)
ନୂଆଦିଲ୍ଲୀ: ରଥ ନିର୍ମାଣକୁ ନେଇ ଯେଉଁ ଛକାପଞ୍ଝା ଲାଗି ରହିଥିଲେ, ସେଥିରେ କେନ୍ଦ୍ର ସରକାର ପୂର୍ଣ୍ଣଛେଦ ପକାଇଛନ୍ତି। କେନ୍ଦ୍ର ସରକାର ଆଜି ରଥ ନିର୍ମାଣ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ମାତ୍ର ଏହି ସମୟରେ କିଛି ସର୍ତ୍ତ ପାଳିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ରଥଯାତ୍ରା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ କରିଛନ୍ତି।

ଲକଡାଉନ ସମୟରେ ଲକଡାଉନ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ନିୟମ ପାଳନ ସହିତ ସାମାଜିକ ଦୁରତାକୁ ମଧ୍ୟ ଗୁରୁତ୍ତ୍ୱ ଦେବାକୁ କହିଛନ୍ତି। ରଥଖଳାକୁ ଯେପରି ପର୍ଯ୍ୟଟକ କିମ୍ବା ଅନ୍ୟଲୋକମାନେ ନ ଆସନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ମଧ୍ୟ କହିଛନ୍ତି। ଧାର୍ମିକ ଏକତ୍ରିକରଣକୁ ମଧ୍ୟ ବାରଣ କରିଛି କେନ୍ଦ୍ର ଗୃହ ବିଭାଗ। ଖୁବଶୀଘ୍ର ରଥ କାମ ଆରମ୍ଭ ହେବାର ସମ୍ଭାବନା ରହିଛି।