ପୁଣି ଅସହାୟଙ୍କୁ ସାହା ହେଲେ Actor Sabyasachi Mishra
Advertisement

ପୁଣି ଅସହାୟଙ୍କୁ ସାହା ହେଲେ Actor Sabyasachi Mishra

ପୁଣି ଅସହାୟଙ୍କୁ ସାହା ହେଲେ Actor Sabyasachi Mishra

ପୁଣି ଅସହାୟଙ୍କୁ ସାହା ହେଲେ Actor Sabyasachi Mishra

ଭୁବନେଶ୍ୱର: ପୁଣି ସହାୟତା(Helping Hand)ର ହାତ ବାଢାଇଲେ ଅଭିନେତା ତଥା ବିଶିଷ୍ଟ ସମାଜସେବୀ ସବ୍ୟସାଚୀ ମିଶ୍ର(Sabyasachi Mishra)। ନୟାଗଡ଼(Nayagarh)ରୁ ଆସି ପୁରୀ(Puri)ରେ ବାରଦୁଆର ହେଉଥିବା ଜଣେ ପରିବାର(Helpless Family)କୁ ତା' ନିଜ ଗାଁକୁ ଫେରାଇଛନ୍ତି ସବ୍ୟସାଚୀ। ଚାରି ପିଲାଙ୍କ ସହିତ ସ୍ୱାମୀ ଓ ସ୍ତ୍ରୀଙ୍କୁ ନିଜର ଖର୍ଚ୍ଚରେ ଗାଡ଼ି ଭଡ଼ା(Rent Vheicle) କରି ସେମାନଙ୍କୁ ନୟାଗଡ଼(Nayagarh)କୁ ଫେରାଇଛନ୍ତି ସବ୍ୟ। 

ସୂଚନାଯୋଗ୍ୟ ଗତ ମାର୍ଚ୍ଚ ମାସରେ ପାୟଲ ମହାରଣା(Payal Moharana) ନାମକ ଜଣେ ମହିଳା ନିଜ ପୁଅର ଚୁଟି ପକାଇବାକୁ ସପରିବାରେ ପୁରୀ(Puri)ଆସିଥିଲେ। ହାତରେ ସୀମିତ ଅର୍ଥରାଶି ଧରି ପୁରୀ ଆସିଥିଲେ। ତେବେ ପୁରୀ ଆସିବା ପରେ ପରେ ହିଁ ଲକଡାଉନ ହୋଇ ଯାଇଥିଲା। ଫଳରେ ପାୟଲ(Payal), ତାଙ୍କ ସ୍ୱାମୀ ଓ ୩ ଛୁଆଙ୍କୁ ଏଣେତେଣେ ଧରି ଘୁରି ବୁଲିଥିଲେ। ତେବେ ଏହାରି ମଧ୍ୟରେ ତାଙ୍କର ଆଉ ଏକ ଶିଶୁ କନ୍ୟା(New Born Baby) ଜନ୍ମ ନେଇଥିଲା। ଫଳରେ ନବଜାତକଙ୍କୁ ଧରି ପାୟଲ ବେଶ ହଇରାଣ ହରକତର ସମସ୍ୟାରେ ପଡ଼ିଥିଲେ। ଫଳରେ ସେ ଏକ ଚର୍ଚ୍ଚ ନିକଟରେ ପଡ଼ି ରହିଥିଲେ। 

ଏପରିକି ପରିବାର(Family) ଚଳାଇବା ପାଇଁ ତାଙ୍କ ସ୍ୱାମୀ ପୁରୀରେ ଦୀର୍ଘ ତିନି ମାସ ଧରି ରିକ୍ସା ଚଳାଉଥିଲେ। ଚାରି ଛୁଆଙ୍କ ମୁଁହରେ ଦାନା ଦେବା ପାଇଁ ଦିନରାତି ଅଜଣା ସହର(Town)ରେ ପ୍ରୟାସ ମଧ୍ୟ କରି ଆସୁଥିଲେ। ସେମାନଙ୍କର ଆବଶ୍ୟକତା ଅନୁଯାୟୀ ସ୍ଥାନୀୟ କିଛି ଲୋକ ସହାୟତାର ହାତ ମଧ୍ୟ ବଢାଇଥିଲେ। ବାସନକୁସନ, ଖାଦ୍ୟ(Food) ଆଦି ଯୋଗାଇ ଦେବା ସହିତ ଘରର ବାରଣ୍ଡାରେ ମଧ୍ୟ ଆଶ୍ରୟ ଦେଇଥିଲେ। ତେବେ ବିଗତ ମାର୍ଚ୍ଚ ମାସରୁ ଏଭଳି ଦୟନୀୟ ଅବସ୍ଥାରେ ପାୟଲ(Payal) ଏବଂ ତାଙ୍କ ପରିବାର(Family) ଚଳି ଆସୁଥିଲେ। 

ତେବେ ସେମାନଙ୍କ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହି ପରିବାର ସମ୍ପର୍କରେ ସବ୍ୟସାଚୀଙ୍କୁ ଜଣେ ସମାଜସସେବୀ ସୂଚନା ଦେଇଥିଲେ। ଏହା ସହିତ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବରରୁ ମଧ୍ୟ ସବ୍ୟସାଚୀ ଉକ୍ତ ପରିବାର ସମ୍ପର୍କରେ ସୂଚନା ପାଇଥିଲେ। ଏପରିକି ପାୟଲଙ୍କ ସହିତ ସବ୍ୟ ଆଲୋଚନା ମଧ୍ୟ କରିଥିଲେ। ଆଲୋଚନା ପରେ ସବ୍ୟ ପୁରୀରୁ ଏକ କାର ଯୋଗେ ସେମାନଙ୍କୁ ନୟାଗଡ଼ ପଠାଇଛନ୍ତି। ଘରକୁ ଫେରିବା ସମୟରେ ସବ୍ୟଙ୍କ ସହାୟତାକୁ ଭୁଲିପାରିବେନି ବୋଲି କହିଛନ୍ତି ପାୟଲ। ଅଶେଷ ଅଶେଷ ଧନ୍ୟବାଦ ଦେବା ସହିତ ଅଜସ୍ର ପ୍ରଶଂସା ମଧ୍ୟ ଓଜାଡ଼ି ଦେଇଛନ୍ତି।