Advertisement
Article Detail0/zeeodisha/odisha771851
Zee OdishaBhubneshwarରାସ୍ତା ଛାଡ଼ିଲା ରାଜଧାନୀ, ୬ ମିନିଟରେ ବିମାନ ବନ୍ଦର

ରାସ୍ତା ଛାଡ଼ିଲା ରାଜଧାନୀ, ୬ ମିନିଟରେ ବିମାନ ବନ୍ଦର

ରୋଗୀଙ୍କୁ ରାସ୍ତା ଦେଲା ରାଜଧାନୀ । ସ୍ମାର୍ଟ ସିଟି ଭୁବନେଶ୍ୱରରେ ଆଜି ପୁଣି ଏପରି ଏକ ବିରଳ ଘଟଣା ଦେଖିବାକୁ ମିଳିଛି । ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଆଁଳାକୁଦାର ଅଭୟ କୁମାର ଜେନା ନାମକ ବ୍ୟକ୍ତି ଗତ ୧୯ ତାରିଖରେ କୋରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିସ୍ତ୍ରିତ ହେଉଥିଲେ ।

ରାସ୍ତା ଛାଡ଼ିଲା ରାଜଧାନୀ, ୬ ମିନିଟରେ ବିମାନ ବନ୍ଦର

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ରୋଗୀଙ୍କୁ ରାସ୍ତା ଦେଲା ରାଜଧାନୀ । ସ୍ମାର୍ଟ ସିଟି ଭୁବନେଶ୍ୱରରେ ଆଜି ପୁଣି ଏପରି ଏକ ବିରଳ ଘଟଣା ଦେଖିବାକୁ ମିଳିଛି । ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଆଁଳାକୁଦାର ଅଭୟ କୁମାର ଜେନା ନାମକ ବ୍ୟକ୍ତି ଗତ ୧୯ ତାରିଖରେ କୋରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିସ୍ତ୍ରିତ ହେଉଥିଲେ । ସୁସ୍ଥ ହୋଇ ଫୁସଫୁସ୍ ସଂକ୍ରମଣ ହେତୁ ଅଧିକ ଚିକିସ୍ତ୍ରା ପାଇଁ ତାଙ୍କୁ ଆଜି ଭୁବନେଶ୍ୱରରୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି । ତେବେ ବଡ କଥା ହେଲା ଏଥିପାଇଁ ସାରା ରାଜଧାନୀର ରାଜପଥ ଠପ୍ ହୋଇଯାଇଥିଲା । ପ୍ରାୟ ୧୦ କିଲୋମିଟର ରାସ୍ତାକୁ ଗ୍ରୀନ କରିଡର ଭାବେ ଘୋଷଣା କରାଯାଇ ଆମ୍ବୁଲାନ୍ସ ଯୋଗେ ୬ ମିନିଟ ୫ ସେକେଣ୍ଡରେ ବିମାନ ବନ୍ଦରରେ ପହଞ୍ଚାଯାଇଥିଲା ।

ସମୟ ୧୨ଟା ୩୫ ମିନିଟ, ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଏକ ଘରୋଇ ହସପିଟାଲରୁ ବିମାନ ବନ୍ଦର ଅଭିମୁଖେ ବାହରିଥିଲା ସ୍ୱତନ୍ତ୍ର ଆମ୍ବୁଲାନ୍ସ । ପ୍ରାୟ ୧୦ କିଲୋମିଟର ରାସ୍ତା ପାର୍ କରିବାକୁ ଲାଗିଲା ମାତ୍ର ୬ ମିନିଟ ୫ ସେକେଣ୍ଡ । ଆଉ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଏହି ରାସ୍ତାର ରୁଟକୁ କମିଶନରେଟ୍ ପୋଲିସ ପକ୍ଷରୁ ଗ୍ରୀନ୍ କରିଡର ଭାବେ ଘୋଷଣା କରାଯାଇଥିଲା । ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଆଁଳାକୁଦାର ଅଭୟ କୁମାର ଜେନା ନାମକ ବ୍ୟକ୍ତି ଗତ ୧୯ ତାରିଖରେ କୋରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଏକ ଘରୋଇ ହସପିଟାଲରେ ଚିକିସ୍ତ୍ରିତ ହେଉଥିଲେ ତେବେ କୋରୋନରୁ ସୁସ୍ଥ ହେବା ପରେ ଧୀରେଧୀରେ ତାଙ୍କ ଫୁସଫୁସ୍ ସଂକ୍ରମିତ ହୋଇଥିଲା । ଏଥିପାଇଁ କୃତିମ ଫୁସଫୁସ୍ ପ୍ରତିରୋପଣ କରାଯାଇଛି । ତେବେ ଅଧିକ ଗୁରୁତର ହେବାରୁ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦ ସ୍ଥାନାନ୍ତର କରିବାର ଆବଶ୍ୟକ ପଡିଥିଲା । ଏଥିପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି ।

