ଭୁବନେଶ୍ୱର: ନିତିଦିନିଆ ଜୀବନରେ ଏସିଡ଼ିଟି ଏକ ମୁଖ୍ୟ ସମସ୍ୟା ରୂପେ ପରିଲକ୍ଷିତ ହେଉଛି । ଵ୍ୟସ୍ତ ଜୀବନଶୈଳୀ, ଠିକ ସମୟରେ ନ ଖାଇବା, ଠିକ ସମୟରେ ନ ଶୋଇବା, ଟେନସନ, ଖାଇବା ସଙ୍ଗେ ସଙ୍ଗେ ପାଣି ପିଇବା ଏହାର ମୁଖ୍ୟ କାରଣ । ଏହାର ଘରୋଇ ଉପଚାର ରହିଛି । ତେବେ ଆସନ୍ତୁ ଜାଣିବା ଏହାର ଘରୋଇ ଉପଚାର ସମ୍ପର୍କରେ ।
- ଏସିଡିଟିରୁ ଛାତି ଜଳା ପୋଡା କରୁଥିଲେ ଥଣ୍ଡା କ୍ଷୀର ପିଅନ୍ତୁ । କ୍ଷୀରରେ ଥିବା କ୍ୟାଲସିୟମ ଶରୀର କୁ ଆରମ ଦେଇଥାଏ ।
- ପାନମଧୁରୀ ସହିତ ଅଳ୍ପ ଚିନି ମିଶାଇ ଖାଆନ୍ତୁ । ଏହା ଖାଦ୍ୟ କୁ ସଠିକ ରୂପେ ହଜମ କରିବା ସହିତ ଶରୀରକୁ ଆରମ ଦେଇଥାଏ ।
- ଶରୀରରେ ଏସିଡିଟିର ମାତ୍ରା କମାଇବାରେ ତୁଳସୀ ପତ୍ର ଅତ୍ୟନ୍ତ ଲାଭକାରୀ । ସକାଳୁ ଖାଲି ପେଟରେ ତୁଳସୀ ପତ୍ର ଖାଇବା ଦ୍ୱାରା ହଜମ ଶକ୍ତି ବୃଦ୍ଧି ପାଇଥାଏ ।
- ଶରୀରରେ ଏସିଡିଟିକୁ କମ କରିବା ପାଇଁ ପ୍ରତିଦିନ ଲବଙ୍ଗ ଖାଇବା ଅଭ୍ୟାସ କରନ୍ତୁ ।