ଥରାଇବ ଶୀତ ; ଏହି ସବୁ ଜିଲ୍ଲାରେ ଶୀତ ଲହରୀ ବଢିବା ନେଇ ସତର୍କତା ଜାରି କଲା ପାଣିପାଗ ବିଭାଗ
Advertisement

ଥରାଇବ ଶୀତ ; ଏହି ସବୁ ଜିଲ୍ଲାରେ ଶୀତ ଲହରୀ ବଢିବା ନେଇ ସତର୍କତା ଜାରି କଲା ପାଣିପାଗ ବିଭାଗ

ଜାରି ରହିବ ଜାଡ଼ ।

ଥରାଇବ ଶୀତ ;  ଏହି ସବୁ ଜିଲ୍ଲାରେ ଶୀତ ଲହରୀ ବଢିବା ନେଇ ସତର୍କତା ଜାରି କଲା ପାଣିପାଗ ବିଭାଗ

ଶାନ୍ତସ୍ୱରୂପ ରାଉତ, ଭୁବନଶ୍ୱର: ଜାରି ରହିବ ଜାଡ଼ । ରାଜ୍ୟରେ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଶୀତ ପ୍ରକୋପ ଅଧିକ ରହିବ । ଆସନ୍ତାକାଲି ବାଲେଶ୍ଵର ଓ ଅନୁଗୁଳ ଏବଂ ରବିବାର ଭଦ୍ରକ, ନୟାଗଡ଼, ଢେଙ୍କାନାଳ, ମୟୂରଭଞ୍ଜ , ଅନୁଗୁଳ ଓ ବାଲେଶ୍ୱର  ଜିଲ୍ଲାରେ ଶୀତ ଲହରୀ  ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ତିନିଦିନ ପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଭାବିକ ଠାରୁ ୨ରୁ ୪ ଡିଗ୍ରୀ ତଳେ ତାପମାତ୍ରା ରହିବ।

ଏହାସହ ୯ଟି ସ୍ଥାନରେ ତାପମାତ୍ରା ୧୨ ଡିଗ୍ରୀ ତଳେ ରେକର୍ଡ ହୋଇଛି । ତେବେ ଆସନ୍ତା ପାଞ୍ଚଦିନ ରାଜ୍ୟରେ ଶୁଖିଲା ପାଗ ରହିବା ସହ ତିନି ଦିନ ମଧ୍ୟରେ ତିନି ଡିଗ୍ରୀ ପର୍ଯ୍ୟନ୍ତ ଆହୁରି ତାପମାତ୍ରା କମିବ ବୋଲି ଆଞ୍ଚଳିକ  ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ବିଶେଷ କରି ଉତ୍ତର ଓଡ଼ିଶା ଓ ଅନ୍ୟାନ୍ୟ ସ୍ଥାନ ବାଲେଶ୍ୱର, ଭଦ୍ରକ, ଚାନ୍ଦବାଲି, ଅନୁଗୁଳ, ବାରିପଦା, ଝାରସୁଗୁଡା, କେଉଁଝର, ସମ୍ବଲପୁର ଓ ସୁନ୍ଦରଗଡ ଆଦି ଜିଲ୍ଲାରେ ଆସନ୍ତା ଦୁଇ ଦିନ ମଧ୍ୟରେ ତାପମାତ୍ର ୧୦ ଡିଗ୍ରୀ ତଳକୁ ଖସିବ ବୋଲି ବିଭାଗ ସୂଚନା ଦେଇଛି । ସେହିପରି କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡି ପରିଲକ୍ଷିତ ହେବାର ସମ୍ଭାବନା ରହିଛି । ତେବେ ଉତ୍ତର ଓ ଆନ୍ଧ୍ରପ୍ରଦେଶ ଆଡୁ ଆସୁଥିବା ଉତ୍ତରା ପବନ ବହିବାରେ ବ୍ୟାଘାତ ସୃଷ୍ଟି ହେଉଥିବାରୁ ଥଣ୍ଡା ପଡିବାରେ ବିଳମ୍ବ ହେଉଥିବା କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ସୂଚନା ଦେଇଛନ୍ତି ।