ତେବେ ଗୁରୁତର ରୋଗୀ ହେତୁ ତାଙ୍କୁ ସ୍ଥାନାନ୍ତର କରିବା ଯେତିକି କଷ୍ଟସାଧ୍ୟ ଥିଲା ସମୟ ମଧ୍ୟ ସେତିକି କମ୍ । ସମ୍ପୂର୍ଣ୍ଣ ପ୍ରତିରୋପଣ କାର୍ଯ୍ୟରେ ସହଯୋଗ ପାଇଁ ହାଇଦ୍ରାବାଦରୁ ୫ ଜଣିଆ ଡାକ୍ତରୀ ଟିମ ମଧ୍ୟ ଉପସ୍ଥିତ ଥିଲେ । ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ସୁବ୍ୟବସ୍ଥିତି ଢଙ୍ଗରେ ସମସ୍ତ କାର୍ଯ୍ୟ କରାଯାଇଥିଲା । ସେଥିପାଇଁ ବିନା ବାଧକରେ ଅବିଳମ୍ବେ ନିର୍ଦ୍ଧାରିତ ହସପିଟାଲରେ ପହଞ୍ଚାଇବାକୁ ଏପରି ବ୍ୟବସ୍ଥା କରାଯାଇଥିଲା । ଭୁବନେଶ୍ବର ବିମାନବନ୍ଦରରୁ ପ୍ରାୟ ଦେଢ ଘଣ୍ଟା ପରେ ହାଇଦ୍ରାବାଦରେ ପହଞ୍ଚିବା ପରେ ସେଠାରେ ମଧ୍ୟ ଅନୁରୂପ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି । ତେବେ ଏହି ମିଶନକୁ ସଫଳ କରିବାରେ ଟ୍ରାଫିକ୍ ବ୍ୟବସ୍ଥା ତଥା ଗ୍ରୀନ କରିଡର ବେଶ୍ ସହାୟକ ହୋଇଥିବା କହିଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର । ଯହା ଦ୍ୱାରା ଗୁରୁତର ରୋଗୀଙ୍କୁ ସହଜରେ ଓ ଖୁବଶୀଘ୍ର ଚିକିସ୍ତ୍ରା ଦେଇହେବ ବୋଲି ସେମାନଙ୍କ ମତ ।

Add Zee News as a Preferred Source

ଆଜିର ଘଟଣା ପ୍ରଥମ ନୁହେଁ ପୂର୍ବରୁ ଅନେକ ଥର ମଧ୍ୟ ରାଜ୍ୟରେ ଏପରି ବ୍ୟବସ୍ଥାରେ ଗୁରୁତର ରୋଗୀଙ୍କୁ ସଠିକ ସମୟରେ ଉତ୍ତମ ସେବା ଓ ଚିକିସ୍ତ୍ରା ପହଂଚାଇବାର ନିଜର ରହିଛି । ଯଦ୍ବାରା ରୋଗୀଙ୍କ ଉପଶମ ମଧ୍ୟ ହୋଇପାରୁଛି ।

About the Author