ହୃଦଘାତରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ସବୁ ଟିପ୍ସ

ଭାରତରେ ଷ୍ଟ୍ରୋକ ଏବଂ ହୃଦ ଜନିତ ରୋଗୀଙ୍କ ସଂଖ୍ୟା ବଢ଼ିଚାଲୁଛି। ଲାନସେଣ୍ଟ  ରିପୋର୍ଟ ଅନୁଯାୟୀ ୧୯୯୦ ରୁ ୨୦୧୬ ମସିହା ମଧ୍ୟରେ ଏହି ଗଣନା ୫୦% ଅଧିକ ହୋଇଯାଇଛି। ଅଧ୍ୟୟନରୁ ଜଣାପଡ଼ିଛି ଆଧୁନିକ ନଗରଗୁଡ଼ିକ ତୁଳନାରେ ଗ୍ରାମୀଣ  ଭାରତରେ ହୃଦଜନିତ ରୋଗର ଆଶଙ୍କା ଅଧିକ ରହିଛି। ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ହୃଦଜନିତ ଅସୁସ୍ଥତା ଯୋଗୁଁ ୨୦୧୫ ମସିହାରେ ଭାରତରେ ୨.୧ ଲକ୍ଷରୁ ଅଧିକ ମୃତ୍ୟୁ ହୋଇଛି। 

ହୃଦଘାତରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ସବୁ ଟିପ୍ସ
Heart attack

ଭୁବନେଶ୍ୱର: ଭାରତରେ ଷ୍ଟ୍ରୋକ ଏବଂ ହୃଦ ଜନିତ ରୋଗୀଙ୍କ ସଂଖ୍ୟା ବଢ଼ିଚାଲୁଛି। ଲାନସେଣ୍ଟ  ରିପୋର୍ଟ ଅନୁଯାୟୀ ୧୯୯୦ ରୁ ୨୦୧୬ ମସିହା ମଧ୍ୟରେ ଏହି ଗଣନା ୫୦% ଅଧିକ ହୋଇଯାଇଛି। ଅଧ୍ୟୟନରୁ ଜଣାପଡ଼ିଛି ଆଧୁନିକ ନଗରଗୁଡ଼ିକ ତୁଳନାରେ ଗ୍ରାମୀଣ  ଭାରତରେ ହୃଦଜନିତ ରୋଗର ଆଶଙ୍କା ଅଧିକ ରହିଛି। ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ହୃଦଜନିତ ଅସୁସ୍ଥତା ଯୋଗୁଁ ୨୦୧୫ ମସିହାରେ ଭାରତରେ ୨.୧ ଲକ୍ଷରୁ ଅଧିକ ମୃତ୍ୟୁ ହୋଇଛି। ଓଡ଼ିଶା ଅର୍ଥନୀତି ସର୍ବେକ୍ଷଣ ଅନୁଯାୟୀ, ପ୍ରତ୍ୟେକ ବର୍ଷ କେବଳ ଓଡ଼ିଶାରେ କାର୍ଡିଓଭାସ୍କୁଲାର ଜନିତ ମୃତ୍ୟୁ ସଂଖ୍ୟା ୨୫,୦୦୦ରୁ ଅଧିକ ରହିଛି। ଓଡ଼ିଶାରେ ହୃଦଘାତ ଜନିତ ଘଟଣାର ସମାନ ପରିମାଣର ବୃଦ୍ଧି କମ୍ ବୟସ୍କ ମହିଳା ଏବଂ ପୁରୁଷ ମାନଙ୍କଠାରେ ଅପେକ୍ଷାକୃତ ଅଧିକ ପରିଲକ୍ଷିତ ହେବାରେ ଲାଗିଛି। ନିଜର ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଅସଚେତନ ହେତୁ ଅନେକ ଲୋକ ହୃଦଘାତରେ ଆକ୍ରାନ୍ତ ହୁଅନ୍ତି। ତେବେ ଆସନ୍ତୁ ଜାଣିବା ହୃଦଘାତରୁ ଜୀବନସାରା ସୁରକ୍ଷିତ ରହିବା ଲାଗି କିଛି ଟିପ୍ସ।

