ରାଜ୍ୟରେ କେବେ କମିବ କୋରୋନା ସଂକ୍ରମଣ? ସ୍ବାସ୍ଥ୍ୟ ବିଶେଷଜ୍ଞ ଦେଲେ ଉତ୍ତର
Advertisement

ରାଜ୍ୟରେ କେବେ କମିବ କୋରୋନା ସଂକ୍ରମଣ? ସ୍ବାସ୍ଥ୍ୟ ବିଶେଷଜ୍ଞ ଦେଲେ ଉତ୍ତର

ରାଜ୍ୟ ସରକାରଙ୍କ ପଦକ୍ଷେପ ପାଇଁ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଶୁକ୍ରବାର ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାରରୁ ଅଧିକ ଥିଲା, କିନ୍ତୁ ଏବେ ହାରାହାରି ୧୦ରୁ ୧୧ ହଜାର ଭିତରେ ରହୁଛି। ଲକଡାଉନ କିମ୍ବା ସଟଡାଉନ ପରେ ଯଦି ଲୋକମାନେ ଏହିଭଳି ନିୟମ ମାନିବେ ତେବେ ଆମେ ଚେନ୍ ଭାଙ୍ଗିପାରିବା। 

 ସୌ- ସୋସିଆଲ ମିଡିିଆ

ଭୁବନେଶ୍ୱର: ଗତ କିଛି ଦିନ ହେଲା ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୧୦ ହଜାର ଉପରେ ଅଛି। ଲଗାତାର ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। କୋରୋନାର ଦ୍ୱିତୀୟ ଲହରରେ ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି। ସେପଟେ ଲକଡାଉନ ଓ ସଟଡାଉନର ବିଶେଷ କିଛି ପ୍ରଭାବ ପଡୁନାହିଁ। ଏଭଳି ସ୍ଥିତିରେ କଣ କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଆସନ୍ତୁ ଜାଣିବା।

ସ୍ୱାସ୍ଥ୍ୟ ବିଶେଷଜ୍ଞ ତଥା ଡାକ୍ତର ନିରୋଜ ମିଶ୍ରଙ୍କ କହିବା ଅନୁସାରେ, ଲକଡାଉନ ଏବଂ ସଟଡାଉନ ପାଇଁ ଧୀରେ ଧୀରେ କୋରୋନା ଚେନ୍ ଭାଙ୍ଗୁଛି। ଚଳିତ ମାସ ପର୍ଯ୍ୟନ୍ତ ସଂକ୍ରମଣ ପିକରେ ରହିବ। ମେ ୧୫ ତାରିଖ ମଧ୍ୟରେ କୋରୋନା ପିକକୁ ଯିବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ରାଜ୍ୟ ସରକାରଙ୍କ ପଦକ୍ଷେପ ପାଇଁ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଶୁକ୍ରବାର ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାରରୁ ଅଧିକ ଥିଲା, କିନ୍ତୁ ଏବେ ହାରାହାରି ୧୦ରୁ ୧୧ ହଜାର ଭିତରେ ରହୁଛି। ଲକଡାଉନ କିମ୍ବା ସଟଡାଉନ ପରେ ଯଦି ଲୋକମାନେ ଏହିଭଳି ନିୟମ ମାନିବେ ତେବେ ଆମେ ଚେନ୍ ଭାଙ୍ଗିପାରିବା। 

