Advertisement
Article Detail0/zeeodisha/odisha709103

'ଆମେ ବିଜେଡି ବିଧାୟକମାନେ କେଉଁ ଗହଳିକୁ ଯାଉନୁ କି କାହା ସହ ମିଶୁନୁ'

ଆଜି ଦିନକ ପାଇଁ ଓଡ଼ିଶା ବିଧାନସଭା ସଟ୍‌ଡାଉନ୍‌ ଘୋଷଣା ହୋଇଛି । 

'ଆମେ ବିଜେଡି ବିଧାୟକମାନେ କେଉଁ ଗହଳିକୁ ଯାଉନୁ କି କାହା ସହ ମିଶୁନୁ'

ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ଆଜି ଦିନକ ପାଇଁ ଓଡ଼ିଶା ବିଧାନସଭା ସଟ୍‌ଡାଉନ୍‌ ଘୋଷଣା ହୋଇଛି । ବିଧାନସଭାର ଜଣେ କର୍ମଚାରୀଙ୍କ ସମ୍ପର୍କୀୟ ପଜିଟିଭ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି । ସଟ୍‌ଡାଉନ୍‌ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । 

ଶନିବାର ଓ ରବିବାର ସଟ୍‌ଡାଉନ୍‌ ଥିବାରୁ କେବଳ ଆଜି ଦିନକ ପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ସୋମବାର ସ୍ଥିତିକୁ ଦେଖି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବାଚସ୍ପତି କହିଛନ୍ତି । ଅଧିବେଶନ ଚାଲୁ ନ ଥିଲେ ମଧ୍ୟ ବିଧାନସଭାର ଅନ୍ୟାନ୍ୟ ଅଫିସିଆଲ୍ କାମ ଚାଲିଥାଏ । 

ଅନ୍ୟପକ୍ଷରେ ନୀଳଗିରି ବିଧାୟକ କୋରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବୈଠକରେ ଉପସ୍ଥିତ ବିଧାନସଭାର କର୍ମଚାରୀଙ୍କୁ ଛୁଟିରେ ରହିବାକୁ କୁହାଯାଇଛି ।

Add Zee News as a Preferred Source

ସେପଟେ ବିଧାନସଭା ସଟଡାଉନ୍ ନେଇ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ବିଧାନସଭା ସାନିଟାଇଜ୍ କରାଯିବ । ଯେମିତି କାହାକୁ କୋରୋନା ସଂକ୍ରମଣ ନ ହେଉ, ସେନେଇ ବିଧାନସଭାରେ ସବୁ ପ୍ରତିକାର ବ୍ୟବସ୍ଥା କରାଯାଉଛି । ବିଧାୟକମାନେ ନିଜେ ନିଜର ପରୀକ୍ଷା କରିବାକୁ କେହି ମନା କରୁନାହାଁନ୍ତି । ଆମେ ବିଜେଡ଼ି ବିଧାୟକମାନେ କେଉଁ ଗହଳିକୁ ଯାଉନୁ କି କାହା ସହିତ ମିଶୁନୁ। କୌଣସି ରାଜନୈତିକ କାର୍ଯ୍ୟକ୍ରମ ବି କରୁନୁ । କେବଳ ୩ ଜଣ ଲୋକଙ୍କୁ ନେଇ ଆଲୋଚନା କରୁଛୁ । ଦରକାର ପଡ଼ିଲେ ଜଣ ଜଣଙ୍କୁ ଡ଼ାକି କଥା ହେଉଛୁ । କୋଭିଡ଼ ନିୟମାବଳୀ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ କହିଛନ୍ତି ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ । 

About the Author