• ରାଜ୍ୟରେ ବ୍ୟାପକ ହେବ 'ମୋ-ସ୍କୁଲ୍ ଅଭିଯାନ'
  • ରାଜ୍ୟରେ ବ୍ୟାପକ ହେବ 'ମୋ-ସ୍କୁଲ୍ ଅଭିଯାନ'
  • ୧୦୦ ସ୍କୁଲର ବିକାଶ ଦାୟିତ୍ୱ ନେବ 'ମୋ-ସ୍କୁଲ୍ ଅଭିଯାନ'
  • ଉତ୍ତମ ପ୍ରଦର୍ଶନ କଲେ ଶିକ୍ଷକମାନଙ୍କୁ ପୁରସ୍କୃତ କରାଯିବ
  • '5Tରେ ଅନ୍ତର୍ଭୂକ୍ତ ପରେ ମୋ-ସ୍କୁଲ୍ ଅଭିଯାନ'କୁ ଗୁରୁତ୍ୱ
  • ଶିକ୍ଷା ବ୍ୟବସ୍ଥାକୁ ଅଧିକ ସକ୍ରିୟ କରିବାକୁ ସରକାର ନିଷ୍ପତ୍ତି
  • ବର୍ଷକ ମଧ୍ୟରେ ୩୦ଟି ଜିଲ୍ଲାରେ ୧୦୦ଟି ସ୍କୁଲ ଚୟନ ହେବ
  • ଚୟନ ସ୍କୁଲକୁ ମଡେଲ୍ ସ୍କୁଲରେ ବିକଶିତ କରାଯିବ
  • ପ୍ରତି ଜିଲ୍ଲାରୁ ଅତିକମରେ ୩ଟି ଲେଖାଁଏ ସ୍କୁଲ ରହିବ
  • ଖୁବଶୀଘ୍ର ଆରମ୍ଭ ହେବ 'ଷ୍ଟୁଡେଣ୍ଟ ଆଡପସନ୍' କାର୍ଯ୍ୟକ୍ରମ

ଲଗାଣ ବର୍ଷାରେ କାନ୍ଥ ପଡ଼ି ସ୍ୱାମୀ ମୃତ, ସ୍ତ୍ରୀ ଓ ଜ୍ୱାଇଁ ଗୁରୁତର

ପ୍ରବଳ ବର୍ଷା ଯୋଗୁ କାନ୍ଥ ପଡ଼ି ଗୋଟିଏ ପରିବାରର ସ୍ୱାମୀ ମୃତ, ସ୍ତ୍ରୀ ଓ ଜ୍ୱାଇଁ ଗୁରୁତର

ଲଗାଣ ବର୍ଷାରେ କାନ୍ଥ ପଡ଼ି ସ୍ୱାମୀ ମୃତ,  ସ୍ତ୍ରୀ ଓ  ଜ୍ୱାଇଁ ଗୁରୁତର

କେନ୍ଦୁଝର: କେନ୍ଦୁଝର ପାଣ୍ଡପଡା ଥାନା ମିଶ୍ରମାଳ ଗ୍ରାମରେ ପ୍ରବଳ ବର୍ଷା ଯୋଗୁ କାନ୍ଥ ପଡ଼ି ଗୋଟିଏ ପରିବାରର  ସ୍ୱାମୀ ମୃତ,  ସ୍ତ୍ରୀ ଓ  ଜ୍ୱାଇଁ ଗୁରୁତର ହୋଇଛନ୍ତି...ମୃତକ ହେଲେ ମକରା ମୁଣ୍ଡା...ଆହତ ମହିଳା ସମ୍ବରୀ ମୁଣ୍ଡା,  ଜ୍ଵାଇଁ ମୁନା ମୁଣ୍ଡା କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଗତକାଲି ରାତିରେ ଶୋଇଥିବା ସମୟରେ ଘଟିଥିଲା ଅଘଟଣ। କାନ୍ଥ ତଳେ ତିନିଜଣ ଚାପି ହୋଇ ରହିଥିଲେ । ପଡୋଶୀଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା । ଡାକ୍ତରଖାନାରେ ପହଁଚିଲା ବେଳକୁ ମକରାଙ୍କ ମୃତ୍ୟ ହୋଇଯାଇଥିଲା ।

ସେପଟେ ଗଜପତି ଜିଲ୍ଲା ଗୁମାଗଡ଼ କଲାକୋଟ ପଞ୍ଚାୟତର କୁସଙ୍ଗ ଗାଁରେ ମଧ୍ୟ ଲଗାଣ ବର୍ଷା ପାଇଁ ଅଘଟଣ । ଦୁଇ ଦିନ ଧରି ଲଗାଣ ବର୍ଷା ଫଳରେ ପାହାଡ଼ ଧସି ଯାଇଛି । ପାହାଡ଼ ଧସି ୨୦ ରୁ ଅଧିକ ବାସ ଗୃହ ମାଟିରେ ମିଶିଯାଇଛି । ସୂଚନା ଅନୁସାରେ ୨୭ରୁ ଅଧିକ ପରିବାର ଘରୁ ବେଘର ହୋଇଛନ୍ତି । ୬୦ରୁ ଅଧିକ ଘର ଆଂଶିକ କ୍ଷତିଗ୍ରସ୍ତ ।

ପାହାଡ଼ରୁ ମାଟି ଖସିବା ସହ ବଡ଼ ବଡ଼ ପଥର ଖଣ୍ଡ ଧସି ରାସ୍ତା ଉପରେ ଜମା ହୋଇଛି । ସକାଳ ପ୍ରାୟ ୭ଟା ସମୟରେ ପ୍ରବଳ ଶବ୍ଦ ହେବାସାଙ୍ଗକୁ ପାହାଡରୁ ପାଣି ମାଡ଼ି ଆସିଥିଲା । ଭୟଙ୍କର ଶବ୍ଦ ଶୁଣି ଜୀବନ ବଞ୍ଚାଇ ଦୂର ଜଗାକୁ ଦୈଡ଼ି ପଳାଇଥିଲେ ଅଞ୍ଚଳବାସୀ ।  ଏହି ଦୁର୍ସଘଟଣାରେ ବହୁ ସମ୍ପତ୍ତି ନଷ୍ଟ ହେବା ସହିତ ଗୃହ ପାଳିତ ପଶୁ ଓ  ପ୍ରାୟ ୧୦ରୁ ଅଧିକ ଘର ମାଟିରେ ମିଶି ଯାଇଥିଲା । ୩୦ରୁ ଅଧିକ ପରିବାର ବହୁ ଗୋରୁ ଗାଈ, ଛେଳି ମେଣ୍ଢା ସମେତ ସମସ୍ତ ଆସବାବ ପତ୍ର ହରାଇଛନ୍ତି ।