Also Read: ଉଦବେଗଜନକ କୋରୋନା ସ୍ଥିତି; ଗଡୁଛି ମୁଣ୍ଡ, ବଢୁଛି ସଂକ୍ରମଣ

ସେ ପୁଣି କହିଛନ୍ତି, ଗାଁ ଏବଂ କିଛି ଛୋଟ ଛୋଟ ସହରରେ କୋରୋନା ସଂକ୍ରମଣ ବଢିଥିବାରୁ ସେଠାରେ କମିବାକୁ ସମୟ ଲାଗିବ। ମଝିରେ ଲାଗୁଥିଲା ଆମ ରାଜ୍ୟର ସଂକ୍ରମଣ ୧୫ ହଜାର ଅତିକ୍ରମ କରିବ। କିନ୍ତୁ ସରକାରଙ୍କ ପଦକ୍ଷେପ ଏବଂ ଲୋକମାନେ ସ୍ଥିତି ଦେଖି ଡରିଲେଣି। ତେଣୁ ଆମେ ୧୩ ହଜାର ପର୍ଯ୍ୟନ୍ତ ଯାଇପାରିବା। ଜୁନ ଶେଷ ଆଡକୁ ୫ ହଜାର ତଳକୁ ସଂକ୍ରମଣ ଖସିଆସିବ। ସାରା ବିଶ୍ବରେ ସଂକ୍ରମଣ ୨ ବର୍ଷ ପର୍ଯ୍ୟନ୍ତ ରହିଥିଲା। ଭାରତରେ ପାଖାପାଖି ୧୪ ମାସରୁ ଅଧିକ ରହିଲାଣି। ଏହା ଆଉ ଆହୁରି ୮ରୁ ୧୦ ମାସ ରହିବ।

 ୨ୟ ଲହର କୋରୋନା (Coronavirus) ସଂକ୍ରମଣ ମଧ୍ୟ ଆହୁରି ୬ ମାସରୁ ଅଧିକ ସମୟ ପଯ୍ୟନ୍ତ ରହିବ। ଆଗୁଆ ପଦକ୍ଷେପ ନେଲେ ତୃତୀୟ ଲହରକୁ ମଧ୍ୟ ମାତ ଦେଇ ହେବ। ଏବେ ଫ୍ରାନ୍ସ ଜର୍ମାନୀ, ୟୁରୋପର କିଛି ଦେଶରେ ତୃତୀୟ ଲହର ସଂକ୍ରମଣ ଆସିଛି। ସରକାର ଏକା ନୁହନ୍ତି ଲୋକମାନେ ସହଯୋଗ କଲେ ଏହି ଚେନ ସଂପୂର୍ଣ୍ଣ ଭାଙ୍ଗିବ। ପରିସ୍ଥିତି ଯେତେ ଭଲ ହେଲେ ମଧ୍ୟ କୋରୋନା ନିୟମ ମାନି ଚଳିବାକୁ ପଡିବ। ବୋଲି ଡାକ୍ତର ନିରୋଜ ମିଶ୍ର (Dr. Niraj Mishra) କହିଛନ୍ତି।

Also Read: HBD Sai Pallavi: ଜନ୍ମ ଦିନରେ Natural Beautyଙ୍କ ନୂଆ ଫିଲ୍ମର ନୂଆ ଲୁକ୍

 

ସେପଟେ ଡ଼ାକ୍ତର ଜୟନ୍ତ ପଣ୍ଡା (Dr. Jayant Panda) ଙ୍କ କହିବା ହେଲା, ରାଜ୍ୟରେ ଦୈନିକ କୋରୋନା ସଂଖ୍ୟା ଆହୁରି ପିକ ପୋଜିସନରେ ପହଞ୍ଚିବ। ଦେଶରେ ଜୁନ ମାସ ଯାଏଁ ଓ ରଜ୍ୟରେ ମେ ମାସ ଯାଏଁ ପିକରେ ରହିବ ସଂକ୍ରମିତଙ୍କ ସଂଖ୍ୟା। କୋରୋନା ଦ୍ରୁତଗତିରେ ବୃଦ୍ଧି ଦେଖି ଆଗକୁ ବାଢ଼ିବ କି କମିବ ଏବେ ଠାରୁ ଆକଳନ କରି ହେବ ନାହିଁ। ଦୀର୍ଘ ସମୟ ଧରି ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥତା ହାର ବଢ଼ିଲେ ହିଁ ପିକ କମିବ ବୋଲି କହି ହେବ। କଟକରେ ଅନେକ କୋରୋନା ଆକ୍ରାନ୍ତଙ୍କ ଠାରେ କେଉଁଠୁ ଭୂତାଣୁ ଆସିଥବା ଚିହ୍ନଟ ହେଉ ପାରୁନଥିବାରୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରାଯାଉଛି। ୨ ଡି ଜି ମେଡ଼ିସିନ କୋରୋନା ସମୟରେ ସଂଜିବିନି ରୂପ ନେବ ବୋଲି ଡ଼ାକ୍ତର ପଣ୍ଡାଙ୍କ ସୂଚନା ଦେଇଛି।