Advertisement
Article Detail0/zeeodisha/odisha663067
Zee OdishaBhubneshwarସ୍ୱାସ୍ଥ୍ୟ ବିଭାଗର ଅନୁରୋଧ, ନିଜାମୁଦ୍ଦିନ ଫେରନ୍ତା ସାମ୍ନାକୁ ଆସନ୍ତୁ

ସ୍ୱାସ୍ଥ୍ୟ ବିଭାଗର ଅନୁରୋଧ, ନିଜାମୁଦ୍ଦିନ ଫେରନ୍ତା ସାମ୍ନାକୁ ଆସନ୍ତୁ

ଓଡ଼ିଶାରେ ଗତକାଲି ଚିହ୍ନଟ ହୋଇଥିବା ୧୫ ଜଣ କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ନିଜାମୁଦ୍ଦିନ ଫେରନ୍ତା । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: ଓଡ଼ିଶାରେ ଗତକାଲି ଚିହ୍ନଟ ହୋଇଥିବା ୧୫ ଜଣ କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ନିଜାମୁଦ୍ଦିନ ଫେରନ୍ତା । ଏପର୍ଯ୍ୟନ୍ତ ୨୮ ଜଣ ନିଜାମୁଦ୍ଦିନ ଧର୍ମସଭାକୁ ଯାଇଥିବା ଲୋକଙ୍କୁ ଚିହ୍ନଟ କରିଛନ୍ତି ରାଜ୍ୟ ସରକାର । ଏମାନଙ୍କ ମଧ୍ୟର ୨୫ ଜଣଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଥିବା ବେଳେ ୩ ଜଣଙ୍କ ପୋଜିଟିଭ ଆସିଛି । ତେବେ ରାଜ୍ୟରୁ ସମୁଦାୟ କେତେଜଣ ନିଜାମୁଦ୍ଦିନ ଧର୍ମସଭାକୁ ଯାଇଥିଲେ, ସେନେଇ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ । ତେଣୁ ନିଜ ଆଡ଼ୁ ସମ୍ପୃକ୍ତ ବ୍ୟକ୍ତିମାନେ ସାମ୍ନାକୁ ଆସିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନୁରୋଧ କରିଛି । 

ଏନେଇ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରାଯାଇଛି । ନିଜାମୁଦ୍ଦିନରୁ ଫେରିଥିବା ୨୮ ଜଣ ବ୍ୟକ୍ତିଙ୍କ କୋରୋନା ପରୀକ୍ଷା ହୋଇଥିବା ଏଥିରେ କୁହାଯାଇଛି । ତେବେ ଗତକାଲି ଚିହ୍ନଟ ହୋଇଥିବା ୧୫ ଆକ୍ରାନ୍ତଙ୍କ ମଧ୍ୟରେ ୩ ଜଣଙ୍କ ନିଜାମୁଦ୍ଦିନ ଲିଙ୍କ ରହିଛି । ଏମାନଙ୍କ ମଧ୍ୟରେ କଟକ, ପୁରା ଓ ଯାଜପୁରର ଜଣେ ଲେଖାଁଏ ବ୍ୟକ୍ତି ଅଛନ୍ତି । 

ସ୍ୱାସ୍ଥ୍ୟ ଓ ପରିବାରକ କଲ୍ୟାଣ ବିଭାଗ କହିଛି, ଯଦି ଅନ୍ୟ କାହାର ମଧ୍ୟ ନିଜାମୁଦ୍ଦିନ ଲିଙ୍କ ରହିଛି, ତେବେ ୧୦୪କୁ ଫୋନ କରି ସୂଚନା ଦିଅନ୍ତୁ । ଭୟ କରିବାର କୌଣସି ଆବଶ୍ୟକ ନାହିଁ । 

About the Author