ଶେଷ ଦିନରେ 'ଅଞ୍ଜଳି', ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ରାଜ୍ୟପାଳ

 ସ୍ୱାଭିମାନ ଓ ଅଞ୍ଜଳି ଶୃତିଙ୍କର ଦୁଇଟି ଡେଣା ବୋଲି କହିଛନ୍ତି ପ୍ରଜ୍ଞାନାନନ୍ଦ । ସେହିପରି ରାଜ୍ୟପାଳ ଶ୍ରୁତି ମହାପାତଙ୍କୁ ଅଷ୍ଟବକ୍ରଙ୍କର ଜନନୀ ବୋଲି କହିଛନ୍ତି । 

 ଶେଷ ଦିନରେ 'ଅଞ୍ଜଳି', ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ରାଜ୍ୟପାଳ

ଭୁବନେଶ୍ୱର: ଅଞ୍ଜଳି ଶିଶୁ ଓ ଯୁବ ମହୋତ୍ସବ ଶେଷ ଦିନର ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ଏଚଏଚ ପରମହଂସ ପ୍ରଜ୍ଞାନାନନ୍ଦ ଯୋଗ ଦାନ କରିଛନ୍ତି । ଏହା ବ୍ୟତୀତ ସମ୍ମାନିତ ଅତଥି ଭାବେ ଭିନ୍ନକ୍ଷମ କମିଶନ୍ ଅଧକ୍ଷା ସୁଲୋଚନା ଦାସ, ନିବେଦିତା ସ୍କୁଡର, ଅଭିନେତା ସବ୍ୟସାଚୀ ମିଶ୍ର ଯୋଗ ଦେଇଛନ୍ତି । ଏହି ଅବସରରେ ଡ. ଶୃତି ମହାପାତ୍ର କହିଛନ୍ତି ଯେ ଯେତେବେଳେ ‘ମୁଁ’ ଶଦ୍ଦ ମୋ ମନରେ ଆସେ ଏହାର ଅର୍ଥ କେବଳ ମୁଁ ନୁହେଁ, ମୋ ଭଳି ଅନେକ ଲୋକଙ୍କ କଥା ମୋ ଭାବନାରେ ଆସେ । ସମସ୍ତ ଦିବ୍ୟାଙ୍ଗ ପ୍ରତିଯୋଗୀ, ରକ୍ଷଣାକାରୀ ଓ ସ୍ୱେଚ୍ଚାସେବୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

 ସ୍ୱାଭିମାନ ଓ ଅଞ୍ଜଳି ଶୃତିଙ୍କର ଦୁଇଟି ଡେଣା ବୋଲି କହିଛନ୍ତି ପ୍ରଜ୍ଞାନାନନ୍ଦ । ସେହିପରି ରାଜ୍ୟପାଳ ଶ୍ରୁତି ମହାପାତଙ୍କୁ ଅଷ୍ଟବକ୍ରଙ୍କର ଜନନୀ ବୋଲି କହିଛନ୍ତି । ଏହା ସହିତ ସ୍ୱାଭିମାନ ସଂସ୍ଥାକୁ ୨ ଲକ୍ଷ ୬୪ ହଜାର ଟଙ୍କା ପ୍ରଦାନ କରିଛନ୍ତି । ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ବିଭିନ୍ନ ସ୍କୁଲ ପିଲାଙ୍କୁ ନେଇ ନାଚ ଗୀତ, ଚିତ୍ରକଳା ଶିକ୍ଷା ଦିଆଯାଇଛି । ସେହିପରି ବିଭିନ୍ନ ରାଜ୍ୟରୁ ଆସିଥିବା ଦିବ୍ୟାଙ୍ଗ ପିଲାମାନଙ୍କର ପ୍ରତିଭା ଦେଖି ସେମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ଅଜିତ ମିର୍ଦ୍ଧା ଓ ରାଜଲକ୍ଷ୍ମୀ ବେହେରାଙ୍କୁ ଅଞ୍ଜଳି ସ୍କଲାର ପ୍ରଦାନ କରାଯାଇଛି । ଅଞ୍ଜଳି ସାହାସିକତା ୨୦୧୯- ପୁରସ୍କାର ଶ୍ରୀ ମହମ୍ମଦ ଜଫର ଓ ଚୁମ୍କି ଦତଙ୍କୁ ପ୍ରଦାନ କରାଯାଇଛି ।

ରାଜ୍ୟର ବିଭିନ୍ନ ବିଦ୍ୟାଳୟର ପିଲାଙ୍କୁ ନେଇ ଏକ ଡ୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଏଥିରେ ବି.ଜେ.ଇ.ଏମ ସ୍କୁଲ ପ୍ରଥମ, ସେଣ୍ଟ ଜାଭିୟର ସ୍କୁଲ ଦ୍ୱିତୀୟ ଓ ମଦର ପବ୍ଲିକ ସ୍କୁଲ ତୃତୀୟ ସ୍ଥାନ ଲାଭ କରିଛି । ସକାଳେ ‘ଦିବ୍ୟାଙ୍ଗ ଚିତ୍ରକଳା ଓ ପରିକଳ୍ପନା’ ଉପରେ ଏକ କର୍ମଶାଳା ହୋଇଛି ଏଥରେ ଚିତ୍ରକାର ସତ୍ୟଭୂଷଣ ଓଝା, କେ.କେ ରଥ, ଡ. ପ୍ରଦ୍ୟୁଷ ମିଶ୍ର ଓ ନେହା ଦାସ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଓଡିଆ ଅଭିନେତ୍ରୀ ଭୂମିକା ଦାସ ଯୋଗ ଦେଇଛନ୍ତି ।