ଆର୍ଶୀବାଦଙ୍କୁ ମିଳିଲା ଆଶ୍ୱସ୍ତି
Advertisement

ଆର୍ଶୀବାଦଙ୍କୁ ମିଳିଲା ଆଶ୍ୱସ୍ତି

ଏ ଟି ଚିଣ୍ଡଫଣ୍ଡ ମାମଲାରେ ଛନ୍ଦି ହୋଇଥିବା ଆର୍ଶୀବାଦ ବେହେରାଙ୍କୁ ହାଇକୋର୍ଟରୁ ମିଲିଲା ସର୍ତ୍ତମୂଳକ ଜାମିନ

ସୌଜନ୍ୟ: ସୋସିଆଲ ମିଡିଆ

ଭୁବନେଶ୍ୱର: ଏ ଟି ଚିଣ୍ଡଫଣ୍ଡ ମାମଲାରେ ଛନ୍ଦି ହୋଇଥିବା ଆର୍ଶୀବାଦ ବେହେରାଙ୍କୁ ହାଇକୋର୍ଟରୁ ମିଲିଲା ସର୍ତ୍ତମୂଳକ ଜାମିନ । ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି ହାଇକୋର୍ଟ । ଦେଢଲକ୍ଷ ଟଙ୍କାର ୨ ଜଣ ଜାମିନଦାରଙ୍କ ବଦଳରେ ଜାମିନ । ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ପାସପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦଇାଯାଇଛି । ପୂର୍ବତନ ଓସିଏ ସମ୍ପାଦକ ଆର୍ଶୀବାଦ ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ଗିରଫ ହୋଇଥିଲେ । ତେବେ ଆଜି ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି । 

ଓଡ଼ିଶା କ୍ରିକେଟ୍ ଆସୋସିଏସନ ନିର୍ବାଚନ ପାଇଁ ନାମାଙ୍କନ ଭରିବାର ଦିନକ ପୂର୍ବରୁ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଗିରଫ କରିଥିଲା ସିବିଆଇ । ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ଲିଙ୍କ୍ ନେଇ ସିବିଆଇ ଓଡ଼ିଶାର ଏହି ମୋଷ୍ଟ୍ ପାୱାରଫୁଲ୍ କ୍ରୀଡ଼ା ସଂଗଠକଙ୍କୁ ଗିରଫ କରିଥିଲା । ତାଙ୍କ ବିରୋଧରେ କୋର୍ଟ ଜାମିନ ବିହୀନ ଗିରଫ ପରୱାନା ଜାରି କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କ ସହ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ମଧ୍ୟ ସିବିଆଇ ଗିରଫ କରିଥିଲା । 
ଓଡ଼ିଶା ପ୍ରିମିୟର୍ ଲିଗ୍ ରେ ଅର୍ଥତତ୍ତ୍ୱ ଚିଟ୍ ଫଣ୍ଡ୍  କମ୍ପାନୀଠାରୁ ଆଣିଥିବା କୋଟିଏ ଟଙ୍କା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି । ଏହି ତିନି ଜଣଙ୍କ ବିରୋଧରେ ଆଇପିସି ଓ ମନି ସାର୍କୁଲେସନ ସ୍କିମ(ନିରୋଧୀ) ଆକ୍ଟ ୧୯୭୮ ସମ୍ଵନ୍ଧିତ ଧାରା ଆଧାରରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ୨୦୧୪ ମସିହା ଅଗଷ୍ଟ ୧୬ ତାରିଖରେ ସିବିଆଇ ଓସିଏ ଏବଂ ଆଶୀର୍ବାଦଙ୍କ ବାସଭବନରେ ଚଢ଼ାଉ କରିଥିଲା ।
 
ଓପିଏଓଲର ପ୍ରଥମ ସଂସ୍କରଣ ବେଳେ ଅର୍ଥତତ୍ତ୍ୱ ଚିଟଫଣ୍ଡ୍  କମ୍ପାନୀଠାରୁ ଓସିଏ କୋଟିଏ ଟଙ୍କା ଆଣିଥିଲା । ସେହି ଟଙ୍କା ନେଇ  ଆଶୀର୍ବାଦ ଏଟି ଗ୍ରୁପର ବିଜ୍ଞାପନ କରିଥିଲେ । ଏହି ମାମଲା ସାମ୍ନାକୁ ଆସିବା ପରେ ସେ କୋଟିଏ ଟଙ୍କାର ହିସାବ ଦେଇ ପାରି ନ ଥିଲେ । ଏହି ଟଙ୍କା ଆଶୀର୍ବାଦ ଓସିଏ ଆକାଉଣ୍ଟରୁ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର୍ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ସେହି ସମୟରେ ପ୍ରଦୀପ ସେଠୀ ଓପିଏଲର ସ୍ପନସର୍ ଥିଲେ । ୨୦୧୪ରେ ଆଶୀର୍ବାଦଙ୍କ ସମେତ ତାଙ୍କ ପୁଅ ଓ ଜ୍ୱାଇଁଙ୍କୁ ମଧ୍ୟ ସିବିଆଇ ଜେରା କରିଥିଲା । ଏହାସହ ଓସିଏର କେତେକ ପୂର୍ବତନ ସଦସ୍ୟ ମଧ୍ୟ ତଦନ୍ତ ପରିସରଭୁକ୍ତ ଥିଲେ । ରଣଜୀ ଟ୍ରଫି ଓ ଓଡ଼ିଶା ପ୍ରିମିୟର ଲିଗର ପ୍ରମୋସନ ପାଇଁ ଆଶୀର୍ବାଦ ଏଟି ଗ୍ରୁପ ଠାରୁ ପ୍ରାୟ ଏକ କୋଟି ଟଙ୍କା ନେଇଥିଲେ । ଏହି ଏକ କୋଟି ଟଙ୍କାରୁ ସେତେବେଳର କୋଚ୍ ମାଇକେଲ୍ ବେଭାନଙ୍କ ଫି' ମଧ୍ୟ ରହିଥିଲା ବୋଲି ଅଭିଯୋଗ ହୋଇଥିଲା।.

୨୦୦୦ରୁ ୨୦୧୬ ପର୍ଯ୍ୟନ୍ତ ଆଶୀର୍ବାଦ ଓସିଏର ସମ୍ପାଦକ ଥିଲେ । ଏହାପରେ ଲୋଧା କମିଟିର ଛାଟ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଶୀର୍ବାଦ ଓ ତାଙ୍କ ଟିମ୍ ଓସିଏର ସମସ୍ତ ପଦବୀ ହରାଇଥିଲେ ।