ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦୂର୍ବଳ ହୋଇଛି, କାଲିଠୁ କମିବ ବର୍ଷା। ତେବେ ଆଭ୍ୟନ୍ତରୀଣ ଓଡିଶା ଓ ଏହାର ଆଖପାଖରେ ଘୂର୍ଣ୍ଣିବଳୟ ସହ ଏକ ଟ୍ରଫଲାଇନ ରହିଛି। ଯାହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ବିଭିନ୍ନ ଜିଲ୍ଲାରେ ବିକ୍ଷିପ୍ତ ଭାବେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଂଜ ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ଅରେଂଜ ୱାର୍ଣ୍ଣିଂ ଏବଂ ସୁନ୍ଦରଗଡ, କେଉଁଝର, କେନ୍ଦ୍ରପଡା, କଟକ, ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟୋଲେ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
Trending Photos
ଭୁବନେଶ୍ୱର,ଶାନ୍ତସ୍ୱରୂପ ରାଉତ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦୂର୍ବଳ ହୋଇଛି, କାଲିଠୁ କମିବ ବର୍ଷା। ତେବେ ଆଭ୍ୟନ୍ତରୀଣ ଓଡିଶା ଓ ଏହାର ଆଖପାଖରେ ଘୂର୍ଣ୍ଣିବଳୟ ସହ ଏକ ଟ୍ରଫଲାଇନ ରହିଛି। ଯାହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ବିଭିନ୍ନ ଜିଲ୍ଲାରେ ବିକ୍ଷିପ୍ତ ଭାବେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଂଜ ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ଅରେଂଜ ୱାର୍ଣ୍ଣିଂ ଏବଂ ସୁନ୍ଦରଗଡ, କେଉଁଝର, କେନ୍ଦ୍ରପଡା, କଟକ, ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟୋଲେ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହାସହ ଅନ୍ୟ ଜିଲ୍ଲାରେ ସ୍ୱଳ୍ପ ଧରଣ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଆସନ୍ତାକାଲି ଠାରୁ କୈଣସି ପ୍ରବଳ ବର୍ଷାର ସତର୍କ ସୂଚନା ନଥିବା ବେଳେ ଦୁଇ ତିନି ଦିନ ମଧ୍ୟରେ ଧିରେ ଧିରେ ବର୍ଷାର ପ୍ରକୋପ କମିବ ବୋଲି କେନ୍ଦ୍ରର ନିର୍ଦ୍ଦେଶକ ଏଚ.ଆର ବିଶ୍ୱାସ କହିଛନ୍ତି। ଏହାସହ ଦୀପାବଳୀରେ ମଧ୍ୟ ପାଗ ଅନୁକୂଳ ରହିବା ସହ କାଁ ଭାଁ ହାଲକା ବର୍ଷା ହେବାର ସମ୍ଭାବନା ରହିଛି।
ସପେଟେ ଗତ ୭୨ଘଣ୍ଟାର ଲଗାଣ ବର୍ଷା ଫଳରେ ଜଳବନ୍ଦୀ ହେତୁ ରାଜ୍ୟର ସ୍ଥିତି ବିଗିଡିଯାଇଥିବା ବେଳେ ଏବେ ଆଉ ବନ୍ୟା ସ୍ଥିତି ନଥିବା ଏସଆରସି ପ୍ରଦୀପ ଜେନା କହିଛନ୍ତି। କେବଳ ଜଳକା ଓ ବଂଶାଧାରା ନଦୀରେ ଆଂଶିକ ବନ୍ୟା ସ୍ଥିତି ଥିବା ବେଳେ ବାକି କୌଣସି ନଦୀରେ ବନ୍ୟା ପରିସ୍ଥିତି ନଥିବା ସେ କହିଛନ୍ତି। ଗତ ୨୪ଘଣ୍ଟାରେ ୩୦ ଜିଲ୍ଲାରେ ବର୍ଷା ହୋଇଥିବା ବେଳେ ୮ ଜିଲ୍ଲାରେ ୧୦୦ ମିଲିମିଟର, ୩ ଟି ବ୍ଲକରେ ୨୦୦ ମିଲିମିଟର ଏବଂ ୬୧ଟି ବ୍ଲକରେ ୧୦୦ମିଲିମିଟରରୁ ଅଧିକା ବର୍ଷା ରେକର୍ଡ ହୋଇଛି। କେବଳ ଦୁଇ ଦିନରେ ୧୩ ଟି ଜିଲ୍ଲାରେ ୧୦୦ ମିଲିମିଟର ଓ ୬ଟି ବ୍ଲକରେ ୩୦୦ ମିଲିମିଟରରୁ ଅଧିକା ବର୍ଷା ରେକର୍ଡ ହୋଇଛି। ତେବେ ୨୪ ଘଣ୍ଟାରେ କୌଣସି ପ୍ରାଣହାନୀର ସୂଚନା ଏସଆରସି କାର୍ଯ୍ୟାଳୟର ହସ୍ତଗତ ହୋଇନଥିବା ବେଳେ ତଳିଆ ଅଂଚଳରେ ଜଳମଗ୍ନ ସ୍ଥିତିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଳ ନିଷ୍କାସନ କରାଯାଉଥିବା ଏବଂ ଅବରୋଧ ରାସ୍ତାକୁ ସଫା କରାଯାଉଥିବା ଏସଆରସି କହିଛିନ୍ତି ।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ବିଭିନ୍ନ ସୋସିଆଲ ମିଡିଆରେ ବାତ୍ୟା ଆସୁଥିବା ଖବର ଭାଇରାଲ ହେଉଥିବା ବେଳେ ଏହା ସଂପୁର୍ଣ୍ଣ ଭାବେ ଗୁଜବ ଏବଂ ବିଶ୍ସାସ ନକରିବାକୁ ଉଭୟ ଏସଆରିସି ଓ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏଯାବତ ସେନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ପୂର୍ବାନୁମାନ କରାଯାଇନଥିବା କହିଛନ୍ତି ।