ସକ୍ରିୟ ରହିଛି ଘୂର୍ଣ୍ଣିବଳୟ; ଆଗକୁ ବଢିବ ତାପମାତ୍ରା
Advertisement

ସକ୍ରିୟ ରହିଛି ଘୂର୍ଣ୍ଣିବଳୟ; ଆଗକୁ ବଢିବ ତାପମାତ୍ରା

ଆସନ୍ତା ୩ ଦିନ ମଧ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ବିଶେଷ ପରିବର୍ତ୍ତନ ହେବ ନାହିଁ। 

 ସକ୍ରିୟ ରହିଛି ଘୂର୍ଣ୍ଣିବଳୟ; ଆଗକୁ ବଢିବ ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଏହାକୁ ଦୃଷ୍ଟିରେ ରଖି ଆଗାମୀ ୩ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ଆଭ୍ୟନ୍ତରୀଣ ଓଡିଶା ସମେତ ଏହାର ଆଖପାଖ ଅଞ୍ଚଳରେ ସମୁଦ୍ରପତ୍ତନ ଠାରୁ ଦେଢ କିଲୋମିଟର ପର୍ଯ୍ୟନ୍ତ ଏକ ଘୂର୍ଣ୍ଣିବଳୟ ଲମ୍ବିଛି।

ଆସନ୍ତାକାଲି ସକାଳ ସାଢେ ୮ଟା ମଧ୍ୟରେ କୋରାପୁଟ୍, ମାଲକାନଗିରି, ରାୟଗଡା, ଗଜପତି, ଗଞ୍ଜାମ, ନୟାଗଡ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କେଉଁଝର, ମୟୂରଭଞ୍ଜ ଆଦି ୧୧ ଜିଲ୍ଲାରେ ଘଡଘଡି, ବିଜୁଳି, ବଜ୍ରପାତ (Lightning) ସହ ୩୦-୪୦ କିମି ବେଗରେ ପବନ ବହିବା ନେଇ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।

Also Read: Heatwave ପରେ Thunderstorm ପ୍ରକୋପକୁ ନେଇ Yellow Warning ଜାରି

ଏହା ପର ୪୮ ଘଣ୍ଟାରେ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ (Thunderstorm) ପ୍ରକୋପ ଜାରି ରହିବ। ଏସବୁ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୩ ଦିନ ମଧ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ବିଶେଷ ପରିବର୍ତ୍ତନ ହେବ ନାହିଁ କିନ୍ତୁ ଏହାପରେ ଆଭ୍ୟନ୍ତରୀଣ ଓଡିଶାରେ ୨ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ବୋଲି କେନ୍ଦ୍ର ଆକଳନ କରିଛି।