• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • THS
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Bhubneshwar
  • /ପଞ୍ଚମ ରୋଗୀଙ୍କ ପରିଚୟ ପ୍ରକାଶ କଲେ ସରକାର

ପଞ୍ଚମ ରୋଗୀଙ୍କ ପରିଚୟ ପ୍ରକାଶ କଲେ ସରକାର

ସର୍ବସାଧାରଣ ହେଲା ପଞ୍ଚମ ରୋଗୀଙ୍କ ଠିକଣା ଓ ପରିଚୟ

Edited ByZee Odisha Desk
Published: Apr 02, 2020, 08:24 PM IST|Updated: Apr 02, 2020, 08:24 PM IST
joinshare
ପଞ୍ଚମ ରୋଗୀଙ୍କ ପରିଚୟ ପ୍ରକାଶ କଲେ ସରକାର

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Odisha Vigilance: ଭିଜିଲାନ୍ସ ପଞ୍ଝାରେ ଡ୍ରେନେଜ୍‌ ଡିଭିଜନ୍‌ AEE ଅନୁପମା ସାହୁ

    Odisha Vigilance: ଭିଜିଲାନ୍ସ ପଞ୍ଝାରେ ଡ୍ରେନେଜ୍‌ ଡିଭିଜନ୍‌ AEE ଅନୁପମା ସାହୁ

    2

    Top 10 News Today: ୨୧ ଦିନ ପରେ ସ୍ଥଗିତ ରହିଲା ଶିକ୍ଷକ ଆନ୍ଦୋଳନ,ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଞ

    3

    Odisha Weather: ପାଣିପାଗ ବିଭାଗର ସୂଚନା,୮ରୁ ବଢିବ ବର୍ଷା

    4

    Panchayat Election 2026:'ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଞ୍ଚାୟତ ନିର୍ବାଚନ'

    5

    Odisha Road Projects: ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା, ଖୁବଶୀଘ୍ର ହେବ ଆଉଟର

    ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ କୋରୋନା ପାଇଁ କଟକଣା ଜାରି ରହିଛି। ପୂର୍ବରୁ କୋରୋନା ଆକ୍ରାନ୍ତଙ୍କ ନାମ ଓ ଠିକଣା ଗୋପନୀୟ ରହିବା ନେଇ ପ୍ରକାଶ କରିଥିଲେ ହେଁ ଜନହିତ ଦୃଷ୍ଟିରୁ ପଞ୍ଚମ ରୋଗୀଙ୍କ ନାମ ଆଜି ପ୍ରକାଶ କରାଯାଇଛି। ତେବେ ସରକାର ପ୍ରକାଶ କରିଥିବା ପରିଚୟ ଅନୁଯାୟୀ ପଞ୍ଚମ ରୋଗୀଙ୍କ ନାମ ପ୍ରଦୀପ୍ତ ଦଳବେହେରା ଓ ତାଙ୍କ ଘର ଭୁବନେଶ୍ୱରସ୍ଥିତ ସୂର୍ଯ୍ୟନଗରରେ। ଘର ନମ୍ବର ୩୭, ୟୁନିଟ ୭। ଜନହିତ ଦୃଷ୍ଟିରୁ ତାଙ୍କର ପରିଚୟ ପ୍ରକାଶ କରିଛି ଭୁବନେଶ୍ୱର ମହାନଗର ନିଗମ ବା ବିଏମସି। 

    ବିଏମସି ପ୍ରକାଶ କରିଥିବା ସୂଚନା ମୁତାବକ, ମାର୍ଚ୍ଚ ପରେ ପଞ୍ଚମ ରୋଗୀଙ୍କ ସହିତ ସମ୍ପର୍କରେ ଆସିଥିବା ଲୋକମାନେ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ଯଦି କିଛି ସନ୍ଦେହ ରହୁଛି, ତେବେ ୧୦୪ରେ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଦେଇଛି ବିଏମସି। ଏପରିକି ଆପଣଙ୍କ ଶରୀରରେ କୋରୋନା ଲକ୍ଷଣ ଦେଖାଦେଲେ ସରକାରଙ୍କୁ ତୁରନ୍ତ ଜଣାଇବାକୁ ସୂଚନା ଦିଆଯାଇଛି। 

    ସେପଟେ ପ୍ରଦୀପ୍ତ ରହୁଥିବା ଅଞ୍ଚଳକୁ ରେଷ୍ଟ୍ରିକଟଡ଼ ଜୋନ ଭାବେ ଘୋଷଣା କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଏହି ଅଞ୍ଚଳରେ ପ୍ରବେଶ ଓ ପ୍ରସ୍ଥାନ ଉପରେ ମଧ୍ୟ କଟକଣା ଲାଗୁ ହେବ। ଗୋପବନ୍ଧୁ ଛକ ଠାରୁ ଆରମ୍ଭ କରି ଏଲଆଇସି ଛକ ଓ ଗଙ୍ଗନଗର ଛକ ମଧ୍ୟରେ କଟକଣା ରହିବ ବୋଲି ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି। 

    ସୂଚନାଯୋଗ୍ୟ ରାଜ୍ୟରେ ପଞ୍ଚମ କୋରୋନା ରୋଗୀ ଗତକାଲି ରାତିରେ ଚିହ୍ନଟ ହୋଇଥିଲେ। ତାଙ୍କର ବୟସ ୬୦ ବର୍ଷ ହୋଇଥିବା ବେଳେ ତାଙ୍କ କୌଣସି ଟ୍ରେଭେଲ ହିଷ୍ଟ୍ରୀ ନଥିବା ଜଣାପଡ଼ିଛି। 

     

     

    Add Zee News as a Preferred Source
    TAGS:
    Corona virus
    Bhubaneswar
    Odisha