)
ଭୁବନେଶ୍ବର: ପୁଣି ଉର୍ଦ୍ଧ୍ୱ ମୁହାଁ ହେଲା ପାରଦ ଆଉ ୪୦ ଡିଗ୍ରୀ ଅତିକ୍ରମ କରିଗଲ ତାତି। ରାଜ୍ୟରେ କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ବଢିଛି ଦିନର ସର୍ବୋଚ୍ଚ ତାପମାତ୍ରା ଽ ଗତକାଲି ରାଜ୍ୟ ରାଜଧାନୀ ଭୁବନେଶ୍ବର ଏବଂ ବାରିପଦାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ ହୋଇଥିଲା। ଧିରେ ଧିରେ ରାଜ୍ୟରେ ପାରଦ ଉପରମୁହାଁ ହେବାରେ ଲାଗିଛି। ଆସନ୍ତା ୪-୫ ଦିନ ମଧ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ଅପରିବର୍ତ୍ତିତ ରହିବା ସହ ସ୍ବାଭାବିକ ଠାରୁ ୨-୩ ଡିଗ୍ରୀ ଅଧିକ ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାସହ ଆସନ୍ତାକାଲି ସାଢେ ୮ଟା ସୁଦ୍ଧା କୋରାପୁଟ, ରାୟଗଡା, ଗଜପତି, ମାଲକାନାଗିରି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଆସନ୍ତା ୨୫ ତାରିଖ ସକାଳ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଥିବା କେନ୍ଦ୍ର ନିର୍ଦ୍ଦେଶକ ଏଚ. ଆର ବିଶ୍ବାସ କହିଛନ୍ତି।