ପରଖିବା ପରେ ୨୨ ଜଣଙ୍କୁ ୧୨ ହଜାର ଲେଖାଏଁ ମୋଟ ୨ ଲକ୍ଷ ୬୪ ହଜାର ଟଙ୍କାର ଛାତ୍ରବୃତ୍ତି ଘୋଷଣା କରିଛନ୍ତି ।

governor announced special scholarship

ତେବେ ସ୍ୱାଭିମାନ ପକ୍ଷରୁ ପ୍ରତିବର୍ଷ ନଭେମ୍ବର ୧୪ ତାରିଖ ଶିଶୁ ଦିବସରୁ ୪ ଦିନ ବ୍ୟାପି ଏହି ମହୋତ୍ସବ ଆୟୋଜନ କରଯାଉଛି । ଚଳିତ ବର୍ଷ ୧୮ ବର୍ଷରେ ପଦାର୍ପଣ କରିଛି ଏହି ମହୋତ୍ସବ । ଏଥିରେ ବିଶେଷ କରି ଯୁବ ପ୍ରତିଭାଙ୍କୁ ଅଧିକ ସୁଯୋଗ ଦିଆଯାଇଥାଏ ।  ଚଳିତ ବର୍ଷ ୧୨ଟି ରାଜ୍ୟ, ଓଡିଶାର ୮ ଟି ଜିଲ୍ଲା ଏପରିକି ବାଂଲାଦେଶରୁ ମଧ୍ୟ ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିଥିଲେ । ଦିବ୍ୟାଙ୍ଗ ଯେ କୌଣସି ଗୁଣରେ କମ ନୁହେଁ, ତାହା ଏଠି କରି ଦେଖାଇଥିଲେ ବହୁ ଛାତ୍ରଛାତ୍ରୀ । ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ସେମାନଙ୍କ ଅନ୍ତନିର୍ହିତ କଳା ପ୍ରଦର୍ଶନ କରିଥିଲେ । 

governor announced special scholarship

ଏହି ମହୋତ୍ସବରେ ମୋଟ ୩୫୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ପ୍ରତିଯୋଗିତାରେ କୃତି ପ୍ରତିଭାମାନଙ୍କୁ ପୁରସ୍କୃତ କରାଯାଇଛି । ଭୁବନେଶ୍ୱର ରେଲ ଅଡିଟୋରିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ସମେତ ସାମାଜିକ ଭିନ୍ନକ୍ଷମ ବିଭାଗର ଅଧ୍ୟକ୍ଷା, ଚଳଚ୍ଚିତ୍ର କଳାକାର ଓ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ପ୍ରମୁଖ ଯୋଗ ଦେଇଥିଲେ ।

ଆହୁରି ବି ପଢନ୍ତୁ; 'ମୋ ବସ୍' ଆଣିଲା ଜାତୀୟ ସ୍ତରୀୟ ପୁରସ୍କାର