 ସୁସ୍ଥ ଡାଏଟ
ଏପରି ଏକ ପୋଷକଯୁକ୍ତ ଡାଏଟର ଯୋଜନା କରନ୍ତୁ ଯେପରି ତାହା ଭିଟାମିନ, ମିନେରାଲ,ଫାଇବର ଏବଂ ଅନ୍ୟାନ୍ୟ ପୋଷଣରେ ଭରପୂର ହୋଇଥିବ। ଡାଏଟରେ  ପନିପରିବା,ଫଳ,ଗହମ ସହିତ କମ ଫ୍ୟାଟ ଯୁକ୍ତ ଉପାଦାନ, ଖାଦ୍ୟପାଇଁ ବ୍ୟବହୃତ କୁକୁଡ଼ା,ମାଛ,ଛୁଇଁ ବା ଶିମ୍ବଜାତୀୟ ଖାଦ୍ୟ ଏବଂ ନଟ ଆଦିର ସେବନ ଏବଂ ମିଠା,ଚିନି ମିଠା ଯୁକ୍ତ ପେୟ ଓ ନାଲି ମାଂସର କମ ସେବନଉପରେ ଗୁରୁତ୍ୱ ଦିଅନ୍ତୁ।

cigrate ଧୂମ୍ରପାନ ରୁ ଦୁରେଇ ରୁହନ୍ତୁ 

ଯଦି ଆପଣ ଧୂମ୍ରପାନ  କରନ୍ତି ତେବେ ଶୀଘ୍ର ଛାଡ଼ନ୍ତୁ। ଯଦି ଆପଣଙ୍କର ଘରର ଏବଂ କର୍ମସ୍ଥଳୀରେ କେହି ଧୂମ୍ରପାନ କରୁଥାନ୍ତି ତେବେ ତାଙ୍କୁ ମନା କରନ୍ତୁ। ଧୂମ୍ରପାନ ତ୍ୟାଗ କରିବା କଷ୍ଟସାଧ୍ୟ ହୋଇପାରେ କିନ୍ତୁ ତାଠାରୁ ଅଧିକ ଯନ୍ତ୍ରଣାଦାୟକ ହେଉଛି ଯେତେବେଳେ ଆପଣ ହୃଦଘାତରେ ଆକ୍ରାନ୍ତ ହୋଇଥାନ୍ତି। 

ଶାରିରୀକ କାର୍ଯ୍ୟକଳାପ

ଆପଣଙ୍କ ରକ୍ତଚାପ,କୋଲେଷ୍ଟ୍ରଲ ଓ ଓଜନକୁ ସୁସ୍ଥ ସ୍ତରରେ ରଖିବାକୁ ହେଲେ ପ୍ରତି ସପ୍ତାହରେ ଅତି କମରେ ୧୫୦ ମିନିଟର ମଧ୍ୟମ ଧରଣର କାର୍ଯ୍ୟକଳାପର ଲକ୍ଷ ରଖନ୍ତୁ। ଏପରିକି ପ୍ରତିଦିନର ଅଳ୍ପକିଛି ସମୟ ମଧ୍ୟ ଏକସୁସ୍ଥ ଜୀବନଶୈଳୀ ରେ ପରିଣତ ହେବ।

ରକ୍ତଚାପକୁ କମାନ୍ତୁ

ଏକ ଅନୁକୂଳତମ ରକ୍ତଚାପର ପଠନ ୧୨୦/୮୦ ଏମଏମ/ଏଚଜିରୁ କମ ରହିଥାଏ। ଯଦି ଏହା ଅଧିକ ହୋଇଥାଏ ତେବେ ଆପଣଙ୍କର ହୃଦଘାତ ଓ ଅଭ୍ୟାସଗତ ହୃଦରୋଗର ଆଶଙ୍କା ବଢ଼ିଯାଏ। ଚିନ୍ତାର ପରିଚାଳନା,ସୁସ୍ଥ ଡାଏଟ ଏବଂ ନିୟମିତ ବ୍ୟାୟାମ ଆପଣଙ୍କର ରକ୍ତଚାପ ସ୍ତରକୁ ସଠିକ୍ ଭାବରେ ପରିଚାଳନା କରିଥାଏ ।

 ମାଦକ ଦ୍ରବ୍ୟର ସେବନ
ମାତ୍ରାଧିକ ମାଦକଦ୍ରବ୍ୟର ସେବନକରନ୍ତୁ ନାହିଁ। ଏହା  ରକ୍ତଚାପ, ହୃଦମାଂସପେଶୀ ଜନିତ ରୋଗ ,କ୍ୟାନ୍ସର ଏବଂ ଅନ୍ୟାନ୍ୟ ରୋଗଗୁଡ଼ିକର ବୃଦ୍ଧିରେ ସହାୟକ ହୋଇଥାଏ। ଏହା ଉଚ୍ଚ ଟ୍ରାଇଗ୍ଲିସରାଇଡସ ରେ ଯୋଗଦାନ କରିପାରେ ଯାହାକି ମୋଟାପଣର ପାଇଁ ଦାୟୀ ହୋଇଥାଏ। 

Tags: